Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Gambhir Controversy / "ଗମ୍ଭୀର କଣ ଏମିତି ଷ୍ଟ୍ରାଟେଜି ଦେଲେ ଯେ, ଆଉଟ୍ ହୋଇଗଲେ ହର୍ଷିତ!"

Ritu Das
Browse all articles by Ritu Das
·5 months ago·2 min read
"ଗମ୍ଭୀର କଣ ଏମିତି ଷ୍ଟ୍ରାଟେଜି ଦେଲେ ଯେ, ଆଉଟ୍ ହୋଇଗଲେ ହର୍ଷିତ!"
india

Key Points

ମ୍ୟାଚରେ ଗମ୍ଭୀରଙ୍କ ଏକ ମେସେଜକୁ ନେଇ ସବୁଠି ଚର୍ଚ୍ଚା
ଭାରତ ବିଜୟ ଆଡକୁ ଅଗ୍ରସର ହେଉଥିବା ବେଳେ
ଗମ୍ଭୀର ସବୁ ଫିକା କରିଦେଇଥିଲେ 
ଗମ୍ଭୀରଙ୍କ ଯୋଗୁ ଭାରତ ମ୍ୟାଚ ହାରିଯାଇଥିଲା
ସବୁ କିଛି ଠିକ୍ ଚାଲିଥିଲା । ଫର୍ମରେ ଥିଲେ ବିରାଟ କୋହଲି । ବଡ ବଡ ସଟ୍ ଖେଳୁଥିଲେ । ହର୍ଷିତ ରାଣା ବି ଦେଉଥିଲେ ସପୋର୍ଟ । ଧୂଆଁଧାର ବ୍ୟାଟିଂ କରୁଥିଲେ । ଲାଗୁଥିଲା ଭାରତ ଜିତିଯିବ । ଠିକ୍ ଏତିକି ବେଳେ ହେଲା ଡ୍ରିଙ୍କସ୍ ବ୍ରେକ୍ । କୋଚ ଗୌତମ ଗମ୍ଭୀର ପଠାଇଲେ ମେସେଜ୍ । ଆଉ ତାପରେ ଆଉଟ ହୋଇଗଲେ ହର୍ଷିତ । ହାତମୁଠାରୁ ଖସିଗଲା ବିଜୟ । ଯାହାକୁ ନେଇ ଖପ୍ପା ହୋଇଛନ୍ତି ଫ୍ୟାନ୍ସ ଏବଂ ନେଟିଜେନ୍ସ୍। ସବୁ ଠିକ ଚାଲିଥିଲା କେବଳ ଗମ୍ଭୀରଙ୍କ ପାଇଁ ଭାରତ ମ୍ୟାଚ ହାରିଗଲା। ବିରାଟ କୋହଲି ଆଜି ବି ନିଜକୁ ପ୍ରମାଣିତ କରିଛନ୍ତି। କିନ୍ତୁ ତାଙ୍କୁ ସାଥ ଦେବାକୁ ଆଉ କେହି ରହିଲେନି।



ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିଲା ତୃଚୀୟ ତଥା ଅନ୍ତିମ ଦିନିକିଆ । ତିନି ଟିକିଆ ସିରିଜରେ ଉଭୟ ଦଳ୧-୧ରେ ରହିଥିଲେ । ତେଣୁ ତୃତୀୟ ମୁକାବିଲା ଥିଲା ଫାଇନାଲ୍ । ଉଭୟ ଦଳ ପାଇଁ କର ବା ମର ସ୍ଥିତି ଥିଲା। ପ୍ରଥମେ ବ୍ୟାଟିଂ କରି ୩୩୭ରନର ବିଶାଳ ସ୍କୋର୍ କରିଥିଲା କିଓ୍ୱି ଟିମ୍ । ଜବାବରେ ଭାରତ ମାତ୍ର୨୬୯ରେ ଅଲଆଉଟ୍ ହୋଇଯାଇଥିଲା । ବିରାଟ କୋହଲି ଶତକ ଲଗାଇଥିଲେ ବି ଏହା ବିଜୟ ପାଇଁ ଯଥେଷ୍ଟ ନ ଥିଲା । ତେବେ ମ୍ୟାଚରେ ଗମ୍ଭୀରଙ୍କ ଏକ ମେସେଜକୁ ନେଇ ସବୁଠି ଚର୍ଚ୍ଚା । ଭାରତ ବିଜୟ ଆଡକୁ ଅଗ୍ରସର ହେଉଥିବା ବେଳେ ଗମ୍ଭୀର ସବୁ ଫିକା କରିଦେଇଥିଲେ ।

ଏହାସହ ପଢ଼ନ୍ତୁ: ଦିନିକିଆରୁ ଅବସର ନେବେ ରୋହିତ ଶର୍ମା!


