ଆଜି ଠୁ ଅଲମ୍ପିକ୍ସ କ୍ରୀଡ଼ା ମହାକୁମ୍ଭ

ଅର୍ଗସ ବ୍ୟୁରୋ: ସାରା ବିଶ୍ବ ଉତ୍ସବ ମୁଖର,ସବୁଠି ଅଲମ୍ପିକ୍ସ ଫିବର,ଆଜିଠୁ ପ୍ୟାରିସରେଆରମ୍ଭ ହେଉଛି ୩୩ତମ ଅଲମ୍ପିକ୍ସ କ୍ରୀଡ଼ା ମହାକୁମ୍ଭ।ସେନ ନଦୀରେ ବାଜିବ ଉଦଘାଟନୀ ବିଗୁଲ୍ ।୧୦୦ ବର୍ଷ ପରେ
ପ୍ୟାରିସରକୁ ଫେରିଛି ଅଲମ୍ପିକ୍ସ। ୩୨ କ୍ରୀଡା,୨୦୬ ଦେଶ,୩୨୯ ପଦକ,୧୦ ହଜାର ୭୧୪ କ୍ରୀଡ଼ାବିତ,ଏହା ପୂର୍ବରୁ ଅଲିମ୍ପିକ୍ସ ରିଙ୍ଗ୍ ଏବଂ ଚିକମିକ୍ ଆଲୋକରେ ଝଲସିଛି ପ୍ୟାରିସର ବିଶ୍ୱ ପ୍ରସିଦ୍ଧ ଆଇଫିଲ୍ ଟାୱାର୍। ସାରା ବିଶ୍ବକୁ ସ୍ବାଗତ ପାଇଁ ରହିଛି ପ୍ରସ୍ତୁତ।
ଉଦଘାଟନୀ ଉତ୍ସବ ମାଧ୍ୟମରେ ଆୟୋଜକ ଫ୍ରାନ୍ସ ସାରା ବିଶ୍ବକୁ ପ୍ରେମର ମହାଶକ୍ତିରେ ବାନ୍ଧି ଶାନ୍ତି ପ୍ରତିଷ୍ଠାର ଦେଉଛି ବାର୍ତ୍ତା। ୩ ଘଣ୍ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଉତ୍ସବ ହେବ ବେଶ୍ ନିଆରା ଷ୍ଟାଡିୟମ୍ ନୁହେଁ ନଈ ମଧ୍ୟରେ ହେବ ଅଲିମ୍ପିକ୍ସ ଉଦଘାଟନ ସମାରୋହ। ପ୍ରସିଦ୍ଧ ଗାୟିକା ଲେଡି ଗାଗାଙ୍କ ଗୀତରେ ଝୁମିବ ସାରା ବିଶ୍ୱ। ଭାରତୀୟ ସମୟ ରାତି ୧୧ ଟାରେ ଏହା ଆରମ୍ଭ ହେବାକୁ ଯାଉଛି ।ମୋଟ ୧୧୭ ସଦସ୍ୟ ବିଶିଷ୍ଟ ଭାରତୀୟ ଟିମ୍ ପ୍ୟାରିସରେ ଭାଗ ନେଇଛନ୍ତି, ଭାରତ ତାହାର ଅଭିଯାନ ୨୫ ଜୁଲାଇରୁ ତୀରନ୍ଦାଜୀରୁ ତାର ଅଭିଯାନ ଆରମ୍ଭ କରିସାରିଛି ।
📱 Get Argus News App
✨ଉଦଘାଟନୀ ଉତ୍ସବରେ ତ୍ରିରଙ୍ଗା ଧରିବେ ଦୁଇଥରର ପଦକ ବିଜେତା ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ,ଭେଟେରାନ ଟେବୁଲ ଟେନିସ ଖେଳାଳି ଶରତ କମଳ। ୨୦୦୮ର ଅଲମ୍ପିକ୍ସରେ ସ୍ବର୍ଣ୍ଣ ବିଜେତା ସୁଟର ଅଭିନବ ବିନ୍ଦ୍ରା,ଭାରତ ପକ୍ଷରୁ ପ୍ୟାରିସରେ ଅଲମ୍ପିକ୍ସ ଶୋଭାଯାତ୍ରାରେ ଅଲମ୍ପିକ୍ସ ମସାଲ ଧରିଥିଲେ। ୨୦୨୦ ମସିହାରେ ଟୋକିଓ ଅଲମ୍ପିକ୍ସରେ ଭାରତ ଭାଗ ନେଇ ଐତିହାସିକ ବିଜୟ ରଚିବା ସହ ମୋଟ ୭ଟି ମେଡାଲ ଜିତିଥିଲା । ଏଥର ପ୍ୟାରିସ ଅଲମ୍ପିକ୍ସରେ ଭାରତୀୟ ଆଥଲେଟ ଏହି ରେକର୍ଡକୁ ଭାଙ୍ଗିବା ସହ ପଦକ ସଂଖ୍ୟା ବାଢାଇବେ ବୋଲି ଆଶା ରହିଛି ।