Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୨୬ରୁ ପ୍ୟାରିସ ଅଲମ୍ପିକ୍ସ,ନଜର ପକାନ୍ତୁ ଭାରତର ଖେଳ ସୂଚୀ ଉପରେ  

Sports

୨୬ରୁ ପ୍ୟାରିସ ଅଲମ୍ପିକ୍ସ,ନଜର ପକାନ୍ତୁ ଭାରତର ଖେଳ ସୂଚୀ ଉପରେ  

Sangram Tripathy
Browse all articles by Sangram Tripathy
·1 year ago·1 min read
୨୬ରୁ ପ୍ୟାରିସ ଅଲମ୍ପିକ୍ସ,ନଜର ପକାନ୍ତୁ ଭାରତର ଖେଳ ସୂଚୀ ଉପରେ  


ଅର୍ଗସ ବ୍ୟୁରୋ:ପ୍ୟାରିସ ଅଲମ୍ପିକ୍ସ ଉଦଘାଟନୀ ଉତ୍ସବ ୨୬ ଜୁଲାଇରେ ହେବାକୁ ଥିବାବେଳେ ଭାରତ ତାର ଅଭିଯାନ ଆରମ୍ଭର ଗୋଟିଏ ଦିନ ପୂର୍ବରୁ ଆରମ୍ଭ କରିବ ଅର୍ଥାତ ୨୬ରୁ ବିଧିବଦ୍ଧ ଭାବେ ଅଲିମ୍ପିକ୍ସ ଆରମ୍ଭ ହେଉଥିବା ବେଳେ ୨୫ରୁ ଭାରତୀୟ ଖେଳାଳିଙ୍କ ଭାଗ୍ୟ ପରୀକ୍ଷା ଆରମ୍ଭ ହେବ। ମୋଟ ୧୧୭ ସଦସ୍ୟ ବିଶିଷ୍ଟ ଭାରତୀୟ ଟିମ୍  ପ୍ୟାରିସରେ ଭାଗ ନେବେ,ତୀରନ୍ଦାଜୀରୁ ଆଡି ଭାରତର ତାର ଅଭିଯାନ ଆରମ୍ଭ କରିବ । ୨୦୨୦ ମସିହାରେ ଟୋକିଓ ଅଲମ୍ପିକ୍ସରେ ଭାରତ ଭାଗ ନେଇ ଐତିହାସିକ ବିଜୟ ରଚିବା ସହ  ମୋଟ ୭ଟି ମେଡାଲ ଜିତିଥିଲା ।

ଏଥର ଭାରତୀୟ ଆଥଲେଟ ଏହି ରେକର୍ଡକୁ ଭାଙ୍ଗିବା ସହ ପଦକ ସଂଖ୍ୟା ମଧ୍ୟ ବୃଦ୍ଧି କରିବାକୁ ଆଶା ରଖିଛନ୍ତି। ଜୁଲାଇ ୨୫ରେ ତୀରନ୍ଦାଜୀର ବ୍ୟକ୍ତିଗତ ରାଙ୍କିଙ୍ଗ ରାଉଣ୍ଡ ଲଢ଼େଇ ଆରମ୍ଭ ହେବ। ଉଭୟ ପୁରୁଷ ଓ ମହିଳା ଏଥିରେ ଭାଗ ନେବେ। ଅଲିମ୍ପିକ୍ସରେ ଭାରତର ପ୍ରଥମ ଦୁଇ ଦିନର ସେଡ୍ୟୁଲ ଭାରତୀୟ ସମୟ ଦେଖିବାକୁ ଗଲେ


୨୫ ଜୁଲାଇ ଗୁରୁବାର ତୀରନ୍ଦାଜୀ- ମହିଳା ଇଣ୍ଡିଭିଜୁଆଲ ରାଙ୍କିଙ୍ଗ ରାଉଣ୍ଡ ଦିନ ୧ଟାରୁ ଦୀପିକା କୁମାରୀ, ଅଙ୍କିତା ଭାକତ ଓ ଭଜନ କୌର ଭାଗ ନେବେ। ପୁରୁଷ ବ୍ୟକ୍ତିଗତ ରାକିଂ ରାଉଣ୍ଡ ତୀରନ୍ଦାଜୀ ଭାରତୀୟ ସମୟ ସନ୍ଧ୍ୟା ୫.୪୫ ହେବ। ଅନ୍ୟପକ୍ଷରେ ଦେଖିବାକୁ ଗଲେ ଉଦଘାଟନୀ ସମାରୋହ ୨୬ଜୁଲାଇରେ ହେବ। ୨୭ରେ ବ୍ୟାଡମିଣ୍ଟନ ପୁରୁଷ ଏଂବ ମହିଳା ଏକକ, ଭାରତୀୟ ସମୟ  ଦିନ ୧୨ଟାରୁ ଆରମ୍ଭ ହେବ। ଦିନ ୧୨ଟାରୁ ଶୁଟିଂ ୧୦ ମିଟର ଏୟାର ରାଇଫଲ ମିକ୍ସଡ ଟିମ ଯୋଗ୍ୟତା ପର୍ଯ୍ୟାୟ ରହିଛି
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
From 26 to Paris Olympics, take a look at India's sports schedule | Argus News