Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Cricket Viral News / ପୂର୍ବତନ କ୍ରିକେଟରଙ୍କ ଇଚ୍ଛାକୁ ନେଇ ଫ୍ୟାନ୍ସ ଖୁସି...ଭଗବାନଙ୍କୁ ଦେଖା ହେଲେ ବିରାଟଙ୍କ କଥା କହିବି!

Ritu Das
Browse all articles by Ritu Das
·6 months ago·2 min read
ପୂର୍ବତନ କ୍ରିକେଟରଙ୍କ ଇଚ୍ଛାକୁ ନେଇ ଫ୍ୟାନ୍ସ ଖୁସି...ଭଗବାନଙ୍କୁ ଦେଖା ହେଲେ ବିରାଟଙ୍କ କଥା କହିବି!
india

Key Points

ପୂର୍ବତନ ଭାରତୀୟ କ୍ରିକେଟର ନବଜୋଚ ସିଂ ସିଦ୍ଧୁ ସବୁବେଳେ କୌଣସି ନା କୌଣସି ପେୋଷ୍ଟ କରି ବିବାଦରେ ରହିଥାଆନ୍ତି। ଆଜି ଇନଷ୍ଟାରେ ବିରାଟ କୋହଲିଙ୍କୁ ନେଇ ଏକ ପୋଷ୍ଟ ଶେୟାର କରି ଚର୍ଚ୍ଚାରେ ଅଛନ୍ତି ନବଜୋତ।
ପୂର୍ବତନ ଭାରତୀୟ କ୍ରିକେଟର ନବଜୋଚ ସିଂ ସିଦ୍ଧୁ ସବୁବେଳେ କୌଣସି ନା କୌଣସି ପେୋଷ୍ଟ କରି ବିବାଦରେ ରହିଥାଆନ୍ତି। ଆଜି ଇନଷ୍ଟାରେ ଏକ ପୋଷ୍ଟ ଶେୟାର କରି ଚର୍ଚ୍ଚାରେ ଅଛନ୍ତି ନବଜୋତ। ସେ ପୁରା ହୃଦୟରୁ ଚାହୁଁଛନ୍ତି ବିରାଟ ପୁଣି ଟେଷ୍ଟ ଫର୍ମାଟକୁ ଫେରି ଆସନ୍ତୁ।

ଟେଷ୍ଟ୍ କ୍ରିକେଟରୁ ଅବସର ନେଇ ସାରିଛନ୍ତି ବିରାଟ କୋହଲି । ଧଳା ଜର୍ସିର ଫର୍ମାଟକୁ ବିରାଟ ସବୁଠୁ ବେଶି ପସନ୍ଦ କରୁଥିଲେ । ୧୦ ହଜାର ରନ୍ କରିବା ତାଙ୍କର ଇଚ୍ଛା ଥିଲା । କିନ୍ତୁ ସେ ନିଜର ସବୁଠୁ ପସନ୍ଦଯୋଗ୍ୟ ଫର୍ମାଟକୁ ଅଲବିଦା କହିସାରିଛନ୍ତି । ଫ୍ୟାନ୍ସମାନେ କୋହଲିଙ୍କ ଫେରିବା ବାଟକୁ ଅନାଇ ବସିଛନ୍ତି । କୋହଲି ନିଜ ନିଷ୍ପତ୍ତିକୁ ଫେରେଇନେବେ ବୋଲି ସେମାନେ ଆଶା କରୁଛନ୍ତି । କେବଳ ଫ୍ୟାନ୍ସ ନୁହେଁ ପୂର୍ବତନ କ୍ରିକେଟର ସିଂ ସିଦ୍ଧୁ ମଧ୍ୟ ଏପରି କିଛି କହିଛନ୍ତି ଯାହାକୁ ନେଇ ଭାରତୀୟ କ୍ରିକେଟରେ ଜୋରଦାର ଚର୍ଚ୍ଚା ହେଉଛି। 