ଭାରତକୁ ଶେଷ ୮ଓଭରରେ ୮୯ରନ୍ ଆବଶ୍ୟକ ଥିଲା । ଗୋଟିଏ ପଟେ କ୍ରିଜରେ ଥିଲେ ବିରାଟ। ଅନ୍ୟ ଦିଗରେ ହର୍ଷିତ ବି ନିର୍ଭୟରେ ବ୍ୟାଟିଂ କରୁଥିଲେ ।୪୩ତମ ଓଭରର ଆରମ୍ଭରୁ ହର୍ଷିତ ଏକ ସୁନ୍ଦର ଚଉକା ଲଗାଇଥିଲେ । ଏହି ଓଭରରେ କୋହଲି ମଧ୍ୟ ଏକ ଛକା ଲଗାଇଥିଲେ । ଓଭରର ଶେଷ ବଲରେ ହର୍ଷିତ ଛକା ଲଗାଇ ମୋଟ ୨୧ରନ୍ ସଂଗ୍ରହ କରିଥିଲେ । ଏହି ଓଭର ପରେ ଭାରତର ବିଜୟ ସହଜ ଲାଗୁଥିଲା । କିନ୍ତୁ ଏହି ସମୟରେ ଗମ୍ଭୀର ଧ୍ରୁବ ଜୁରେଲଙ୍କ ଜରିଆରେ ମେସେଜ୍ ପଠାଇଥିଲେ । ଏହି ହର୍ଷିତ ରାଣାଙ୍କ ପାଇଁ ଥିଲା । କାରଣ ବିରାଟ ଏହା ଶୁଣି କ୍ରିଜକୁ ଚାଲି ଯାଇଥିଲେ । କିନ୍ତୁ ହର୍ଷିତ ମନ ଧ୍ୟାନ ଦେଇ ଶୁଣିଥିଲେ । ଗମ୍ଭୀରଙ୍କ ଏହି ମେସେଜ ପରେ ଭାରତକୁ ୭ ଓଭରରେ ୬୮ରନ୍ ଦରକାର ଥିଲା । ୪୪ତମ ଓଭରର ପ୍ରଥମ ବଲରୁ ବିରାଟ ସିଙ୍ଗଲ ନେଇଥିଲେ । ହର୍ଷିତ ଏହା ପର ବଲରେ ଛକା ଲଗାଇଥିଲେ । ତୃତୀୟ ବଲରେ କୌଣସି ରନ୍ ଆସି ନ ଥିଲା । ଚତୁର୍ଥ ବଲରେ ଆଉ ଏକ ବଡ ସଟ୍ ଲଗାଇବାକୁ ଯାଇ ହର୍ଷିତ ଆଉଟ୍ ହୋଇଥିଲେ ।

କ'ଣ ଥିଲା ମେସେଜ୍ ?
କୁହାଯାଉଛି ଯେ, ଗମ୍ଭୀର ହର୍ଷିତଙ୍କୁ ସବୁ ବଲରେ ବଡ ସଟ୍ ଖେଳିବାକୁ କହିଥିଲେ । କାରଣ ବିରାଟଙ୍କ ଗୋଡରେ କିଛି ଅସୁବିଧା ଥିଲା । ଗମ୍ଭୀର ମ୍ୟାଚକୁ ଆହୁରି ରୋମାଞ୍ଚକର କରିବାକୁ ଚାହୁଁଥିଲେ । କିନ୍ତୁ ଏହି ଷ୍ଟ୍ରାଟେଜି କାମ ଦେଇ ନ ଥିଲା । ଫଳରେ ଭାରତ ୪୧ ରନରେ ହାରିଯାଇଥିଲା । ସୋସିଆଲ ମିଡିଆରେ ଗମ୍ଭୀରଙ୍କୁ ଟ୍ରୋଲ କରାଯାଉଛି କେବଳ ଗମ୍ଭୀରଙ୍କ ପାଇଁ ଭାରତ ମ୍ୟାଚ ହାରିଗଲା ବୋଲି କୁହାଯାଉଛି।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gautam Gambhir’s Strategy Shocks Fans as Harshit Gets Out Suddenly | Argus News