Videos
|
Sports

ବିଜୟରୁ ଅଭିଯାନ ଆରମ୍ଭ କଲେ ଗମ୍ଭୀର-ସୂର୍ଯ୍ୟ ଯୋଡି

Sangram Tripathy
Browse all articles by Sangram Tripathy
·2 years ago·1 min read
ବିଜୟରୁ ଅଭିଯାନ ଆରମ୍ଭ କଲେ ଗମ୍ଭୀର-ସୂର୍ଯ୍ୟ ଯୋଡି


ଅର୍ଗସ ବ୍ୟୁରୋ:  ମନ କିଣିନେଲେ ସୂର୍ଯ୍ୟ କୁମାର,ଆରମ୍ଭରୁ -୨୦ରେ କମାଲ ଦେଖାଇଲେ ଗମ୍ଭୀର-ସୂର୍ଯ୍ୟଙ୍କ ଯୋଡି। ଶ୍ରୀଲଙ୍କା ବିପକ୍ଷରେ ସିରିଜ କବଜା କରିଛି ଟିମ୍ ଇଣ୍ଡିଆ, ରଚିଛି ଇତିହାସ। ୩ଟି ଟି-୨୦ ମ୍ୟାଚ୍ ରୁ ୨-୦ରେ  ସିରିଜ ଜିତି ଆଗରେ ରହିଛି ଭାରତ । ଟି-୨୦ ଅଧିନାୟକ ଭାବେ ସୂର୍ଯ୍ୟ କୁମାର ଏବଂ ହେଡ୍ କୋଚ ଭାବେ ଗମ୍ଭୀରଙ୍କ ଏହା ପ୍ରଥମ  ସିରିଜ ବିଜୟ। ପ୍ରଥମ ଟି-୨୦ ମ୍ୟାଚକୁ ଭାରତ ୪୩ ରନରେ ବିଜୟ ହାସଲ କରିଥିଲା

ପ୍ରଥମ ମ୍ୟାଚ୍ ରେ ୫୮ ରନ୍ ପାରି ଖେଳି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ହାତେଇଥିଲେ ଅଧିନାୟକ ସୂର୍ଯ୍ୟକୁମାର । ଦ୍ବିତୀୟ ମ୍ୟାଚରେ ଭାରତ ୭ ୱିକେଟ୍ ବିଜୟ ହାସଲ କରିଛି,୨୬ ରନ୍ ଦେଇ ୩ ୱିକେଟ୍ ନେଇଥିବା ରବି ବିଷ୍ଣୋଇ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ୨୦୨୬ ରେ ଟି-୨୦ ବିଶ୍ବକପ୍ ଥିବାବେଳେ ଗମ୍ଭୀର-ସୂର୍ଯ୍ୟଙ୍କ ଯୋଡି  ବିଶ୍ବକପ୍ ଜିତନ୍ତୁ ବୋଲି ଆଶା ରଖିଛନ୍ତି କ୍ରିକେଟ୍ ପ୍ରଶଂସକ।

ଆଗକୁ ଶ୍ରୀଲଙ୍କାରେ ଭାରତ ରୋହିତଙ୍କ ଅଧିନାୟକତ୍ବରେ ୩ଟି ଦିନିକିଆ ସିରିଜ୍ ଖେଳିବ। ୨୦୨୭ ଦିନିକିଆ ବିଶ୍ବକପ୍ ଯାଏ ରହିଛି ଗମ୍ଭୀରଙ୍କ କାର୍ଯ୍ୟକାଳ,ଭାରତ ତାଙ୍କଠୁ ଅନେକ କିଛି ଆଶା ରଖିଛି, ୨୦-୨୬ ଟି-୨୦ ବିଶ୍ବକପ୍ ଏବଂ ୨୦୨୭ଦିନିକିଆ ବିଶ୍ବକପ୍ ,ବିଶ୍ବ ଟେଷ୍ଟ ଚମ୍ପିୟାନସିପ ଏବଂ  ଚମ୍ପିୟାନ ଟ୍ରଫି ଗମ୍ଭୀରଙ୍କ କୋଚିରେ ଖେଳିବ ଭାରତ,ସେ ଦୃଷ୍ଟିରୁ ଗମ୍ଭୀର କୋଚିଂରେ ଭାରତ ବିଶ୍ବବିଜେତା ହେଉ ବୋଲି ଆଶା ରଖିଛନ୍ତି  ବିସିସିଆଇଙ୍କ ସମେତ କ୍ରିକେଟ୍ ପ୍ରଶଂସକ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Gambhir-Surya Jodi started the campaign from Vijaya | Argus News