Videos
|
Sports

Cricket Controversy / ଟିମ୍ ଇଣ୍ଡିଆରେ ସବୁକିଛି ଠିକ୍ ତ?...ଏଜବାଷ୍ଟନରେ ଗମ୍ଭୀର-କୋହଲିଙ୍କ ମଧ୍ୟରେ କଥାବାର୍ତ୍ତା ବନ୍ଦ…

Ritu Das
Browse all articles by Ritu Das
·2 weeks ago·2 min read
ଟିମ୍ ଇଣ୍ଡିଆରେ ସବୁକିଛି ଠିକ୍ ତ?...ଏଜବାଷ୍ଟନରେ ଗମ୍ଭୀର-କୋହଲିଙ୍କ ମଧ୍ୟରେ କଥାବାର୍ତ୍ତା ବନ୍ଦ…
Cricket

Key Points

ଦିନିକିଆ କ୍ରିକେଟରୁ ପୁଣି ଏକ ବଡ଼ ଖବର ସାମ୍ନାକୁ ଆସିଛି
ଭାରତର ଷ୍ଟାର ପ୍ଲେୟର ବିରାଟ କୋହଲିଙ୍କର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ସହ ଜୋରଦାର ଝଗଡ଼ା ହୋଇଛି

ଆଉ ଏହି ଖବର ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। କିନ୍ତୁ ସମସ୍ତେ ପୂର୍ବରୁ ଜାଣିଛନ୍ତି କି, ଗମ୍ଭୀରଙ୍କ ସହ ରୋ-କୋଙ୍କର ସମ୍ପର୍କ ଭଲ ନାହିଁ। ବର୍ମିଂହାମରେ ଏଜବାଷ୍ଟନରେ ଖେଳାଯାଉଛି ପ୍ରଥମ ଦିନିକିଆ ମ୍ୟାଚ୍ । ଏହା ପୂର୍ବରୁ ପ୍ରାକ୍ଟିସ୍ ସେସନରେ ଟିମ୍ ଇଣ୍ଡିଆ ସହିତ ଏକ ବଡ଼ ବିବାଦ ସାମ୍ନାକୁ ଆସିଛି । ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏବଂ କିଙ୍ଗ କୋହଲି ପରସ୍ପର ସହ ଜୋରଦାର ଝଗଡ଼ା ହୋଇଥିବା ଦେଖିବାକୁ ମିଳିଛି। ରିପୋର୍ଟ ହୋଇଛି ଯେ, ବିରାଟ କୋହଲି ଏବଂ ଗୌତମ ଗମ୍ଭୀର କଥାବାର୍ତ୍ତା କରୁନାହାଁନ୍ତି । ଟିମ୍ ଇଣ୍ଡିଆର ଅଭ୍ୟାସ ଅଧିବେଶନ ସମୟରେ ଗମ୍ଭୀର ସମସ୍ତ ବରିଷ୍ଠ ଖେଳାଳିଙ୍କ ସହ କଥା ହୋଇଥିଲେ ମଧ୍ୟ, ବିରାଟଙ୍କ ସହ ତାଙ୍କର ଆଲୋଚନାର କୌଣସି ଫୁଟେଜ୍ ମିଳିନାହିଁ ।

ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ପାଇଁ ଟିମ୍ ଇଣ୍ଡିଆ ଏଜବାଷ୍ଟନରେ ଅଭ୍ୟାସ କରିଛି । ଅଭ୍ୟାସ ସେସନରେ କିଛି ଏପରି ଘଟିଥିଲା, ଯାହା ଏବେ ଏକ ନୂଆ ବିବାଦ ସୃଷ୍ଟି କରିଛି । ପ୍ରଶ୍ନ ହେଉଛି, ଟିମ୍ ଇଣ୍ଡିଆ ଭିତରେ ସବୁକିଛି ଠିକ୍ ନାହିଁ କି ? କାରଣ ଯଦି ଏପରି ହୋଇଥାନ୍ତା, ତେବେ ମୁଖ୍ୟ କୋଚ ଗୌତମ ଗମ୍ଭୀର ଏବଂ ବିରାଟ କୋହଲି କଥାବାର୍ତ୍ତା ନକରିବା ଅସମ୍ଭବ । ଟାଇମ୍ସ ନାଓ ରିପୋର୍ଟ ଅନୁଯାୟୀ, ବର୍ମିଂହାମରେ ଅଭ୍ୟାସ ସେସନ୍ ସମୟରେ ଗମ୍ଭୀର ଏବଂ ବିରାଟ କଥାବାର୍ତ୍ତା ହୋଇନଥିଲେ ।

