Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ପୂର୍ବତନ ବାଂଲାଦେଶ ଅଧିନାୟକ ତମିମ ଇକବାଲ ଖେଳୁଥିବା ବେଳେ ହୃଦଘାତର ଶିକାର ହେଲେ

Ritu Das
Browse all articles by Ritu Das
·1 year ago·1 min read
ପୂର୍ବତନ ବାଂଲାଦେଶ ଅଧିନାୟକ ତମିମ ଇକବାଲ  ଖେଳୁଥିବା ବେଳେ ହୃଦଘାତର ଶିକାର ହେଲେ

ପୂର୍ବତନ ବାଂଲାଦେଶ ଅଧିନାୟକ ତମିମ ଇକବାଲ ହୃଦଘାତର ଶିକାର ହୋଇଛନ୍ତି। ମ୍ୟାଚ ଖେଳୁଥିବା ସମୟରେ ତମିମ ଇକବାଲଙ୍କୁ ହୃଦଘାତ ହୋଇଥିଲା, ଯାହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ତମିମ ଇକବାଲ ଢାକା ପ୍ରିମିୟର ଲିଗ (ଡିପିଏଲ)ରେ ମହମ୍ମଦାନ ସ୍ପୋର୍ଟିଂ କ୍ଲବ ପାଇଁ ଖେଳୁଥିଲେ। ଫିଲ୍ଡିଂ ସମୟରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଆଜି ଢାକା ପ୍ରିମିୟର ଲିଗରେ ମହମ୍ମଦାନ ସ୍ପୋର୍ଟିଂ କ୍ଲବ ଏବଂ ସାଇନପୁକୁର କ୍ରିକେଟ କ୍ଲବର ଟିମ୍‌ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ତମିମ ଇକବାଲଙ୍କୁ ହୃଦଘାତ ହୋଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଫିଲ୍ଡିଂ କରିବା ସମୟରେ ସେ ଅସୁସ୍ଥ ଅନୁଭବ କରିବା ଆରମ୍ଭ କରିଥିଲେ, ଯାହା ପରେ ତାଙ୍କୁ ଫଜିଲାତୁନେଶା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତମିମ ଇକବାଲଙ୍କ ଡାକ୍ତରୀ ରିପୋର୍ଟ ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ।


ଅନ୍ୟପକ୍ଷରେ, ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି)ର ଫିଜିସିଆସ ଡାକ୍ତର ଦେବାଶିଷ ଚୌଧୁରୀ ଏହି ଘଟଣାକୁ ନିଶ୍ଚିତ କରିଛନ୍ତି। ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ମାତ୍ରେ ତାଙ୍କୁ ହସ୍ପିଟାଲ ନେବା ପାଇଁ ଏକ ହେଲିକପ୍ଟର ବ୍ୟବସ୍ଥା କରାଯାଇଥିଲା। କ୍ରିକେଟ ୱେବସାଇଟ କ୍ରିକଇନ୍ଫୋ ଅନୁଯାୟୀ, ୫୦ ଓଭର ମ୍ୟାଚର ପ୍ରଥମ ଇନିଂସରେ ତମିମ ଏହା ଅଭିଯୋଗ କରିଥିଲେ, ଯାହା ପରେ ତୁରନ୍ତ ଡାକ୍ତରୀ ଏକ୍ସପର୍ଟ ସେଠାରେ ପହଞ୍ଚିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
former-bangladesh-captain-tamim-iqbal-suffers-heart-attack-while-playing | Argus News