ପରଲୋକରେ ଇଂଲଣ୍ଡର ପୂର୍ବତନ କ୍ରିକେଟର ଗ୍ରାହାମ ଥୋର୍ପ
·1 year ago·1 min read

ଅର୍ଗସ ବ୍ୟୁରୋ:୫୫ ବର୍ଷ ବୟସରେ ଇଂଲଣ୍ଡର ପୂର୍ବତନ କ୍ରିକେଟର୍ ଗ୍ରାହାମ ଥୋର୍ପଙ୍କ ପରଲୋକ ଘଟିଛି। ଏନେଇ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି ।ସେ ଇଂଲଣ୍ଡର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଜଣେ ଥିଲେ ତାଙ୍କ ମୃତ୍ୟୁରେ ଆମେ ଗଭୀର ଆହତ ଏବଂ ଏହାକୁ ଶବ୍ଦରେ ବର୍ଣ୍ଣନା କରିହେବ ନାହିଁ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ଲେଖିଛି ଇସିବି ।
୧୯୯୩ରୁ ୨୦୦୫ ମସିହା ପର୍ଯ୍ୟନ୍ତ ଇଂଲଣ୍ଡ ପାଇଁ ୧୦୦ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ ଥୋର୍ପ । ୬୭୪୪ ଟେଷ୍ଟ ରନ୍ ସଂଗ୍ରହ କରିଥିଲେ । ଏଥିମଧ୍ୟରୁ ୧୬ଟି ଶତକ ଏବଂ ୩୯ଟି ଅର୍ଦ୍ଧଶତକ ରହିଛି । ଥୋର୍ପ ଇଂଲଣ୍ଡ ପାଇଁ ଟେଷ୍ଟ ସହ ୮୨ ଦିନିକିଆ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି,ସେଥିରେ ୨୧ଟି ଅର୍ଦ୍ଧଶତକ ମଧ୍ୟ ରହିଛି । କାଉଣ୍ଟିଙ୍ଗ୍ କ୍ରିକେଟ ଖେଳି ଦଳ ପାଇଁ ମୋଟ୍ ୨୦ ହଜାର ରନ୍ ମଧ୍ୟ ସଂଗ୍ରହ କରିଥିଲେ ।ସେ ଇଂଲଣ୍ଡର ବ୍ୟାଟିଂ ପ୍ରଶିକ୍ଷକ ଓ ସହକାରୀ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: