Videos
|
Sports

ଶେଷରେ ଭାରତୀୟ ଟିମକୁ ଅନୁରୋଧ କଲା ପାକିସ୍ତାନ

Ritu Das
Browse all articles by Ritu Das
·2 years ago·2 min read
ଶେଷରେ ଭାରତୀୟ ଟିମକୁ ଅନୁରୋଧ କଲା ପାକିସ୍ତାନ

ଅର୍ଗସ ବ୍ୟୁରୋ: ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ୨୦୨୫ ଆୟୋଜନ କରୁଛି। କିନ୍ତୁ ଟିମ ଇଣ୍ଡିଆ କୌଣସି ମୂଲ୍ୟରେ ଟୁର୍ନାମେଣ୍ଟ ପାଇଁ ପାକିସ୍ତାନ ଗସ୍ତ କରିବାକୁ ରାଜି ନୁହେଁ। ଏନେଇ ସମସ୍ତ ପାକିସ୍ତାନୀ କ୍ରିକେଟର ନିଜର ମତ ରଖୁଛନ୍ତି। ପୁଣି ଚାମ୍ପିୟନ୍ସ ଟ୍ରଫିକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। 

 

ପାକିସ୍ତାନ କ୍ରିକେଟର ଶୋଏବ ମଲ୍ଲିକ ପାକିସ୍ତାନ ଆସିବାକୁ ଭାରତୀୟ ଦଳକୁ ଅନୁରୋଧ କରିଛନ୍ତି। ମଲ୍ଲିକ ଅନୁରୋଧ କରି କହିଛନ୍ତି ଯେ, ଆମେ ବହୁତ ଭଲ ଲୋକ। ଦେଶ ମଧ୍ୟରେ ଯାହା ଆପତ୍ତି ରହିଛି। ତାହା ଏକ ପୃଥକ ପ୍ରସଙ୍ଗ। ଏହାକୁ ପୃଥକ ଭାବେ ସମାଧାନ କରାଯିବା ଉଚିତ। ରାଜନୀତି ଖେଳକୁ ଆସିବା ଉଚିତ ନୁହେଁ। ଗତବର୍ଷ ପାକିସ୍ତାନ ଟିମ ଭାରତ ଯାଇଥିଲା ଏବଂ ବର୍ତ୍ତମାନ ଏହା ହେଉଛି ଟିମ ଇଣ୍ଡିଆର ପାଳି। 

ଟିମ ଇଣ୍ଡିଆ ପାଇଁ ଭଲ ସୁଯୋଗ ରହିଛି। ମୁଁ ଭାବୁଛି ଦଳରେ ଅନେକ ଖେଳାଳି ଅଛନ୍ତି ଯେଉଁମାନେ ପାକିସ୍ତାନରେ ଖେଳି ନାହାନ୍ତି। ଆମେ ବହୁତ ଭଲ ଲୋକ। ଭାରତୀୟ ଦଳ ଆସିବା ଉଚିତ। ଆମକୁ ଅତିଥି ସତ୍କାରର ସୁଯୋଗ ତ ଦିଅନ୍ତୁ। ସେପଟେ ଟିମ ଇଣ୍ଡିଆ ପାକିସ୍ତାନ ଯିବାକୁ ଜମା ରାଜି ନାହିଁ। ଏହି ଟୁର୍ନାମେଣ୍ଟ ପାଇଁ ଭାରତୀୟ ଦଳ ପାକିସ୍ତାନକୁ ଆସିବା ଉଚିତ କି ନାହିଁ ତାହା ସ୍ଥିର କରିବାକୁ ପିସିବି ଆଇସିସି ହାତରେ ଛାଡିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ କିଛି ଦିନ ତଳେ ପାକିସ୍ତାନର ପୂର୍ବତନ କ୍ରିକେଟର ତନବୀର ଅହମ୍ମଦ ବଡ଼ ବୟାନ ଦେଇଥିଲେ ଯାହାକୁ ଶୁଣି ପ୍ରତ୍ୟେକ ଭାରତୀୟ ଫ୍ୟାନମାନେ ରାଗରେ ନିଆଁବାଣ ହୋଇଥିଲେ। ତନବୀର କହିଥିଲେ ବିସିସିଆଇର ଲୋକମାନଙ୍କ ପାଇଁ ଚୁଡ଼ି ପଠାଇଛି, ଏହାକୁ ପିନ୍ଧ କାହିଁକି ନା ତୁମମାନଙ୍କ ହୃଦୟ ଛେଳି ପରି ଯିଏ ପାକିସ୍ତାନ ଆସିବାକୁ ଡରୁଛି। ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନରେ ହେଉଛି ଦମ ଅଛି ତ ଆସିକି ଦେଖାଅ। 

ସେପଟେ ପୂର୍ବତନ ଭାରତୀୟ ଭେଟେରାନ ସ୍ପିନର ହରଭଜନ ସିଂ ପାକିସ୍ତାନର ଲାଇଭ୍ ସୋ’ରେ ନିଜର କ୍ରୋଧ ପ୍ରକାଶ କରିଥିଲେ। ଭଜୀଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ହରଭଜନ କହିଥିଲେ  “ଯଦି ଆମର ଖେଳାଳିମାନେ ପାକିସ୍ତାନରେ ସୁରକ୍ଷିତ ନୁହଁନ୍ତି, ତେବେ ଆମେ ଆମ ଦଳ ପଠାଇବୁ ନାହିଁ। 
୨୦୨୩ରେ ପାକିସ୍ତାନ ମଧ୍ୟ ଏସିଆ କପ ଆୟୋଜନ କରିବାର ସୁଯୋଗ ପାଇଥିଲା। କିନ୍ତୁ ମ୍ୟାଚ ଖେଳିବାକୁ ଟିମ ଇଣ୍ଡିଆ ପାକିସ୍ତାନ ଗସ୍ତ କରିନି। ଏସିଆ କପରେ ଭାରତୀୟ ଦଳ ହାଇବ୍ରିଡ ମଡେଲ ଅଧୀନରେ ଶ୍ରୀଲଙ୍କାରେ ମ୍ୟାଚ ଖେଳିଥିଲା। ବର୍ତ୍ତମାନ ଚାମ୍ପିୟନ୍ସ ଟ୍ରଫିରେ ବିସିସିଆଇ ଏବଂ ଆଇସିସି କଣ ନିଷ୍ପତ୍ତି ନେବ ତାହା ଦେଖିବାକୁ ବାକି ରହିଲା। ତେବେ ପିସିବିର କାର୍ଯ୍ୟସୂଚୀ ଅନୁଯାୟୀ, ଏହି ଟୁର୍ନାମେଣ୍ଟ ୧୯ ଫେବୃଆରୀରୁ ୯ ମାର୍ଚ୍ଚ ପର୍ଯ୍ୟନ୍ତ ଦିନିକିଆ ଫର୍ମାଟରେ ଖେଳାଯିବ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Finally, Pakistan | Argus News