Cricket Latest Update / ୫ଷ୍ଟାର ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ…ପୁଣି ସିରିଜରୁ କାହିଁକି ବାଦ ପଡ଼ିଲେ ରିଷଭ?...
·1 hour ago·2 min read

Key Points
ୱେଷ୍ଟଇଣ୍ଡିଜ୍ ବିପକ୍ଷ ଆଗାମୀ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଦଳ ଘୋଷଣା ହୋଇଛି
ୱେଷ୍ଟଇଣ୍ଡିଜ୍ ବିପକ୍ଷ ଆଗାମୀ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଦଳ ଘୋଷଣା ହୋଇଛି । ଏହି ଚୟନକୁ ନେଇ କ୍ରିକେଟ୍ପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସୁକତା ରହିଥିଲା। ଚୟନକର୍ତ୍ତାଙ୍କ ନେଇ ଚର୍ଚ୍ଚା ମଧ୍ୟରେ ଦଳ ଘୋଷଣା ପରେ କିଛି ନୂଆ ଚେହେରାଙ୍କୁ ସୁଯୋଗ ମିଳିଥିବା ବେଳେ କିଛି ଖେଳାଳି ଦଳରୁ ବାଦ ପଡ଼ିଛନ୍ତି । ଦିନିକିଆ ସିରିଜ୍ରେ ଶୁଭମନ ଗିଲ୍ ଭାରତୀୟ ଦଳର ନେତୃତ୍ୱ ନେବେ।
ଦିନିକିଆ ସିରିଜ ପାଇଁ ୫ ଖେଳାଳିଙ୍କ ବଡ଼ କମବ୍ୟାକ ହୋଇଛି। ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା, ଦ୍ରୂତ ବୋଲର ମହମ୍ମଦ ସିରାଜ, ଓପନର ଯଶସ୍ବୀ ଜୟସ୍ବାଲ, ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଋତୁରାଜ ଗାଏକ୍ବାଡ, ଏବଂ ଅଲରାଉଣ୍ଡର ନୀତିଶ ରେଡ୍ଡିଙ୍କୁ ସାମିଲ କରାଯାଇଛି। ତେବେ ଏହି ୫ ଖେଳାଳି ଇଂଲଣ୍ଡ ସ୍କ୍ବାଡରେ ସାମିଲ ନଥିଲେ। ରୋହିତ ଶର୍ମା ଦଳରେ ନିଜ ସ୍ଥାନ ବଜାୟ ରଖିଛନ୍ତି । ତେବେ ଋଷଭ ପନ୍ତଙ୍କୁ ଉଭୟ ସିରିଜ୍ରେ ସୁଯୋଗ ମିଳିନାହିଁ । ଦିନିକିଆ ଦଳରେ ନମନ ଧୀର ଓ ଆକିବ ନବୀଙ୍କୁ ପ୍ରଥମ ଥର ପାଇଁ ସାମିଲ କରାଯାଇଛି।
ଦିନିକିଆ ଦଳର ଉପଅଧିନାୟକ ଭାବେ କେଏଲ୍ ରାହୁଲଙ୍କୁ ଦାୟିତ୍ୱ ମିଳିଛି । ଶ୍ରେୟସ ଆୟର ଓ ଯଶପ୍ରିତ ବୁମରାହ ଦିନିକିଆ ସିରିଜରେ ଦଳର ଅଂଶ ନାହାନ୍ତି । ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ଦଳର ପ୍ରତିନିଧିତ୍ୱ କରିବା କାରଣରୁ ଏହି ଦୁଇ ଖେଳାଳି ଦିନିକିଆ ସିରିଜ୍ରୁ ବାହାରେ ରହିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଟି-୨୦ ସିରିଜ୍ରେ ଶ୍ରେୟସ ଆୟରଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ତିଲକ ବର୍ମା ଉପଅଧିନାୟକ ରହିଛନ୍ତି । ଟି-୨୦ ଦଳରେ ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ଈଶାନ କିଶନ, ସଞ୍ଜୁ ସାମସନ, ଶିବମ ଦୁବେ, ଅକ୍ଷର ପଟେଲ ଓ ୱାଶିଂଟନ ସୁନ୍ଦରଙ୍କ ଭଳି ଖେଳାଳି ସ୍ଥାନ ପାଇଛନ୍ତି।
ଶୁଭମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଋତୁରାଜ ଗାଏକୱାଡ, କେଏଲ୍ ରାହୁଲ (ଉପଅଧିନାୟକ), ଧ୍ରୁବ ଜୁରେଲ, ନୀତିଶ କୁମାର ରେଡ୍ଡୀ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ପ୍ରସିଦ୍ଧ କୃଷ୍ଣ, ଗୁରନୂର ବରାଡ଼, ମହମ୍ମଦ ସିରାଜ, ଆକିବ ନବୀ, ଯଶସ୍ୱୀ ଜୟସ୍ୱାଲ, ନମନ ଧୀର।

- ଭାରତୀୟ ଦିନିକିଆ ଦଳ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଭାରତୀୟ ଟି-୨୦ ଦଳ
ଶ୍ରେୟସ ଆୟର (ଅଧିନାୟକ), ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ଈଶାନ କିଶନ (ୱିକେଟକିପର), ସଞ୍ଜୁ ସାମସନ (ୱିକେଟକିପର), ତିଲକ ବର୍ମା (ଉପଅଧିନାୟକ), ଶିବମ ଦୁବେ, କୁଲଦୀପ ଯାଦବ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, ନୀତିଶ କୁମାର ରେଡ୍ଡୀ, ଅର୍ଶଦୀପ ସିଂହ, ପ୍ରିନ୍ସ ଯାଦବ, ମୟଙ୍କ ଯାଦବ ରହିଛନ୍ତି ।
- ଓ୍ବେଷ୍ଟଇଣ୍ଡିଜର ଭାରତ ଗସ୍ତ
ପ୍ରଥମ ଦିନିକିଆ: ୨୭ ସେପ୍ଟେମ୍ବର, ୨୦୨୬, ତିରୁବନନ୍ତପୁରମ
ଦ୍ବିତୀୟ ଦିନିକିଆ: ୩୦ ସେପ୍ଟେମ୍ବର, ୨୦୨୬, ଗୌହାଟୀ
ତୃତୀୟ ଦିନିକିଆ: ୩ ଅକ୍ଟୋବର ୨୦୨୬, ମୁଲାନପୁର
ପ୍ରଥମ ଟି-୨୦: ୬ ଅକ୍ଟୋବର,୨୦୨୬, ଲକ୍ଷ୍ନୌ
ଦ୍ବିତୀୟ ଟି-୨୦: ୯ ଅକ୍ଟୋବର, ୨୦୨୬, ରାଞ୍ଚି
ତୃତୀୟ ଟି-୨୦: ୧୧ ଅକ୍ଟୋବର, ୨୦୨୬, ଇନ୍ଦୋର
ଚତୁର୍ଥ ଟି-୨୦ : ୧୪ ଅକ୍ଟୋବର, ୨୦୨୬, ହାଇଦ୍ରାବାଦ
ପଞ୍ଚମ ଟି-୨୦: ୧୭ ଅକ୍ଟୋବର, ୨୦୨୬, ବେଙ୍ଗାଲୁରୁ
Related Topics
Explore more stories