Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Cricket / ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି-ଟ୍ଵେଣ୍ଟିରେ କାମ ଦେଲା ଗମ୍ଭୀରଙ୍କ ଚାଲାକି; ଶେଷ ଓଭର୍‌ରେ କରିଦେଲେ ଖେଳ

Sushanta Sahoo
Browse all articles by Sushanta Sahoo
·7 months ago·2 min read
ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି-ଟ୍ଵେଣ୍ଟିରେ କାମ ଦେଲା ଗମ୍ଭୀରଙ୍କ ଚାଲାକି; ଶେଷ ଓଭର୍‌ରେ କରିଦେଲେ ଖେଳ
Kuldeep’s Final Over, Gambhir’s Big Call Wins Match

Key Points

ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳ ୧୧୭ ରନ୍‌ରେ ଅଲଆଉଟ୍ ହୋଇ ଯାଇଥିଲା । ଯାହାପରେ ଭାରତ ମାତ୍ର ୩ଟି ୱିକେଟ୍ ହରାଇ ୧୫.୫ ଓଭରରେ ମ୍ୟାଚ୍ ଜିତି ନେଇଥିଲା । ଭାରତର ଏହି ବିଜୟ ପଛରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ରଣନୀତି ସାମନାକୁ ଆସିଛି । 
ଧର୍ମଶାଳା: ଧର୍ମାଶାଳାରେ ଖେଳା ଯାଇଥିବା ତୃତୀୟ ଟି-ଟ୍ଵେଣ୍ଟି ଜିତି ନେଇଛି ଭାରତ । ୨୫ ବଲ୍ ବାକି ଥାଇ ୭ ୱିକେଟ୍‌ରେ ଭାରତ ବିଜୟୀ ହୋଇଛି । ଏଥିସହ ୫ଟିକିଆ ସିରିଜ୍‌ରେ ଭାରତ ୨-୧ରେ ଆଗୁଆ ରହିଛି । ଭାରତର ବିଜୟରେ ଅର୍ଶଦୀପ ସିଂହ କମାଲ ବୋଲିଂ କରିଥିଲେ ।

୪ ଓଭର୍ ବୋଲିଂ କରି ମାତ୍ର ୧୩ ରନ୍ ଦେଇ ଦୁଇଟି ୱିକେଟ୍ ହାତେଇଛନ୍ତି ଅର୍ଶଦୀପ । ଧର୍ମଶାଳା ମ୍ୟାଚ୍‌ରେ ଭାରତୀୟ ବୋଲରଙ୍କ କମାଲ ଦେଖିବାକୁ ମିଳିଥିଲା । ଅର୍ଶଦୀପ, ହର୍ଷିତ, ବରୁଣ ଓ କୁଲଦୀପ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

ଏଥିସହ ପଢ଼ନ୍ତୁ: ୨୫ ବଲ୍ ବାକି ଥାଇ ଜିତିଲା ଭାରତୀୟ ଦଳ; ୨-୧ରେ ସୂର୍ଯ୍ୟ ବାହିନୀ ସିରିଜ୍ ଆଗୁଆ

ଫଳରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳ ୧୧୭ ରନ୍‌ରେ ଅଲଆଉଟ୍ ହୋଇ ଯାଇଥିଲା । ଯାହାପରେ ଭାରତ ମାତ୍ର ୩ଟି ୱିକେଟ୍ ହରାଇ ୧୫.୫ ଓଭରରେ ମ୍ୟାଚ୍ ଜିତି ନେଇଥିଲା । ଉତ୍ତମ ପ୍ରଦର୍ଶନ ପାଇଁ ଅର୍ଶଦୀପ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ହୋଇଛନ୍ତି । ଭାରତର ଏହି ବିଜୟ ପଛରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ରଣନୀତି ସାମନାକୁ ଆସିଛି ।

ଧର୍ମଶାଳା ମ୍ୟାଚ୍‌ରେ କୋଚ୍ ଗମ୍ଭୀର ମାଷ୍ଟର ଷ୍ଟ୍ରୋକ ଖେଳିଥିଲେ । ବୁମରାଙ୍କ ସ୍ଥାନରେ ଚୂଡ଼ାନ୍ତ ଏକାଦଶରେ ହର୍ଷିତ ରାଣାଙ୍କୁ ସାମିଲ୍ ଖେଳା ଯାଇଥିଲା । ଯାହାର ଫାଇଦା ମିଳିଥିଲା ଦଳକୁ । ହର୍ଷିତ ଦୁଇଟି ୱିକେଟ୍ ନେଇ ୪ ଓଭର୍‌ରେ ୩୪ ରନ୍ ବ୍ୟୟ କରିଥିଲେ । ଏଥିସହ ଦକ୍ଷିଣଆଫ୍ରିକା ବ୍ୟାଟିଂର ୧୯ତମ ଓଭର୍‌ରେ ଗମ୍ଭୀର ଚାଲାକି ଦେଖାଇଥିଲେ ।

