Former Sri Lanka Cricketer Dies / IPL 2026 ନିଲାମ ମଧ୍ୟରେ ଲଣ୍ଡନରେ ପୂର୍ବତନ ଶ୍ରୀଲଙ୍କା କିମ୍ବଦନ୍ତୀ କ୍ରିକେଟର ଡି ସିଲଭାଙ୍କ ପରଲୋକ
·7 months ago·2 min read

Key Points
ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ସୋମଚନ୍ଦ୍ର ଡି ସିଲଭାଙ୍କର ୮୩ ବର୍ଷ ବୟସରେ ପରଲୋକ
ସେ ଶ୍ରୀଲଙ୍କାର ପ୍ରଥମ ଟେଷ୍ଟ ଦଳର ସଦସ୍ୟ ମଧ୍ୟ ଥିଲେ

ଦୁବାଇର ଆବୁଧାବିରେ IPL 2026 ମିନି ନିଲାମ ଅନୁଷ୍ଠିତ ହେଉଛି। ଖେଳାଳି ବଜାର ପୂର୍ବରୁ ଗରମ। ଏହି ସମୟରେ, କ୍ରିକେଟ ଜଗତରୁ ଏକ ଦୁଃଖଦ ଖବର ଆସିଛି। ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ସୋମଚନ୍ଦ୍ର ଡି ସିଲଭାଙ୍କର ୮୩ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ଶ୍ରୀଲଙ୍କାର ପ୍ରଥମ ଟେଷ୍ଟ ଦଳର ସଦସ୍ୟ ମଧ୍ୟ ଥିଲେ। ସୋମଚନ୍ଦ୍ର ଡି ସିଲଭାଙ୍କ ମୃତ୍ୟୁ ପରେ ଶ୍ରୀଲଙ୍କା କ୍ରିକେଟ୍ ଜଗତରେ ଶୋକ ପ୍ରକାଶ ପାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ବର୍ଷ ହୋଇଥିଲା।
ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଶୋକ ପ୍ରକାଶ କରିଛି
ସୋମଚନ୍ଦ୍ର ଡି ସିଲଭାଙ୍କ ମୃତ୍ୟୁ ପରେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ସୋସିଆଲ ମିଡିଆରେ ଶୋକ ପ୍ରକାଶ କରି ଲେଖିଛନ୍ତି, "ଶ୍ରୀଲଙ୍କା କ୍ରିକେଟ୍ ଶ୍ରୀ ଡି.ଏସ୍. ଡି ସିଲଭାଙ୍କ ମୃତ୍ୟୁରେ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି। ସିଲଭା ଜଣେ ବହୁତ ଭଳ ଖେଳାଳି ଥିଲେ ଏବଂ ପ୍ରଶାସକ ଭାବେ ମଧ୍ୟ ତାଙ୍କର ଅବଦାନ ଥିଲା। ସେ ଶ୍ରୀଲଙ୍କା ପାଇଁ 12 ଟେଷ୍ଟ ଏବଂ 41 ଦିନିକିଆ ଖେଳିଥିଲେ ଏବଂ ଉଭୟ ଫର୍ମାଟରେ ସେ ଜାତୀୟ ଦଳର ଅଧିନାୟକ ଥିଲେ। ଡି ସିଲଭା 1982 ମସିହାରେ ଇଂଲଣ୍ଡ ବିପକ୍ଷରେ ଦେଶର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିଥିବା ଐତିହାସିକ ଶ୍ରୀଲଙ୍କା ଟେଷ୍ଟ ଦଳର ସଦସ୍ୟ ଥିଲେ।"
କ୍ୟାରିୟର କଥା କହିଲେ ଡି ସିଲଭା ୧୯୭୫ ମସିହାରେ ଶ୍ରୀଲଙ୍କା ପାଇଁ ତାଙ୍କର ଏକଦିବସୀୟ ଡେବ୍ୟୁ କରିଥିଲେ। ତା'ପରେ ସେ ୧୯୮୨ ମସିହାରେ ଶ୍ରୀଲଙ୍କା ପାଇଁ ତାଙ୍କର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ସେ ଶେଷ ଥର ପାଇଁ ୧୯୮୪ ମସିହାରେ ଶ୍ରୀଲଙ୍କାର ପ୍ରତିନିଧିତ୍ୱ କରିଥିଲେ।
ଡି ସିଲଭା ଶ୍ରୀଲଙ୍କା ପାଇଁ ୧୨ଟି ଟେଷ୍ଟ ମ୍ୟାଚ୍ ଖେଳି ୩୭ଟି ୱିକେଟ୍ ନେବା ସହ ୪୦୬ ରନ୍ କରିଥିଲେ। ଅନ୍ୟପକ୍ଷେ ୪୧ଟି ଦିନିକିଆ ମ୍ୟାଚ୍ ଖେଳି ୩୨ଟି ୱିକେଟ୍ ସହ ୩୭୧ ରନ୍ କରିଥିଲେ।
Sri Lanka Cricket wishes to express its deepest sympathies to the family of Mr. D. S. de Silva, who has passed away.
