Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦୁଇମାସ ମୁଁ ସାଧାରଣଲୋକଙ୍କ ଭଳି ଜୀବନଯାପନ କରିଛି

Sports

ଦୁଇମାସ ମୁଁ ସାଧାରଣଲୋକଙ୍କ ଭଳି ଜୀବନଯାପନ କରିଛି

Ritu Das
Browse all articles by Ritu Das
·2 years ago·1 min read
ଦୁଇମାସ ମୁଁ ସାଧାରଣଲୋକଙ୍କ ଭଳି ଜୀବନଯାପନ କରିଛି

ଅର୍ଗସ ବ୍ୟୁରୋ: ଭାରତୀୟ କ୍ରିକେଟ ଷ୍ଟାର ବିରାଟ କୋହଲିଙ୍କ ପାଇଁ ସମସ୍ତେ ଦିଓ୍ବାନା। ସବୁବେଳେ ଫ୍ୟାନମାନେ ତାଙ୍କୁ ଫଲୋ କରନ୍ତି। ବିରାଟ କୋହଲି ଦୁଇମାସ ପାଇଁ ଖେଳରୁ ବିଶ୍ରାମ ନେଇଥିଲେ। ସେ ଆଇପିଏଲ ୨୦୨୪ ଜରିଆରେ ପୁଣି ପଡ଼ିଆକୁ ଫେରିଛନ୍ତି। ବିରାଟ ତାଙ୍କ ଦ୍ବିତୀୟ ସନ୍ତାନ ଜନ୍ମ ସମୟରେ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହିତ ଥିଲେ। ଦୁଇମାସ ସବୁଥିରୁ ସେ ବିରତି ନେଇଥିଲେ। ଏହି ଦୁଇମାସ ମଧ୍ୟରେ ଫ୍ୟାନ ତାଙ୍କୁ ବହୁତ ଖୋଜିଥିଲେ। ଇନଷ୍ଟାରେ ରାଜ କରୁଥିବା କିଙ୍ଗ କୋହଲିଙ୍କର ରିଲ୍ସ ମଧ୍ୟ ଆସୁ ନ ଥିଲା। 

ଏହି ଦୁଇମାସ ଛୁଟିରେ ରହିବା ପ୍ରସଙ୍ଗକୁ ନେଇ ବିରାଟ କହିଛନ୍ତି, ମୁଁ ଭାରତରେ ନଥିଲି। ଏମିତି ଏକ ସ୍ଥାନରେ ଥିଲି ଯେଉଁଠାରେ ଲୋକମୋତେ ଚିହ୍ନି ପାରୁ ନଥିଲେ। ଦୁଇମାସ ପୂରା ପରିବାର ସହିତ ରହିବାର ଓ ଜଣେ ନୂଆ ଅତିଥିଙ୍କୁ ସ୍ବାଗତ କରିବାର ଅନୁଭବକୁ ମୁଁ ଶବ୍ଦରେ ବର୍ଣ୍ଣନା କରି ପାରିବି ନାହିଁ। ପରିବାର ସହିତ ମୋତେ ସମୟ ବିତାଇବା ପାଇଁ ସୁଯୋଗ ମିଳେ ନାହିଁ। 

ଏମିତି ସୁଯୋଗ ଦେଇଥିବାରୁ ମୁଁ ଭଗବାନଙ୍କୁ ଧନ୍ୟବାଦ ଜଣାଇବି। ରାସ୍ତାରେ ମୁଁ କେବେ ସାଧାରଣଲୋକ ଭଳି ଯାଇପାରେ ନାହିଁ। ତେଣୁ ଯେଉଁ ଦୁଇମାସ ଛୁଟି ମୁଁ କଟାଇଛି ସେଠାରେ ସାଧାରଣଲୋକଙ୍କ ଭଳି ରାସ୍ତାରେ ବୁଲିବା ମାର୍କେଟିଂ କରିବା ଆଦିର ଖୁବ ମଜା ଉଠାଇଛି। 
ଜାଣିନି ଏଭଳି ସୁଯୋଗ ମୋତେ ଦ୍ବିତୀୟଥର ମିଳି ପାରିବ କି ନାହିଁ। ଫେବୃଆରି ୨୦ରେ ମୁଁ ପୁତ୍ର ସନ୍ତାନର ବାପା ହୋଇଥିଲି। ଅନୁଷ୍କା ଲଣ୍ଡନରେ ଆକାୟଙ୍କୁ ଜନ୍ମ ଦେଇଥିଲେ। ମୁଁ ବହୁତ ଲକି ଯେ ମୁଁ ଅନୁଷ୍କାଙ୍କୁ ପାଇଛି। ମୋ ଜୀବନରେ ଅନୁଷ୍କା ଆସିବାପରେ ବହୁତ ପରିବର୍ତ୍ତନ ହୋଇଛି। ଏହି ଦିନ ଓ ସ୍ଥାନ ମୋ ପାଇଁ ମେମୋରେବଲ ହୋଇ ରହିବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Sponsored
For two months | Argus News