|
logo
Live

Argus News - ପ୍ରଥମ ଟେଷ୍ଟ: ଭାରତ ବିପକ୍ଷରେ ୨୮ ରନ୍‌ରେ ଇଂଲଣ୍ଡ ବିଜୟୀ

Sports

ପ୍ରଥମ ଟେଷ୍ଟ: ଭାରତ ବିପକ୍ଷରେ ୨୮ ରନ୍‌ରେ ଇଂଲଣ୍ଡ ବିଜୟୀ

Ritu Das
Browse all articles by Ritu Das
·2 years ago·1 min read
ପ୍ରଥମ ଟେଷ୍ଟ: ଭାରତ ବିପକ୍ଷରେ ୨୮ ରନ୍‌ରେ ଇଂଲଣ୍ଡ ବିଜୟୀ

ଅର୍ଗସ ବ୍ୟୁରୋ: ସ୍ଥାନୀୟ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଭାରତ ବିପକ୍ଷରେ ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ୍‌କୁ ୨୮ ରନ୍‌ରେ ବିଜୟ ହାସଲ କରିଛି। ଚତୁର୍ଥ ଦିନରେ ରବିବାର ଭାରତର ଶେଷ କ୍ରମର ଖେଳାଳି ଶ୍ରୀକର ଭରତ (୨୮),  ରବିଚନ୍ଦ୍ରନ ଅଶ୍ବିନ (୨୮), ଯଶପ୍ରୀତ ବୁମରା (ଅପରାଜିତ ୬ ରନ୍‌) ଓ ମହମ୍ମଦ ସିରାଜ (୧୨) ଲଢୁଆ ମନୋଭାବ ନେଇ ଖେଳିଥିଲେ ମଧ୍ୟ ନିଜ ଟିମ୍‌କୁ ବିଜୟ ଦେଇ ପାରି ନାହାନ୍ତି। ଇଂଲଣ୍ଡ ଦୁଇଟି ପାଳିରେ ଯଥାକ୍ରମେ ୨୪୬ ଓ ୪୨୦ ରନ୍‌ ସଂଗ୍ରହ କରିଥିଲା। ଭାରତ ପ୍ରଥମ ପାଳିରେ ୪୩୬ ରନ୍‌ କରିଥିଲା। ଫଳରେ ଭାରତକୁ ଏହି ମୁକାବିଲା ଜିତିବା ପାଇଁ ୨୩୧ ରନ୍‌ର ଲକ୍ଷ୍ୟ ମିଳିଥିଲା। କିନ୍ତୁ ଭାରତ ଦ୍ବିତୀୟ ପାଳିରେ ୨୦୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ଶୃଙ୍ଖଳାର ୨ୟ ମୁକାବିଲା ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍‌ସ୍ଥିତ ଡ. ୱାଇଏସ୍‌ ରାଜଶେଖର ରେଡ୍ଡୀ କ୍ରିକେଟ ଷ୍ଟାଡିୟମ୍‌ରେ ଆସନ୍ତା ଫେବ୍ରୁଆରି ୨ ତାରିଖ ଠାରୁ ଖେଳାଯିବ।

ଭାରତ ପ୍ରଥମ ପାଳିରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଦ୍ବିତୀୟ ପାଳିରେ ଓଲଟା ପରିସ୍ଥିତି ଥିଲା। ପ୍ରାରମ୍ଭିକ ବ୍ୟାଟର ରୋହିତ ଶର୍ମା ଓ ଯଶସ୍ବୀ ଜୟସ୍ବାଲ ଭଲ ଖେଳିଥିଲେ। ପ୍ରଥମ ୱିକେଟରେ ଭଲ ଭାଗିଦାରୀ କରିଥିଲେ। ସ୍କୋର ୪୨ ରନ୍‌ରେ ଯଶସ୍ବୀ ଆଉଟ୍‌ ହୋଇଥିଲେ। ସେ ୩୫ଟି ବଲ୍‌ ଖେଳି ୨ଟି ଚୌକା ସହାୟତାରେ ୧୫ ରନ୍‌ କରିଥିଲେ। ଇଂଲଣ୍ଡର ଦ୍ବିତୀୟ ଶିକାର ହୋଇଥିଲେ ଶୁବମନ ଗିଲ। ଯୁବ ବ୍ୟାଟର ଗିଲ୍‌ ୨ଟି ବଲ୍‌ ସାମ୍ନା କରି ଖାତା ଖୋଲିପାରି ନଥିଲେ। ଭାରତର ସ୍କୋର ୬୩ ରନ୍‌ ଥିଲା ବେଳେ ଇଂଲଣ୍ଡର ତୃତୀୟ ଶିକାର ହୋଇଥିଲେ ରୋହିତ ଶର୍ମା। ସେ ୫୮ଟି ବଲ୍‌ ଖେଳି ୭ଟି ଚୌକା ସହାୟତାରେ ୩୯ ରନ୍‌ କରିଥିଲେ।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପ୍ରଥମ ଟେଷ୍ଟ: ଭାରତ ବିପକ୍ଷରେ ୨୮ ରନ୍‌ରେ ଇଂଲଣ୍ଡ ବିଜୟୀ | Argus News