ଇଣ୍ଡିଆ ଟିମର ପୂର୍ବତନ ଅଧିନାୟକ ଧୋନୀଙ୍କର ବାଇକ କଲେକ୍ସନ

ଅର୍ଗସ ବ୍ୟୁରୋ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କର ସମସ୍ତେ ଫ୍ୟାନ। ତାଙ୍କ ଫ୍ୟାନ ମାନେ ତାଙ୍କୁ ଏତେ ମାତ୍ରାରେ ଭଲ ପାଆନ୍ତି ଯେ, ତାଙ୍କ ପର୍ସନାଲ ଲାଇଫକୁ ବି ଅନୁସରଣ କରନ୍ତି। ବ୍ୟକ୍ତିଗତ ଭାବେ ଧୋନୀ ଗାର୍ଡେନିଂ ଏବଂ ବାଇକ କଲେକ୍ସନ ରଖିବାକୁ ଭଲ ପାଆନ୍ତି। ଆଉ ଏହି ବାଇକ କଲେକ୍ସନର ଫ୍ୟାନ ଦିଓ୍ବାନା। ନିକଟରେ ଧୋନୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ତାଙ୍କ ପାଖରେ ଅନେକ ବିଳାସପୂର୍ଣ୍ଣ କାର୍ ସହିତ ବାଇକ୍ ମଧ୍ୟ ରହିଛି। ଏବେ ଧୋନି ନିଜ ବାଇକ୍ ପାଇଁ ଏକ ବଡ଼ ଗ୍ୟାରେଜ୍ କରିଛନ୍ତି। ଏହି ଭିଡିଓରେ ଏକ ଗ୍ଲାସ୍ ଗ୍ୟାରେଜ୍ ମଧ୍ୟରେ ଭିନ୍ନ ଭିନ୍ନ ପ୍ରକାରର ବାଇକ୍ ରଖାଯାଇଥିବା ଦେଖିବାକୁ ମିଳିଛି।
ଗୋଟେ କି ଦୁଇଟି ନୁହେଁ ଏକାଧିକ ବାଇକ୍ ଗ୍ୟାରେଜରେ ରଖାଯାଇଥିବା ଦେଖାଯାଇଛି। ଧୋନି ଆରମ୍ଭରୁ ଏପର୍ଯ୍ୟନ୍ତ ଚଳାଇଥିବା ସମସ୍ତ ବାଇକ୍ ଗ୍ୟାରେଜରେ ରଖାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି। ଅନେକ ସମୟରେ ଧୋନି ବାଇକ୍ ଚଳାଇ ଦୂର ସ୍ଥାନକୁ ଯାଉଥିବାର ଦେଖିବାକୁ ମିଳେ। କାର୍ ଅପେକ୍ଷା ତାଙ୍କ ପାଖରେ ଅଧିକ ବାଇକ୍ ରହିଛି, ଯାହା ଆପଣ ଭିଡିଓ ଦେଖି ଜାଣିପାରୁଥିବେ।
📱 Get Argus News App
✨ଧୋନୀଙ୍କୁ କ୍ରିକେଟରେ ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ କ୍ରିକେଟ ଖେଳାଳିର ମାନ୍ୟତା ଦିଆଯାଇଛି। ତାଙ୍କ ଅଧିନାୟକତ୍ବ ସମୟରେ ଭାରତୀୟ କ୍ରିକେଟ ସଫଳତାର ଶିଖର ଛୁଇଁଥିଲା । ସେ ଅଗଷ୍ଟ ୧୫, ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ସହ ଏକ ଯୁଗର ଅନ୍ତ ହୋଇଥିଲା।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
