Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଇପିଏଲରେ ଫ୍ରେଜର ମ୍ୟାକଗର୍କଙ୍କ ଜଲଓ୍ବା

Sports

ଆଇପିଏଲରେ ଫ୍ରେଜର ମ୍ୟାକଗର୍କଙ୍କ ଜଲଓ୍ବା

Ritu Das
Browse all articles by Ritu Das
·2 years ago·1 min read
ଆଇପିଏଲରେ ଫ୍ରେଜର ମ୍ୟାକଗର୍କଙ୍କ ଜଲଓ୍ବା

ଅର୍ଗସ ବ୍ୟୁରୋ: ଆଇପିଏଲ୍‌ର ୪୩ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ)ରେ ଦିଲ୍ଲୀ କ୍ୟାପିଟାଲ୍ସର ବ୍ୟାଟ୍ସମ୍ୟାନ ଜେକେ ଫ୍ରେଜର ମ୍ୟାକ୍‌ଗର୍କ ଧୂଆଁଧାର ବ୍ୟାଟିଂ କରିଛନ୍ତି। ସେ ୧୫ ବଲ୍‌ରେ ୫୦ ରନ୍ ସଂଗ୍ରହ କରିଥିବାବେଳେ ୨୭ ବଲ୍‌ ଖେଳି ୮୪ ରନ୍ ସଂଗ୍ରହ କରିଥିଲେ। ବଡ଼କଥା ଯେ ଆଇପିଏଲ ୨୦୨୪ରେ ଦୁଇଥର ୧୫ ବଲରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ୨୨ ବର୍ଷୀୟ ମ୍ୟାକଗର୍କ ଏପର୍ଯ୍ୟନ୍ତ ଆଇପିଏଲ୍ ୨୦୨୪ରେ ୫ଟି ମ୍ୟାଚରେ ୨୪୭ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ତାଙ୍କର ଷ୍ଟ୍ରାଇକ୍ ରେଟ ରହିଛି ୨୩୭.୫। 

ଏହି ଖେଳାଳି ୨୦୨୩ ମସିହାରେ ଅଷ୍ଟ୍ରେଲିଆ ଘରୋଇ କ୍ରିକେଟରେ ୨୯ ବଲରେ ଶତକ ହାସଲ କରିଥିଲେ। ଏହା ସହ ସେ କ୍ରିକେଟର ଯେକୌଣସି ଫର୍ମାଟରେ ଦ୍ରୁତତମ ଶତକ ସ୍କୋର କରିବା ବ୍ୟାଟ୍ସମ୍ୟାନ୍ ହୋଇଥିଲେ। 

ତାଙ୍କ ପୂର୍ବରୁ ଏହି ରେକର୍ଡ କ୍ରିସ ଗେଲଙ୍କ ନାମରେ ଥିଲା, ଯିଏ ଆଇପିଏଲରେ ୩୦ଟି ବଲରେ ଶତକ ହାସଲ କରିଥିଲେ। ଦିନିକିଆ କ୍ରିକେଟରେ ଏବି ଡି ଭିଲିୟର୍ସ ୩୧ ବଲରେ ୧୦୦ ରନ୍ କରିଥିବାର ରେକର୍ଡ ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus Whatsapp Channel Mobile Top
Sponsored
Fraser McGurk's | Argus News