Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆରସିବି ଫ୍ୟାନଙ୍କ ଖୁସି କହିଲେ ନ ସରେ

Sports

ଆରସିବି ଫ୍ୟାନଙ୍କ ଖୁସି କହିଲେ ନ ସରେ

Ritu Das
Browse all articles by Ritu Das
·2 years ago·1 min read
ଆରସିବି ଫ୍ୟାନଙ୍କ ଖୁସି କହିଲେ ନ ସରେ

ଅର୍ଗସ ବ୍ୟୁରୋ: ଟ୍ରଫି ପାଇଁ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଅପେକ୍ଷା ସମାପ୍ତ ହୋଇଛି। କାଲିଠୁ ଚର୍ଚ୍ଚାରେ ଆରସିବି। ଆରସିବି କ୍ୟାପଟେନ ସ୍ମୃତି ମନ୍ଧାନାଙ୍କୁ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି ଆରସିବିର ପୂର୍ବତନ କ୍ୟାପଟେନ ବିରାଟ କୋହଲି। ମନ୍ଧାନାଙ୍କ ଦଳ ମହିଳା ପ୍ରିମିୟର ଲିଗ ଡବ୍ଲ୍ୟୁପିଏଲ ୨୦୨୪ ଟାଇଟଲ ଜିତିଛନ୍ତି। ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଆରସିବି ଦିଲ୍ଲୀ କ୍ୟାପିଟାଲକୁ ୮ ଓ୍ବିକେଟରେ ପରାସ୍ତ କରି ଟ୍ରଫିକୁ ହାତେଇଥିଲା। ଦଳର ଏହି ସଫଳତାରେ ବିରାଟ କୋହଲିଙ୍କ ଖୁସି କହିଲ ନ ସରେ। ଗତକାଲି ଇଂଲଣ୍ଡରୁ ଭାରତ ଫେରିଥିବା କୋହଲି ଆରସିବି ଚାମ୍ପିୟନ ହେବାମାତ୍ରେ ଭିଡିଓ କଲ୍‌ ମାଧ୍ୟମରେ ସ୍ବୃତିଙ୍କ ସମେତ ପୁରା ଟିମକୁ ଅଭିନନ୍ଦନ ଜଣାଇଛନ୍ତି। 

ଆରସିବିର ପ୍ରଥମ ଟ୍ରଫି ଜିତିବାପରେ ବିରାଟ କୋହଲି କଲ କରି ଟିମକୁ ଅଭିନନ୍ଦନ ଜଣାଇଥିଲେ। ଏତିକି ହିଁ ନୁହେଁ ସୋସିଆଲ ମିଡିଆରେ ଏହାକୁ ନେଇ ବହୁତ ପ୍ରଶଂସା କରିଥିଲେ। ତାଙ୍କ ଇନଷ୍ଟା ଷ୍ଟୋରୀରେ ଆରସିବିର ଚାମ୍ପିୟନ ପୋଷ୍ଟର ଶେୟାର କରଥିବାବେଳେ କୋହଲି  ସୁପରଓ୍ବିମେନ ଲେଖି ଦଳକୁ ପ୍ରଶଂସା କରିଛନ୍ତି। ସତରେ ପୁରା ଦେଶ ଦେଖିଲା ମନ୍ଧାନାଙ୍କ ଦବଦବା। ଏହାପରେ ପୁରୁଷ ଆଇପିଏଲର ଟ୍ରଫି ମଧ୍ୟ ଆରସିବି ଟିମ ଜିତୁ ବୋଲି ଫ୍ୟାନ ମାନେ  ଓ୍ବିଶ କରିଛନ୍ତି। 

ଆରସିବି ଫ୍ରାଞ୍ଚାଇଜ ପୂର୍ବରୁ କୌଣସି ଟ୍ରଫି ଜିତି ନ ଥିଲା। ଆରସିବି ଆଇପିଏଲ ଫାଇନାଲ ତିନିଥର ପହଞ୍ଚିଛି, କିନ୍ତୁ ଟ୍ରଫି ହାତେଇବାର ସ୍ବପ୍ନ ଏଯାଏ ପୂରଣ ହୋଇ ନ ଥିଲା। ଏଥିସହିତ ଚାମ୍ପିୟନ୍ସ ଲିଗ ଟି-୨୦ ଟୁର୍ନାମେଣ୍ଟରେ ମଧ୍ୟ ଆରସିବିକୁ ଖାଲି ହାତରେ ରଖିବାକୁ ପଡ଼ିଲା। ଏଭଳି ପରିସ୍ଥିତିରେ ସ୍ମୃତି ମନ୍ଧାନାଙ୍କ ଦଳ କୋଟି କୋଟି ଆରସିବି ଫ୍ୟାନଙ୍କୁ wpl ଟାଇଟଲ ଜିତି ଖୁସି କରିଦେଇଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus Whatsapp Channel Mobile Top
Sponsored
Finally happy | Argus News