Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Gautam Gambhir Angry / ମ୍ୟାଚ ସରିବାପରେ ଅର୍ଶଦୀପଙ୍କ ଉପରେ ବର୍ଷିଲେ ଗୌତମ ଗମ୍ଭୀର: ଭିଡିଓ ଭାଇରାଲ

Ritu Das
Browse all articles by Ritu Das
·7 months ago·2 min read
ମ୍ୟାଚ ସରିବାପରେ ଅର୍ଶଦୀପଙ୍କ ଉପରେ ବର୍ଷିଲେ ଗୌତମ ଗମ୍ଭୀର: ଭିଡିଓ ଭାଇରାଲ
india

Key Points

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ବିତୀୟ ଟି-ଟ୍ବେଣ୍ଟିରେ ଭାରତର ବୋଲିଙ୍ଗ ସେତେଟା କାମ ଦେଇନଥିଲା। ମାତ୍ର ଏହାରି ଭିତରେ ଅର୍ଶଦୀପ ସିଂ ଗୋଟିଏ ଓଭରରେ 13ଟି ବଲ ପକାଇ ଏକ ଲଜ୍ଜାଜନକ ରେକର୍ଡ ହାସିଲ କରିଥିଲେ।
ଭାରତୀୟ ଟିମ ସାଉଥଆଫ୍ରିକା ବିପକ୍ଷରେ ଦ୍ବିତୀୟ ଟି-୨୦ ମ୍ୟାଚରେ ୫୧ ରନରେ ଲଜ୍ଜାଜନକ ପରାସ୍ତ ହୋଇଛି। ଘରୋଇ ମାଟିରେ ଭାରତୀୟ ଟିମର ଏଭଳି ପ୍ରଦର୍ଶନ ସମସ୍ତଙ୍କୁ ବ୍ୟଥିତ କରିଛି। ଗତ ଥର ଦୁଇଟି ୱିକେଟ ନେଇ ଚର୍ଚ୍ଚାରେ ଥିଲେ ଅର୍ଶଦୀପ ମାତ୍ର ଆଜି ତାଙ୍କର ଲଜ୍ଜାଜନକ ରେକର୍ଡ ପାଇଁ ରାଗରେ ଗରଗର ହୋଇଥିଲେ କୋଚ ଗୌତମ ଗମ୍ଭୀର। ତେବେ କଣ ଏହି ରେକର୍ଡ। କାହିଁକି ହଠାତ ରାଗି କରି ଏପରି ରିଆକ୍ସନ ଦେଲେ କୋଚ ଆସନ୍ତୁ ଜାଣିବା।



ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ବିତୀୟ ଟି-ଟ୍ବେଣ୍ଟିରେ ଭାରତର ବୋଲିଙ୍ଗ ସେତେଟା କାମ ଦେଇନଥିଲା। ମାତ୍ର ଏହାରି ଭିତରେ ଅର୍ଶଦୀପ ସିଂ ଗୋଟିଏ ଓଭରରେ 13ଟି ବଲ ପକାଇ ଏକ ଲଜ୍ଜାଜନକ ରେକର୍ଡ ହାସିଲ କରିଥିଲେ।

ଏହାସହ ପଢ଼ନ୍ତୁ: ଦ୍ବିତୀୟ ମ୍ୟାଚ୍‌ରେ ହାରିଲା ଭାରତ, ୫୧ ରନ୍‌ରେ ଜିତିଲା ଦକ୍ଷିଣ ଆଫ୍ରିକା

ଅର୍ଶଦୀପ ସିଂହ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଗୋଟିଏ ଓଭରରେ ସର୍ବାଧିକ ବଲ୍‌ ବୋଲିଂ କରିଛନ୍ତି। ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟି-୨୦ରେ ୧୩ ବଲ୍‌ର ଏକ ଓଭର ପକାଇ ଏହି ରେକର୍ଡରେ ନବୀନ-ଉଲ୍‌-ହକ୍‌ଙ୍କ ସହ ସମକକ୍ଷ ହୋଇଥିଲେ। ଏହି ଓଭରରେ ଅର୍ଶଦୀପ ୧୮ ରନ୍ ଦେଇଥିଲେ।

ପ୍ରଥମ ଟି-୨୦ରେ ଅର୍ଶଦୀପ ସିଂହ ଭଲ ଖେଳୁଥିଲେ, କିନ୍ତୁ ଦ୍ୱିତୀୟ ମ୍ୟାଚ୍‌ରେ ତାଙ୍କର ସେତେଟା କମାଲ ବୋଲିଙ୍ଗ ଦେଖିବାକୁ ମିଳିନାହିଁ। ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅର୍ଶଦୀପ ସିଂହ ଦକ୍ଷିଣ ଆଫ୍ରିକା ଇନିଂସ୍‌ର ୧୧ତମ ଓଭରରେ ୭ଟି ୱାଇଡ୍‌ ବୋଲିଂ କରିଥିଲେ। ୭ ୱାଇଡ୍‌ ଏବଂ ୬ଟି ଲିଗାଲ୍‌ ବଲ୍‌ ବୋଲିଂ କରିଥିଲେ, ଯାହା ଫଳରେ ଓଭରଟି ମୋଟ ୧୩ ବଲ୍‌ ହୋଇଥିଲା। ସେ ଏହି ଓଭରରେ ୧୮ ରନ୍ ଦେଇଥିଲେ।

ଏହା ଦେଖିବା ପରେ ସଙ୍ଗେ ସଙ୍ଗେ ହେଡ କୋଚ ଗୌତମ ଗମ୍ଭୀର ରାଗି ଯାଇଥିଲେ ଓ ଏପରି କିଛି ରିଆକ୍ସନ ଦେଇଥିଲେ ଯାହାକି ଏବେ ଖୁବ ଭାଇରାଲ ହେଉଛି। ତେବେ ଏଭଳି କାରନାମାରେ ସେ ରାଗିବା ସ୍ବାଭାବିକ।



ଗୋଟିଏ ଓଭରରେ ଯଦି ଜଣେ ୭ ରନ ଅଧିକ ପାଉଛି ପୁଣି ବିନା ଦ୍ବିଧାରେ ଏହା ଠାରୁ ଖରାପ ଆଉ କିଛି ନୁହେଁ ବୋଲି ମଧ୍ୟ କୁହାଯାଉଛି। ଏପରିକି ମୋଟ ୪ ଓଭରରେ ସେ ଅଧିକ ରନ ଦେଇଥିଲେ ମଧ୍ୟ ଗୋଟିଏ ବି ୱିକେଟ ନେଇ ପାରିନଥିଲେ , ଯେଉଁଥି ପାଇଁ କୋଚ ଗୌତମ ଗମ୍ଭୀର ସଙ୍ଗେ ସଙ୍ଗେ ରାଗି ଯାଇଥିଲେ। ଅନ୍ୟପଟେ ଯଦି ଦେଖିବା ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚରେ ଭାରତ ଭଲ ପ୍ରଦର୍ଶନ କରିଥିଲା। ଆଉ ଅର୍ଶଦୀପ ସିଂ ଦୁଇଟି ଗୁରୁତ୍ବପୂର୍ଣ୍ଣ ୱିକେଟ ନେଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Gautam Gambhir Slams Arshdeep After Match; Video Goes Viral | Argus News