Videos
|
Sports

ମ୍ୟାଚ ଆରମ୍ଭ ପୂର୍ବରୁ ଓଭାଲରେ ଗମ୍ଭୀର-କ୍ୟୁରେଟର ମୁହାଁମୁହିଁ

Ritu Das
Browse all articles by Ritu Das
·1 year ago·2 min read
ମ୍ୟାଚ ଆରମ୍ଭ ପୂର୍ବରୁ ଓଭାଲରେ ଗମ୍ଭୀର-କ୍ୟୁରେଟର ମୁହାଁମୁହିଁ

Key Points

ଗୁରୁବାରଠୁ ଓଭାଲରେ ଭାରତ ଖେଳିବ ପଞ୍ଚମ ଟେଷ୍ଟ

ମ୍ୟାଚ ଆରମ୍ଭ ପୂର୍ବରୁ ଓଭାଲରେ ଗମ୍ଭୀର-କ୍ୟୁରେଟର ମୁହାଁମୁହିଁ

ଭାରତର ବ୍ୟାଟିଂ କୋଚ୍ ସୀତାଂଶୁ କୋଟକଙ୍କ ହସ୍ତକ୍ଷେପ ପରେ ହେଲା ପରିସ୍ଥିତି ଶାନ୍ତ

ଆସନ୍ତାକାଲି ଓଭାଲରେ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ଖେଳାଯିବ। ଏହାପୂର୍ବରୁ କିନ୍ତୁ ଭାରତ-ଇଂଲଣ୍ଡ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି। ପଞ୍ଚମ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଓ ଓଭାଲ୍ ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଛି । ବିବାଦ ଏତେ ଅଧିକ ହୋଇଥିଲା ଯେ, ମାମଲାକୁ ଶାନ୍ତ କରିବା ପାଇଁ ଅନ୍ୟମାନଙ୍କୁ ବୁଝାଇବାକୁ ପଡ଼ିଥିଲା। ଏହି ଯୁକ୍ତିତର୍କର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାପରେ ଫ୍ୟାନ ମାନେ ଗମ୍ଭୀରଙ୍କୁ ସପୋର୍ଟ କରୁଛନ୍ତି। ଟିମ୍ ଇଣ୍ଡିଆ ଜୁଲାଇ ୨୮ରେ ମାଞ୍ଚେଷ୍ଟରରୁ ଲଣ୍ଡନ ପହଞ୍ଚିଥିଲା । ଆଜି ଟିମର ପ୍ରଥମ ପ୍ରାକ୍ଟିସ୍ ସେସନ୍ ଥିଲା । କିନ୍ତୁ ଏହି ସମୟରେ ବିବାଦ ବଢିଥିଲା। ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ଲଣ୍ଡନର ଓଭାଲ ଷ୍ଟାଡିୟମରେ ଖେଳାଯିବ । କିନ୍ତୁ ମଙ୍ଗଳବାର ଗୌତମ ଗମ୍ଭୀର ଓ ଓଭାଲ୍ କ୍ରିକେଟ୍ ଗ୍ରାଉଣ୍ଡର ଚିଫ୍ କ୍ୟୁରେଟର ଲି ଫୋର୍ଟିସଙ୍କ ମଧ୍ୟରେ ପାଟିତୁଣ୍ଡ ଦେଖିବାକୁ ମିଳିଛି।


ରିପୋର୍ଟ ଅନୁସାରେ ପିଚ୍‌ର ସ୍ଥିତିକୁ ନେଇ କୋଚ୍ ଗମ୍ଭୀର ସନ୍ତୁଷ୍ଟ ନ ଥିଲେ। ପିଚ୍‌ରେ ପହଞ୍ଚି ସିଧାସଳଖ କ୍ୟୁରେଟରଙ୍କ ସହ କଥା ହୋଇଥିଲେ । ଦୁହିଁଙ୍କ ମଧ୍ୟରେ ପିଚ୍‌ର ସ୍ଥିତି ଓ ବ୍ୟବହାରକୁ ନେଇ ଆପତ୍ତି ଉଠାଇଥିଲେ। ରିପୋର୍ଟ ଅନୁସାରେ, ଏହି ଯୁକ୍ତତର୍କ ବେଳେ ଓଭାଲ୍ ଗ୍ରାଉଣ୍ଡ ଷ୍ଟାଫ୍ ଗୌତମ ଗମ୍ଭୀରଙ୍କ ବିରୋଧରେ ଅଭିଯୋଗ କରିବେ ବୋଲି ଧମକ ଦେଇଥିଲେ । ଯାହାପରେ ଗମ୍ଭୀର ରାଗି ଯାଇ କହିଥିଲେ, "ଆପଣ ଯାହାକୁ ଚାହିଁବେ ତାକୁ ଯାଇ ରିପୋର୍ଟ କରିପାରିବେ, କିନ୍ତୁ ଆମେ କଣ କରିବୁ ତାହା ଆପଣ ଆମକୁ କହିପାରିବେ ନାହିଁ ।" ଫର୍ଟିସ ଆଉ ମଧ୍ୟ କହିଥିଲେ ଗମ୍ଭୀରଙ୍କୁ ଖୁସି କରିବା ମୋ କାମ ନୁହେଁ ଏହାପୂର୍ବରୁ ମୁଁ ତାଙ୍କୁ କେବେ ଭେଟି ନାହିଁ। ବିବାଦ ବଢିବା ଦେଖି ଭାରତର ବ୍ୟାଟିଂ କୋଚ୍ ସୀତାଂଶୁ କୋଟକ ଓ ଭାରତୀୟ ଅନ୍ୟ ସହଯୋଗୀ ଷ୍ଟାଫ୍ ମାମଲାକୁ ଶାନ୍ତ କରିବା ପାଇଁ ହସ୍ତକ୍ଷେପ କରିଥିଲେ । ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପରବର୍ତ୍ତୀ ମ୍ୟାଚ୍ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଭାରତୀୟ ଟିମ୍ ସିରିଜରେ ବର୍ତ୍ତମାନ ୧-୨ରେ ପଛୁଆ ଅଛି । ତେଣୁ ସିରିଜକୁ ପ୍ରତ୍ୟାବର୍ତ୍ତନ କରିବାକୁ ହେବ ମ୍ୟାଚ୍‌କୁ ଯେକୌଣସି ସ୍ଥିତିରେ ଜିତିବାକୁ ହେବ । ଯଦି ଶେଷ ମ୍ୟାଚ୍ ଡ୍ର’ ହୋଇଗଲା ତେବେ ଭାରତ ସିରିଜ୍ ହାରିଯିବ। ସେଥିପାଇଁ ଗମ୍ଭୀର ଟିକେ ବି ଭୁଲ ବରଦାସ୍ତ କରିବାକୁ ଚାହୁଁ ନାହାନ୍ତି। ଅନ୍ତିମ ତତା ପଞ୍ଚମ ଟେଷ୍ଟରେ ବାମହାତୀ ପେସ ବୋଲର ଅର୍ଶଦୀପ ସିଂ ପଦାର୍ପଣ କରିବା ପ୍ରାୟ ନିଶ୍ଚିତ ହୋଇଛି।

gambhir-curator-face-off-at-the-oval-before-the-match-starts | Argus News