Videos
|
Sports

ଆଣ୍ଟି ଡୋପିଂ କୋଡ୍ ଉଲ୍ଲଂଘନ କରିଥିବାରୁ ୪ ବର୍ଷ ବ୍ୟାନ୍

Rashmita Mishra
Browse all articles by Rashmita Mishra
·1 year ago·1 min read
ଆଣ୍ଟି ଡୋପିଂ କୋଡ୍ ଉଲ୍ଲଂଘନ କରିଥିବାରୁ  ୪ ବର୍ଷ ବ୍ୟାନ୍

ଅର୍ଗସ ବ୍ୟୁରୋ: ଟୋକିଓ ଅଲମ୍ପିକ ବ୍ରୋଞ୍ଚ ପଦକ ବିଜେତା କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆଙ୍କ ବିରୋଧରେ ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନାଡା ୪ ବର୍ଷ ଲାଗି ପୁନିଆଙ୍କ ଉପରେ ବ୍ୟାନ ଲଗାଇଛି। ଆଣ୍ଟି ଡୋପିଂ କୋଡ୍ ଉଲ୍ଲଂଘନ କରିଥିବାରୁ ତାଙ୍କ ଉପରେ ଏହି ବ୍ୟାନ ଲଗାଯାଇଛି। ନ୍ୟାସନାଲ ଟିମ୍ ଲାଗି ଚୟନ ପ୍ରକ୍ରିୟା ଲାଗି ନାଡା ବଜରଙ୍ଗ ପୁନିଆଙ୍କୁ ମାର୍ଚ୍ଚ ୨୬ରେ ଡୋପିଂ ପରୀକ୍ଷଣ ଲାଗି ନମୁନା ଦେବାକୁ କହିଥିଲା। ହେଲେ ବଜରଙ୍ଗ ଏହା କରିନଥିଲେ। ନ୍ୟାସନାଲ ଆଣ୍ଟି-ଡୋପିଂ ଏଜେନ୍ସି ଅନୁଯାୟୀ ମାର୍ଚ୍ଚ ୧୦ ତାରିଖରେ ହରିୟାଣାର ସୋନିପତରେ ଏହି ଶୁଣାଣି ହୋଇଥିଲା। ଏହି ପରୀକ୍ଷାରେ ବଜରଙ୍ଗ ପୁନିଆ ତାଙ୍କର ପରିସ୍ରା ନମୁନା ଦେବାକୁ ମନା କରିଦେଇଥିଲେ। ଯାହା ପରେ ଦୋଷ ବଜରଙ୍ଗ ପୁନିଆ ଉପରେ ପଡିଛି। ବଜରଙ୍ଗ ନ୍ୟାସନାଲ ଆଣ୍ଟି-ଡୋପିଂ ନିୟମ, ୨୦୨୧ ର ଧାରା ୨.୩ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Four-year ban for violating anti-doping code | Argus News