— Sri Lanka Cricket 🇱🇰 (@OfficialSLC) December 16, 2025
Mr. de Silva rendered yeoman service to the game of cricket, first as a player and later as an administrator.
He represented Sri Lanka in 12 Test matches and 41… pic.twitter.com/5eJXiQvWt4
ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଶୋକ ପ୍ରକାଶ କରିଛି
ସୋମଚନ୍ଦ୍ର ଡି ସିଲଭାଙ୍କ ମୃତ୍ୟୁ ପରେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ସୋସିଆଲ ମିଡିଆରେ ଶୋକ ପ୍ରକାଶ କରି ଲେଖିଛନ୍ତି, "ଶ୍ରୀଲଙ୍କା କ୍ରିକେଟ୍ ଶ୍ରୀ ଡି.ଏସ୍. ଡି ସିଲଭାଙ୍କ ମୃତ୍ୟୁରେ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି। ସିଲଭା ଜଣେ ବହୁତ ଭଳ ଖେଳାଳି ଥିଲେ ଏବଂ ପ୍ରଶାସକ ଭାବେ ମଧ୍ୟ ତାଙ୍କର ଅବଦାନ ଥିଲା। ସେ ଶ୍ରୀଲଙ୍କା ପାଇଁ 12 ଟେଷ୍ଟ ଏବଂ 41 ଦିନିକିଆ ଖେଳିଥିଲେ ଏବଂ ଉଭୟ ଫର୍ମାଟରେ ସେ ଜାତୀୟ ଦଳର ଅଧିନାୟକ ଥିଲେ। ଡି ସିଲଭା 1982 ମସିହାରେ ଇଂଲଣ୍ଡ ବିପକ୍ଷରେ ଦେଶର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିଥିବା ଐତିହାସିକ ଶ୍ରୀଲଙ୍କା ଟେଷ୍ଟ ଦଳର ସଦସ୍ୟ ଥିଲେ।"
କ୍ୟାରିୟର କଥା କହିଲେ ଡି ସିଲଭା ୧୯୭୫ ମସିହାରେ ଶ୍ରୀଲଙ୍କା ପାଇଁ ତାଙ୍କର ଏକଦିବସୀୟ ଡେବ୍ୟୁ କରିଥିଲେ। ତା'ପରେ ସେ ୧୯୮୨ ମସିହାରେ ଶ୍ରୀଲଙ୍କା ପାଇଁ ତାଙ୍କର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ସେ ଶେଷ ଥର ପାଇଁ ୧୯୮୪ ମସିହାରେ ଶ୍ରୀଲଙ୍କାର ପ୍ରତିନିଧିତ୍ୱ କରିଥିଲେ।
ଡି ସିଲଭା ଶ୍ରୀଲଙ୍କା ପାଇଁ ୧୨ଟି ଟେଷ୍ଟ ମ୍ୟାଚ୍ ଖେଳି ୩୭ଟି ୱିକେଟ୍ ନେବା ସହ ୪୦୬ ରନ୍ କରିଥିଲେ। ଅନ୍ୟପକ୍ଷେ ୪୧ଟି ଦିନିକିଆ ମ୍ୟାଚ୍ ଖେଳି ୩୨ଟି ୱିକେଟ୍ ସହ ୩୭୧ ରନ୍ କରିଥିଲେ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories