Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ପୁଣି ମୁହାଁମୁହିଁ ହେଲେ ଗମ୍ଭୀର-କୋହଲି

Ritu Das
Browse all articles by Ritu Das
·1 year ago·2 min read
ପୁଣି ମୁହାଁମୁହିଁ ହେଲେ ଗମ୍ଭୀର-କୋହଲି

ଅର୍ଗସ ବ୍ୟୁରୋ: ଭାରତୀୟ ଦଳର ଲିଜେଣ୍ଡ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରୁ ବିରାଟ କୋହଲି ଅନ୍ୟତମ। କ୍ରିକେଟରେ ବିରାଟଙ୍କ ନାଁ ହି କାଫି। ବିରାଟଙ୍କ ଫ୍ୟାନ ଫଲୋର୍ସ ସବୁଠୁ ଅଧି। ଅନ୍ୟପକ୍ଷେ ଗୌତମ ଗମ୍ଭୀର ଟିମ ଇଣ୍ଡିଆର ଏବେ ମୁଖ୍ୟ କୋଚ ଦାୟିତ୍ୱ ତୁଲାଉଛନ୍ତି। ଟିମ ଇଣ୍ଡିଆରେ ଉଭୟ ମହାନଙ୍କୁ ଏକାଠି ଦେଖାଯାଉଥିଲେ ମଧ୍ୟ ଉଭୟେ ପରସ୍ପରର ସବୁଠାରୁ ବଡ ‘ଶତ୍ରୁ’ ବୋଲି କେହି ଅସ୍ବୀକାର କରିପାରିବେ ନାହିଁ। ବର୍ତ୍ତମାନ ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ଇଣ୍ଟରଭ୍ୟୁରେ ଉଭୟ ଶତ୍ରୁଙ୍କୁ ମୁହାଁମୁହିଁ ବସାଇଛି।

 

ବୋର୍ଡ ଅଫ କଣ୍ଟ୍ରୋଲ ଫର୍‌ କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କ ମଧ୍ୟରେ କଥାବାର୍ତ୍ତାର ଏକ ଭିଡିଓ କ୍ଲିପ ଶେୟାର କରିଛି। ଏହି ଭିଡିଓରେ ବିରାଟ ଏବଂ ଗମ୍ଭୀର ପରସ୍ପରକୁ ଇଣ୍ଟରଭ୍ୟୁ ଦେଉଥିବାର ନଜର ଆସିଛନ୍ତି। ଉଭୟ ପୁରୁଣା ମୋମେଣ୍ଟ ଶେୟାର କରିଛନ୍ତି ଏବଂ ପରସ୍ପରକୁ ପ୍ରଶ୍ନ ପଚାରନ୍ତି। ଏହି ସମୟରେ ଦୁହେଁ ବହୁତ ହସିବା ସହ ଥଟ୍ଟା କରିଛନ୍ତି। ଆପଣ ବି ଏହି କ୍ଲିପ ଦେଖିଲେ ନିଶ୍ଚିତ ହସିବେ। ବିସିସିଆଇ ଏହାର କ୍ୟାପସନରେ ଲେଖିଛି – ବଡ଼ ସାକ୍ଷାତକାର। ମହାନ କ୍ରିକେଟର୍‌ଙ୍କ ମସ୍ତିଷ୍କ କେମିତି ଚାଲେ। ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ବିରାଟ କୋହଲିଙ୍କ ଫ୍ରିୱେଲିଂ ବାର୍ତ୍ତାଳାପରେ ଏକାଠି ନଜର ଆସିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିସିସିଆଇ ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କ ଇଣ୍ଟରଭ୍ୟୁ ଭିଡିଓ ବିଶ୍ୱକପ ୨୦୧୧ ଫାଇନାଲରେ ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କ ଦ୍ୱାରା ଖେଳାଯାଇଥିବା ଇନିଂସରୁ ଆରମ୍ଭ ହୋଇଥିଲା। ତା’ପରେ ଭିଡିଓଟି ସେହି ଐତିହାସିକ ମୁହୂର୍ତ୍ତକୁ ଦର୍ଶାଇଥିଲା ଯେତେବେଳେ ଟିମ ଇଣ୍ଡିଆ ୨୮ ବର୍ଷ ପରେ ଦିନିକିଆ ବିଶ୍ୱକପ ଟାଇଟଲ ଜିତିଥିଲା। ଏହା ପରେ ସାକ୍ଷାତକାର ଆରମ୍ଭ ହୁଏ।

ଇଣ୍ଟରଭ୍ୟୁ ଆରମ୍ଭ କରି ଗମ୍ଭୀର କହିଛନ୍ତି, ମୋର ମନେ ଅଛି ଯେ ଅଷ୍ଟ୍ରେଲିଆରେ ତୁମର ଏକ ବମ୍ପର ସିରିଜ ଥିଲା, ଯେଉଁଠାରେ ତୁମେ ବହୁତ ରନ ସ୍କୋର କରିଥିଲ ଏବଂ ତାହା ତୁମକୁ ସେଫ୍‌ ଜୋନ୍‌ ଭିତରକୁ ଆଣିଥିଲା। ମୋ ପାଇଁ ଏହା ନାପିରରେ ଖେଳିବା ପରି ସମାନ ଥିଲା। ସେହି ଜୋନ୍‌ରେ ରହିବା କେତେ ଚମତ୍କାର ତାହା ତୁମେ ଜାଣିଛ।

ତା’ପରେ ବିରାଟ କୋହଲି କହିଛନ୍ତି, କିନ୍ତୁ ଯେତେବେଳେ ତୁମେ ବ୍ୟାଟିଂ କରୁଥିଲ ଏବଂ ତୁମର ପ୍ରତିପକ୍ଷଙ୍କ ସହ କିଛି ଯୁକ୍ତିତର୍କ ହୋଇଥିଲା, ତୁମେ କେବେ ଭାବିଥିଲ କି ଏହି କାରଣରୁ ତୁମେ ସେହି ଜୋନ ବାହାରକୁ ଯାଇ ପାରିବ। କୋହଲିଙ୍କ ପ୍ରଶ୍ନର ଜବାବରେ ଗମ୍ଭୀର କହିଛନ୍ତି, ତୁମ ସହ ମୋ ଅପେକ୍ଷା ଅଧିକ ବିବାଦ ହୋଇଛି। ତୁମେ ମୋ ଠାରୁ ଆହୁରି ଆଗ୍ରେସିଭ। ଏହା ଶୁଣି କୋହଲି ହସିବାକୁ ଲାଗିଲେ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Sponsored
Gambhir-Kohli | Argus News