ରିପୋର୍ଟ ଅନୁସାରେ, ଏଜବାଷ୍ଟନରେ ଅଭ୍ୟାସ ଅଧିବେଶନ ସମୟରେ ଗମ୍ଭୀର ଦଳର ପ୍ରାୟ ସମସ୍ତ ବରିଷ୍ଠ ଖେଳାଳିଙ୍କ ସହ କଥା ହୋଇଥିଲେ, ଯେଉଁଥିରେ ରୋହିତ ଶର୍ମା, ଶୁଭମନ ଗିଲ ଏବଂ କେଏଲ ରାହୁଲ ମଧ୍ୟ ସାମିଲ ଥିଲେ । ଏହା ବିସିସିଆ ସେୟାର କରିଥିବା ଭିଡ଼ିଓ ଏବଂ ଫଟୋରେ ମଧ୍ୟ ଦେଖବାକୁ ମିଳିଛି । ବିରାଟ କୋହଲିଙ୍କ ସହ ଗମ୍ଭୀରଙ୍କ କଥାବାର୍ତ୍ତୀର କୌଣସି ଠୋସ୍ ପ୍ରମାଣ ମିଳିନାହିଁ । ରିପୋର୍ଟ ଅନୁସାରେ, ଟିମ୍ ଇଣ୍ଡିଆର ବ୍ୟାଟିଂ ପ୍ରଶିକ୍ଷକ ସୀତାଂଶୁ କୋଟାକଙ୍କୁ ମଧ୍ୟ ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କ ସହ ନେଟ୍ ଅଭ୍ୟାସ ବିଷୟରେ ପୃଥକ ଭାବରେ ଆଲୋଚନା କରୁଥିବାର ଦେଖିବାକୁ ମିଳିଥିଲା । ଭାରତୀୟ ଶିବିରରୁ ଏପରି ଚିତ୍ରଗୁଡ଼ିକ ଦିନିକିଆ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆ ଭିତରେ ଥିବା ଫାଟକୁ ପଦାରେ ପକେଇଛି ।

ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କ ସମ୍ପର୍କ ପୂର୍ବରୁ ତିକ୍ତ ହୋଇସାରିଛି । ଆଇପିଏଲ ସମୟରେ ଉଭୟଙ୍କ ମଧ୍ୟରେ ହୋଇଥିବା ଝଗଡ଼ାର ଫଟୋ ଖବରର ହେଡଲାଇନ୍ସ ପାଲଟିଥିଲା । ପରିସ୍ଥିତି ସ୍ୱାଭାବିକ ହୋଇସାରିଥିବା ରିପୋର୍ଟ ଆସିଥିଲା । କିନ୍ତୁ ଏବେ ବି ଗମ୍ଭୀର ଏବଂ ବିରାଟଙ୍କ ମଧ୍ୟରେ ଫାଟ ଏପର୍ଯ୍ୟନ୍ତ ସୁଧୁରି ନଥିବା ପରି ମନେ ହେଉଛି । ଏଜବାଷ୍ଟନରୁ ଟାଇମ୍ସ ନାଓ ରିପୋର୍ଟରେ ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ବନ୍ଦ ହୋଇଥିବା ଘଟଣା ସମ୍ନାକୁ ଆସିଛି । କୁହାଯାଉଛି କି, ଗମ୍ଭୀର ଏବଂ ବିରାଟ ବହୁତ ଦିନ ଧରି କଥାବାର୍ତ୍ତା ହେଉନାହାନ୍ତି । କାରଣ ବିରାଟ କେବେବି ଗମ୍ଭୀରଙ୍କୁ କୋଚ ହିସାବରେ ଗ୍ରହଣ କରି ନାହାନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: