Videos
|
Sports

ଗମ୍ଭୀରଙ୍କୁ ଦୋମୁହାଁ କହି ବଡ଼ ଅଭିଯୋଗ ଆଣିଲେ

Ritu Das
Browse all articles by Ritu Das
·1 year ago·2 min read
ଗମ୍ଭୀରଙ୍କୁ ଦୋମୁହାଁ କହି ବଡ଼ ଅଭିଯୋଗ ଆଣିଲେ

ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଟିମ୍‌ ଲଜ୍ଜାଜନକ ପରାଜୟ ହାସଲ କରିଥିଲା। ଟିମ୍‌ ଇଣ୍ଡିଆ ୧-୩ରେ ସିରିଜ ହାରି ଯାଇଥିଲା। ଭାରତର ଏହି ପ୍ରଦର୍ଶନକୁ ନେଇ ଏବେ ଭାରତର ପୂର୍ବ କ୍ରିକେଟର ମନୋଜ ତିଓ୍ବାରୀ କଡ଼ା ସମାଲୋଚନା କରିଛନ୍ତି। ସେ ଟିମ୍‌ର ହେଡ୍‌ କୋଚ୍‌ ଗୌତମ ଗମ୍ଭୀରଙ୍କୁ କଟାକ୍ଷ କରି ତାଙ୍କୁ ପରାଜୟର କାରଣ ବୋଲି କହିଛନ୍ତି। ବିଶେଷକରି ସେ ଗମ୍ଭୀରଙ୍କୁ ଦୋମୁହାଁ କହି କ୍ରିକେଟଜଗତରେ ହଲଚଲ ସୃଷ୍ଟି କରିଛନ୍ତି। ଏହାଛଡ଼ା ସେ ଗମ୍ଭୀରଙ୍କ ପାଖରୁ ଯେଉଁଭଳି କୋଚିଂ ଆଶା କରାଯାଉଥିଲା ତାହା ଦେଖିବାକୁ ମିଳୁ ନ ଥିବା ଅଭିଯୋଗ କରିଛନ୍ତି। ଗମ୍ଭୀର କେବେ ବି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ସପୋର୍ଟ କରନ୍ତି ନାହିଁ। ସେ ଯେତେବେଳେ କୋଚ ହେଲେ ସମସ୍ତେ ଜାଣିଥିଲେ ଯେ, ଗମ୍ଭୀର କୋଚ ହେବା ଦଳ ପାଇଁ ଜମା ଶୁଭ ସଙ୍କେତ ନୁହେଁ। ଆଉ କାହାକୁ କରିଥିଲେ ଦଳ ନିଶ୍ଚିତ ବିଜୟ ହାସଲ କରିଥାନ୍ତା।


ଗମ୍ଭୀର ଦଳର ନେତୃତ୍ୱ ନେବାର ୬ ମାସ ମଧ୍ୟରେ ଭାରତର ପ୍ରଦର୍ଶନ ଖରାପ ରହିଛି। ପ୍ରଥମେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପରେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଏବଂ ଅଷ୍ଟ୍ରେଲିଆରୁ ମିଳିଥିବା ପରାଜୟ ପରେ ମନୋଜ ତିଓ୍ବାରୀ ଗମ୍ଭୀରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, ଗମ୍ଭୀର ଦୋମୁହାଁ। ସେ ଯାହା କୁହନ୍ତି ନିଜେ ତାହା କୁହନ୍ତି ନାହିଁ। ରୋହିତ ଶର୍ମାଙ୍କୁ ପରାଜୟ ପରେ ଆଗକୁ ଠେଲିଦିଆଯାଇଛି। ଏଭଳି ବୋଲିଂ କୋଚ୍‌ ଥାଇ ଲାଭ କ’ଣ, ଯିଏ ହେଡ୍‌ କୋଚ୍‌ଙ୍କ ସବୁ କଥା ମାନିନିଅନ୍ତି। କେବଳ ତାଙ୍କ ହଁ ରେ ହଁ ମିଶାନ୍ତି। ମୋର୍ନେ ମୋର୍କଲ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ରୁ ଆସିଛନ୍ତି। ସେହିଭଳି ଅଭିଷେକ କୋଲକାତା ନାଇଟ୍‌ ରାଇଡର୍ସରେ ତାଙ୍କ ସହ ଥିଲେ। ଗମ୍ଭୀର ଜାଣନ୍ତି ଯେ ଉଭୟ ତାଙ୍କ ବିପକ୍ଷରେ ଯିବେ ନାହିଁ। ଏହାଛଡ଼ା ମନୋଜ ତିଓ୍ବାରୀ ଗମ୍ଭୀରଙ୍କ ଉପରେ କ୍ରେଡିଟ୍‌ ଚୋରାଇବା ଅଭିଯୋଗ ଆଣିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତାଙ୍କ ମୁତାବକ ଟିମ୍‌ ହେଡ୍‌ କୋଚ୍‌ଙ୍କ ପିଆର୍‌ ଏଭଳି ସ୍ଥିତି ଉପୁଜାଉଛନ୍ତି, ଯାହାଫଳରେ ତାଙ୍କୁ ପ୍ରତିଟି ସଫଳତାର କ୍ରେଡିଟ୍‌ ମିଳୁନାହିଁ। ଏଥିଲାଗି ତାଙ୍କୁ କୋଲକାତା ନାଇଟ୍‌ ରାଇଡର୍ସର ଉଦାହରଣ ଦେଇଛନ୍ତି। ଗମ୍ଭୀର ଏକୁଟିଆ କେକେଆର୍‌କୁ ଆଇପିଏଲ୍‌ ଜିତାଇ ନ ଥିଲେ। ଆମେ ସମସ୍ତେ ଏକ ୟୁନିଟ୍‌ ଭଳି ପ୍ରଦର୍ଶନ କରିଛୁ। ତେବେ ଯାଇ ଆମେ ଟାଇଟଲ ହାସଲ କରିଥିଲୁ। ଜ୍ୟାକ୍‌ସ କୈଲିସ୍‌, ସୁନୀଲ ନରେ ଏବଂ ମୁଁ ଯୋଗ ଦେଇଥିଲୁ। ହେଲେ ତାଙ୍କୁ କେବଳ କ୍ରେଡିଟ୍‌ ମିଳିଛି। ମନୋଜ କହିଛନ୍ତି ଯେ, ରୋହିତ ଏବଂ ତାଙ୍କ ମଧ୍ୟରେ ସବୁକିଛି ଠିକ୍‌ ଚାଲିନାହିଁ। ଉଭୟଙ୍କ ମଧ୍ୟରେ ମତାନ୍ତର ଯୋଗୁ ଦଳର ସ୍ଥିତି ଠିକ୍‌ ନାହିଁ। ଉଭୟଙ୍କ ସଫଳତାର କୌଣସି ସମାନତା ନାହିଁ। ରୋହିତ ଜଣେ ବିଶ୍ୱକପ୍‌ ବିଜେତା ଅଧିନାୟକ। ହେଲେ ଗମ୍ଭୀର କେବଳ ଆଇପିଏଲ୍‌ ଜିତିବା ଯାଏ ସୀମିତ। ଏଣୁ ଦୁହେଁ ଏକାଠି କାମ କରିପାରିବେ ନାହିଁ ବୋଲି ସେ କହିଛନ୍ତି।