ଏମିତି କାମ ଦେଲା ଗମ୍ଭୀରଙ୍କ ରଣନୀତି

ପୂର୍ବରୁ ଶେଷ ଓଭର୍‌ରେ ବୋଲିଂ କରୁଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ସୂର୍ଯ୍ୟକୁମାର ମଧ୍ୟ ସମାନ କଥା ଦୋହରାଇବାକୁ ଚାହୁଁଥିଲେ । କିନ୍ତୁ ସ୍ଥିତିକୁ ଦେଖି କୋଚ୍ ଗୌତମ ଗମ୍ଭୀର ପାଖରେ ବସିଥିବା ଫିଲ୍ଡିଂ କୋଚ୍ ଟି. ଦିଲୀପଙ୍କୁ ଏକ ମେସେଜ ଦେଇଥିଲେ । ଆଉ ଟି. ଦିଲୀପ ଯାଇ ସଞ୍ଜୁ ସାମସନଙ୍କୁ କହିଥିଲେ । ଆଉ ସାମସନ ଶେଷ ଓଭର୍‌ର ଠିକ୍ ପୂର୍ବରୁ ସୂର୍ଯ୍ୟକୁମାରଙ୍କୁ ଦେଇଥିଲେ ଗମ୍ଭୀରଙ୍କ ବାର୍ତ୍ତା ।

ଏଥିସହ ପଢ଼ନ୍ତୁ: ଦିନକୁ ୧୨ ଘଣ୍ଟା କାମ ଓ ୩ ଦିନ ଛୁଟି... ଶ୍ରମ ମନ୍ତ୍ରଣାଳୟର ଟ୍ଵିଟ୍ ପରେ ବଢ଼ିଲା ଚର୍ଚ୍ଚା

ସୂଚନା ଅନୁସାରେ, ମେସେଜରେ ଗମ୍ଭୀର କହିଥିଲେ ଶେଷ ଓଭର୍‌ରେ ହାର୍ଦ୍ଦିକଙ୍କ ବଦଳରେ କୁଲଦୀପ ଯାଦବଙ୍କୁ ବୋଲିଂ ଦିଆଯାଉ । କାରଣ କ୍ରିଜ୍‌ରେ ୨ ଜଣ ନୂଆ ବ୍ଯାଟର୍ ଅଛନ୍ତି । ଆଉ ସେମାନଙ୍କ ପାଇଁ କୁଲଦୀପଙ୍କ ବୋଲିଂ କୌଶଳ ମାପିବା କଷ୍ଟକର । ଏହା ଭାବି ଗମ୍ଭୀର, ସୂର୍ଯ୍ୟକୁମାରଙ୍କୁ ମେସେଜ୍ ଦେଇଥିଲେ ।

ଏହା ପରେ ଅଧିନାୟକ ସୂର୍ଯ୍ୟକୁମାର, କୁଲଦୀପଙ୍କୁ ଶେଷ ଓଭରରେ ବୋଲିଂ ଦେଇଥିଲେ । କୁଲଦୀପ ମଧ୍ୟ ଗମ୍ଭୀରଙ୍କ ନିଷ୍ପତ୍ତି ଠିକ୍ ବୋଲି ସାବ୍ୟସ୍ତ କରିଛନ୍ତି । ଶେଷ ଓଭର୍‌ରେ ଅନ୍ତିମ ୨ ୱିକେଟ୍ ନେଇ ଦକ୍ଷିଣ ଆଫ୍ରିକାକୁ ୧୧୭ ରନ୍‌ରେ ଅଟକାଇ ଦେଇଥିଲେ । ଶେଷ ଓଭର୍‌ରେ ବଲ୍ ପକାଇ କୁଲଦୀପ ୨ ରନ୍ ଦେଇ ଦୁଇ ୱିକେଟ୍ ନେଇଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Gambhir’s Masterstroke Helps India Win 3rd T20 | Argus News | Argus News