ଏହାସହ ପଢ଼ନ୍ତୁ: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ଫ୍ୟାନ୍ସଙ୍କ ମନ


ସିଦ୍ଧୁ କହିଛନ୍ତି ଯେ, ଯଦି ଭଗବାନ ତାଙ୍କୁ କେବେ ଦେଖା ହୁଅନ୍ତି ତାହାଲେ ସେ କେବଳ ଗୋଟିଏ ଇଚ୍ଛା ମାଗିବେ । ସେହି ଇଚ୍ଛା ହେଉଛି ବିରାଟ ଟେଷ୍ଟ୍ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବେ । ସେ ବିରାଟଙ୍କୁ ଟେଷ୍ଟ୍ ଜର୍ସିରେ ଦେଖିବାକୁ ଚାହାଁନ୍ତି । ଏଥିପାଇଁ ଭଗବାନଙ୍କ ସହ ସାକ୍ଷାତ ହେଲେ ସେ ଏହା ହିଁ ମାଗିବେ ବୋଲି କହିଛନ୍ତି । ବିରାଟ ହେଉଛନ୍ତି ୨୪ କ୍ୟାରେଟ୍ ସୁନା । ସେ ପୁଣି ଅନ୍ତର୍ଜାତୀୟ ଟେଷ୍ଟ୍ ଖେଳିଲେ କୋଟି କୋଟି ଲୋକ ଖୁସି ହୋଇଯିବେ । ଆଜି ବି ବିରାଟ ଫିଟନେସରେ ୨୦ ବର୍ଷୀୟ ଯୁବକଙ୍କ ଭଳି ଲାଗୁଥିବା କହିଛନ୍ତି। ମୋତେ ଯଦି ଭଗବାନ ମୋର ଇଚ୍ଛା କେବେ ପଚାରନ୍ତି ତେବେ ମୁଁ କହିବି କୋହଲି ପୁଣି ଫେରି ଆସନ୍ତୁ। ଅବସର ଫେରାଇ ନିଅନ୍ତୁ।

ସୂଚନାଯୋଗ୍ୟ, ମେ ୧୨ ତାରିଖରେ ବିରାଟ ଅନ୍ତର୍ଜାତୀୟ ଟେଷ୍ଟ୍ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଯାହା ଫ୍ୟାନ୍ସଙ୍କୁ ଝଟକା ଦେଇଥିଲା । ନିଜ ଟେଷ୍ଟ୍ କ୍ୟାରିଅରରେ ସେ ୧୨୩ଟି ମୁକାବିଲା ଖେଳିଛନ୍ତି । ଏଥିରେ ସେ ୯୨୩୦ ରନ୍ କରିଛନ୍ତି । ତାଙ୍କ ଆଭରେଜ୍ ରହିଛି ୪୬.୮୫। ଏହା ସହ ତାଙ୍କ ବ୍ୟାଟରୁ ୩୦ ଶତକ ଏବଂ ୩୧ ଅର୍ଦ୍ଧଶତକ ବାହାରିଛି। ଖାଲି ଟେଷ୍ଟ୍ ନୁହେଁ, ଟି୨୦ ଫର୍ମାଟରୁ ମଧ୍ୟ ସେ ଅବସର ନେଇଛନ୍ତି । ଭାରତ ଟି୨୦ ବିଶ୍ୱକପ୍ ଚାମ୍ପିଅନ୍ ହେଲା ପରେ ରନ୍ ମେସିନ୍ ଟି୨୦ ଫର୍ମାଟ ଛାଡିଥିଲେ । ଏବେ ସେ କେବଳ ଦିନିକିଆ ମୁକାବିଲା ଖେଳୁଛନ୍ତି । ଆଗାମୀ ୨୦୨୭ ବିଶ୍ୱକପ୍ ପାଇଁ ସେ ନିଜକୁ ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Former Cricketer’s Wish Delights Fans, Mentions Virat Kohli in Divine Comment | Argus News