Videos
|
Sports

ଅବସର ନେବେ ଭାରତୀୟ ଫୁଟବଲ ଟିମର ଅଧିନାୟକ ସୁନୀଲ ଛେତ୍ରୀ

Smruti Parija
Browse all articles by Smruti Parija
·2 years ago·1 min read
ଅବସର ନେବେ ଭାରତୀୟ ଫୁଟବଲ ଟିମର ଅଧିନାୟକ ସୁନୀଲ ଛେତ୍ରୀ

ଅର୍ସସ ବ୍ୟୁରୋ:  ଭାରତୀୟ ଫୁଟବଲ ଟିମର ଅଧିନାୟକ ସୁନୀଲ ଛେତ୍ରୀ ଅବସର ନେବେ । ଏନେଇ ସେ ନିଜେ ଘୋଷଣା କରିଛନ୍ତି । ସେ କୁଏତ ବିପକ୍ଷରେ ହେବାକୁ ଥିବା ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଖେଳିବା ପରେ ଅବସର ନେବେ । 39 ବର୍ଷୀୟ ସୁନୀଲ ଭାରତ ପାଇଁ 145ଟି ମ୍ୟାଚ୍ ଖେଳିଛନ୍ତି । 20 ବର୍ଷର କ୍ୟାରିୟରରେ ସେ 95ଟି ଗୋଲ କରିଛନ୍ତି । 

ଆସନ୍ତା ମାସ ତଥା ଜୁନ 6ରେ କୁଏତ ବିପକ୍ଷରେ ଭାରତ ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳିବ। ସୋସିଆଲ ମିଡିଆ ଏକ୍ସରେ ଏକ ଭିଡିଓ ପୋଷ୍ଟ କରି ସୁନୀଲ ଏ ନେଇ ସୂଚନା ଦେଇଛନ୍ତି। ୨୦୦୫ରେ ଭାରତ ପାଇଁ ଡେବ୍ୟୁ କରିଥିଲେ ଛେତ୍ରୀ। ଏଯାବତ ସେ 95 ଗୋଲ୍‌ ସ୍କୋର କରି ଭାରତର ସର୍ବକାଳୀନ ଟପ୍‌ ସ୍କୋରର୍‌ ରହିଆସିଛନ୍ତି। ତାଙ୍କ ଅଧିନାୟକତ୍ବରେ ବର୍ତ୍ତମାନ ଭାରତ ୨୦୨୬ ଫିଫା ବିଶ୍ବକପ କ୍ବାଲିଫାୟାର ଗ୍ରୁପ୍‌ ଏରେ ଦ୍ବିତୀୟ ସ୍ଥାନରେ ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
football-team-captain-sunil-chhetri-declared-for-retirement | Argus News