Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଟିମ୍ ଇଣ୍ଡିଆ ସହ ଯୋଡି ହେଲେ ପାକିସ୍ତାନର ପୂର୍ବତନ ବୋଲିଂ କୋଚ୍‌

Sports

ଟିମ୍ ଇଣ୍ଡିଆ ସହ ଯୋଡି ହେଲେ ପାକିସ୍ତାନର ପୂର୍ବତନ ବୋଲିଂ କୋଚ୍‌

Sangram Tripathy
Browse all articles by Sangram Tripathy
·1 year ago·1 min read
ଟିମ୍ ଇଣ୍ଡିଆ ସହ ଯୋଡି ହେଲେ ପାକିସ୍ତାନର ପୂର୍ବତନ ବୋଲିଂ କୋଚ୍‌

ଅର୍ଗସ ବ୍ୟୁରୋ:ଭାରତର ବୋଲିଂ ପ୍ରଶିକ୍ଷକ ହେଲେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ମୋର୍ଣ୍ଣି ମୋର୍କେଲ,ଏନେଇ ସୂଚନା ଦେଇଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହ। ମୋର୍କେଲ ସେପ୍ଟେମ୍ବର ୧ରୁ ଭାରତୀୟ ଦଳ ସହ ଯୋଗ ଦେଇ ନିଜ ଦାୟିତ୍ବ ସମ୍ଭାଳିବେ। ପାକିସ୍ତାନର ପୂର୍ବତନ ବୋଲିଂ କୋଚ୍‌ ଥିବା ମୋର୍ଣ୍ଣି ମୋର୍କେଲ ଏବେ ଭାରତ ସହ ଯୋଡି ହେଲେ। ୨୦୨୩ ଦିନିକିଆ ବିଶ୍ୱକପ ବେଳେ ମୋର୍କେଲ ପାକିସ୍ତାନ ଟିମର ବୋଲିଂ କୋଚ୍ ଥିଲେ। ତେବେ ଲିଗ ପର୍ଯ୍ୟାୟରୁ ପାକିସ୍ତାନ ବିଦାୟ ନେବାରୁ ମୋର୍କେଲ ବୋଲିଂ କୋଚ ପଦରୁ ଇସ୍ତଫା ଦେଇଥିଲେ।ତାଙ୍କୁ ଭାରତୀୟ ସିନିୟର ଟିମର ବୋଲିଂ କୋଚ୍‌ ଭାବେ ନିଯୁକ୍ତି ମିଳିଛି।

ପାକିସ୍ତାନ ବ୍ୟତୀତ ମୋର୍କେଲ ଆଇପିଏଲରେ କୋଲକତା ନାଇଟ ରାଇଡର୍ସ, ଲକ୍ଷ୍ନୌ ସୁପର ଜାଏଣ୍ଟସ ଓ ଦିଲ୍ଲୀ ଡେୟାର ଡେଭିଲ୍ସ ସହ ମଧ୍ୟ କାମ କରି ସାରିଛନ୍ତି।ଭାରତ ଓ ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ। ସେ ଦକ୍ଷିଣ ଆଫ୍ରିକା ପାଇଁ ୮୬ଟି ଟେଷ୍ଟ, ୧୧୭ ଦିନିକିଆ ଓ ୪୪ଟି ଟି-୨୦ ମ୍ୟାଚ୍‌ ଖେଳି ୫୪୪ଟି ୱିକେଟ ନେଇଛନ୍ତି। ଉଭୟ ଶ୍ରୀଲଙ୍କା ବିପକ୍ଷ ସିରିଜକୁ ନିଜର କାର୍ଯ୍ୟ ଗମ୍ଭୀରଙ୍କ ସହ ମିଶି ଆରମ୍ଭ କରିଛନ୍ତି। ବିଦାୟୀ କୋଚ୍‌ ରାହୁଲ ଡ୍ରାଭିଡଙ୍କ କୋଚିଂ ଟିମରେ ଫିଲ୍ଡଂ କୋଚ୍‌ ଥିବା ଟି ଦିଲୀପ ନିଜ ସ୍ଥାନ ବଜାୟୀ ରଖିଛନ୍ତି। ସେ ଗମ୍ଭୀରଙ୍କ କୋଚିଂ ଟିମରେ ମଧ୍ୟ ସପୋର୍ଟ ଷ୍ଟାଫ୍ଟ ଭାବେ କାର୍ଯ୍ୟ କରୁଛନ୍ତି
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Former bowling coach of Pakistan joined Team India | Argus News