Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଶ୍ରୀନଗରର ବକ୍ସି ଷ୍ଟାଡିୟମରେ ସଦର୍ଣ୍ଣ  ସୁପରଷ୍ଟାର ସହ କୋଣାର୍କ ସୂର୍ଯ୍ୟାସ୍ ସହ ଫାଇନାଲ୍ ମୁକାବିଲା

Sports

ଶ୍ରୀନଗରର ବକ୍ସି ଷ୍ଟାଡିୟମରେ ସଦର୍ଣ୍ଣ  ସୁପରଷ୍ଟାର ସହ କୋଣାର୍କ ସୂର୍ଯ୍ୟାସ୍ ସହ ଫାଇନାଲ୍ ମୁକାବିଲା

Sangram Tripathy
Browse all articles by Sangram Tripathy
·1 year ago·1 min read
ଶ୍ରୀନଗରର ବକ୍ସି ଷ୍ଟାଡିୟମରେ ସଦର୍ଣ୍ଣ  ସୁପରଷ୍ଟାର ସହ କୋଣାର୍କ ସୂର୍ଯ୍ୟାସ୍ ସହ ଫାଇନାଲ୍ ମୁକାବିଲା

ଅର୍ଗସ ବ୍ୟୁରୋ: ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ୨୦୨୪ । ଶ୍ରୀନଗରର ବକ୍ସି ଷ୍ଟାଡିୟମରେ ଚାଲିଛି ଫାଇନାଲ୍ ମ୍ୟାଚ୍। ଶକ୍ତିଶାଳୀ ସଦର୍ଣ୍ଣ  ସୁପରଷ୍ଟାର ସହ ହେଉଛି କୋଣାର୍କ ସୂର୍ଯ୍ୟାସ୍  ଓଡ଼ିଶାର ଲଢ଼େଇ। ଇରଫାନ୍ ପଠାନଙ୍କ ନେତୃତ୍ବାଧୀନ କୋଣାର୍କ ସୂର୍ଯ୍ୟାସ୍ ଓ କେଦାର ଯାଦବଙ୍କ ନେତୃତ୍ବାଧୀନ ସଦର୍ଣ୍ଣ  ସୁପରଷ୍ଟାର ମୁହାଁମୁହିଁ ହୋଇଛନ୍ତି। ଟସ୍ ଜିତି ପ୍ରଥମେ ଫିଲଡିଂ ନିଷ୍ପତ୍ତି ନେଇଛି କୋଣାର୍କ ସୂର୍ଯ୍ୟାସ୍। ଶେଷ ଖବର ସୁଦ୍ଧା ୩ ଓଭରରେ ଗୋଟିଏ ୱିକେଟ୍ ହରାଇ ୧୩ ରନ୍ ସଂଗ୍ରହ କରିଛି ସର୍ଦ୍ଦନ୍ ସୁପରଷ୍ଟାର। କୋଣାର୍କ ସୂର୍ଯ୍ୟାସ୍ ଟିମ୍ ମଣିପାଲ ଟାଇଗର୍ସ ବିପକ୍ଷରେ ବିଜୟ ହାସଲ କରି ଲିଜେଣ୍ଡସ୍ ଲିଗ୍ କ୍ରିକେଟରେ ନିଜର ଯାତ୍ରା ଆରମ୍ଭ କରିଥିଲା । ତେବେ, ବର୍ଷା ଯୋଗୁଁ ବାତିଲ ହୋଇଥିବା କ୍ରମାଗତ ଦୁଇଟି ମ୍ୟାଚରୁ କେଏସଓ ଦଳକୁ ଦୁଇ ପଏଣ୍ଟ ମିଳିଥିଲା । ଏହା ପରେ କେଏସଓ ଦଳ ସଦର୍ଣ୍ଣ ସୁପରଷ୍ଟାର ବିପକ୍ଷରେ ହୋଇଥିବା ମ୍ୟାଚ ୮ ୱିକେଟରେ ହାରିଯାଇଥିଲା । ଇଣ୍ଡିଆ କ୍ୟାପିଟାଲ୍ସ ବିପକ୍ଷରେ ୫ ରନ୍ ରେ ବିଜୟ ହାସଲ କରି ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲା କେଏସଓ ଦଳ 


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Final clash between Southern Superstars and Konark Suryas at Boxy Stadium, Srinagar | Argus News