Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Asia Cup / ଗମ୍ଭୀରଙ୍କ ପୋଷ୍ଟ.. ପାକିସ୍ତାନୀଙ୍କ କଟା ଘାଆରେ ଲୁଣ ମାରିଲା ଭଳି !

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·2 min read
ଗମ୍ଭୀରଙ୍କ ପୋଷ୍ଟ.. ପାକିସ୍ତାନୀଙ୍କ କଟା ଘାଆରେ ଲୁଣ ମାରିଲା ଭଳି !

Key Points

ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଗମ୍ଭୀର ତାଙ୍କ ଖେଳାଳିମାନଙ୍କୁ କହୁଥିବା ଶୁଣାଯାଉଛି, "ଅମ୍ପାୟାର ସେ ତୋ ମିଲ ଲୋ।"

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ୍ ୨୦୨୫ର ସୁପର ଫୋର୍ ମ୍ୟାଚ୍‌ରେ ମଧ୍ୟ ହ୍ୟାଣ୍ଡସେକ୍କୁ ନେଇ ବିବାଦ ରହିଥିଲା। ରବିବାର, ସେପ୍ଟେମ୍ବର ୨୧ ତାରିଖରେ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତୀୟ ଖେଳାଳିମାନେ ପ୍ରତିପକ୍ଷ ଦଳର ଖେଳାଳିଙ୍କ ସହ ହାତ ମିଳାଇବାରୁ ନିବୃତ୍ତ ରହିଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ସଲମାନ ଆଗା ଟସ୍ ପଡ଼ିବା ସମୟରେ ମଧ୍ୟ ହାତ ମିଳାଇ ନଥିଲେ । ଏହି ସମୟରେ ସେମାନେ ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କୁ କେବଳ ଅଭିବାଦନ କରିଥିଲେ।

ମ୍ୟାଚ୍‌ ଶେଷ ହେବା ପରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ତିଲକ ବର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଭାରତକୁ ଜିତାଇବା ପରେ ସିଧାସଳଖ ଡ୍ରେସିଂ ରୁମକୁ ଫେରିଥିଲେ। ଭାରତୀୟ ଖେଳାଳିମାନେ ପାକିସ୍ତାନ ବିପକ୍ଷ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍‌ରେ ମଧ୍ୟ ହାତ ମିଳାଇବାରୁ ନିବୃତ୍ତ ରହିଥିଲେ। ତେବେ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ ବା ICCରେ ହାତ ମିଳାଇବା ବାଧ୍ୟତାମୂଳକ ବୋଲି କୌଣସି ନିୟମ ନାହିଁ।

ତେବେ ଏହି ମ୍ୟାଚ୍‌ରେ ସବୁଠାରୁ ବଡ଼ କଥା ହେଲା, ପାକିସ୍ତାନୀ ଦଳକୁ ପରାସ୍ତ କରିବା ପରେ, ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର ମଧ୍ୟ ଖବରର ସିରୋନାମା ପାଲଟିଲେ। ଗୌତମ ଗମ୍ଭୀର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ଅନ୍ୟ ଖେଳାଳିମାନଙ୍କୁ ଅମ୍ପାୟାରଙ୍କ ସହ ହାତ ମିଳାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଗମ୍ଭୀର ତାଙ୍କ ଖେଳାଳିମାନଙ୍କୁ କହୁଥିବା ଶୁଣାଯାଉଛି, "ଅମ୍ପାୟାର ସେ ତୋ ମିଲ ଲୋ।"


ଗୌତମ ଗମ୍ଭୀରଙ୍କ ନିର୍ଦ୍ଦେଶରେ, ଖେଳାଳିମାନେ ପଡ଼ିଆକୁ ପୁଣି ଫେରିଥିଲେ ଏବଂ ଅମ୍ପାୟାରଙ୍କ ସହ ହାତ ମେଳାଇ ଡ୍ରେସିଂ ରୁମ୍ ଫେରିଯାଇଥିଲେ । ଏହା ପାକିସ୍ତାନ ଟିମ୍‌ ଆଶ୍ଚର୍ଯ୍ୟ । ଅନ୍ତର୍ଜାତୀୟ କ୍ରିକେଟରେ ପାକିସ୍ତାନ ବିପକ୍ଷରେ ଭାରତୀୟ ଦଳର ଏହା ଲଗାତାର ସପ୍ତମ ବିଜୟ। ଦେଖିବାକୁ ଗଲେ ପାକିସ୍ତାନ ବିପକ୍ଷରେ ରନ୍‌ ଚେଜ୍‌ କରିଥିବା ୮ଟି ଯାକ ଆନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ରେ ବିଜୟ ହୋଇଛି ।

ପାକିସ୍ତାନ ବିପକ୍ଷରେ ଭାରତର ବିଜୟର ନାୟକ ଥିଲେ ଓପନର ଶୁଭମନ ଗିଲ (୪୭) ଏବଂ ଅଭିଷେକ ଶର୍ମା (୭୪)। ଏହି ଦୁଇଜଣ ଆକ୍ରମଣାତ୍ମକ ଭାବରେ ମାତ୍ର ୫୯ ବଲରେ ୧୦୫ ରନର ଭାଗୀଦାରି କରିଥିଲେ। ଏହି ଭାଗୀଦାରି ସମୟରେ, ସେମାନେ ପାକିସ୍ତାନର ଦ୍ରୁତ ବୋଲର ଶାହିନ ଆଫ୍ରିଦି ଏବଂ ହାରିସ ରୌଫଙ୍କୁ ପ୍ରବଳ ଧୋଇଥିଲେ ।

ଆହୁରି ମଜାଦାର କଥା ହେଲା, ଗୌତମ ଗମ୍ଭୀର ସୋସିଆଲ ମିଡିଆରେ କିଛି ଏମିତି କିଛି ପୋଷ୍ଟ କଲେ, ଯାହାକି ପାକିସ୍ତାନର କଟା ଘାଆ ଲୁଣା ମାରିବା ଭଳି ହେଲା । ପାକିସ୍ତାନ ବିପକ୍ଷରେ ଭାରତର ଦମଦାର ବିଜୟ ପରେ, ଗୌତମ ଗମ୍ଭୀର ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଶୁଭମନ ଗିଲ, ଅଭିଷେକ ଶର୍ମା ଏବଂ ଅନ୍ୟ ଖେଳାଳିଙ୍କ ଏକ ଫଟୋ ସେୟାର କରିଛନ୍ତି। ଫଟୋର କ୍ୟାପସନରେ, ଗୌତମ ଗମ୍ଭୀର ଲେଖିଛନ୍ତି, "ଫିଅରଲେସ୍।" ଯାହାକି ଏବେ ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟିଛି ।


ଏହି ବିଜୟ ସହିତ, ଭାରତୀୟ ଦଳ ପୁଣିଥରେ ପାକିସ୍ତାନ ଉପରେ ନିଜର ଦବଦବା ପ୍ରମାଣିତ କରିଛି। ଭାରତୀୟ ଦଳ ଏବେ ବୁଧବାର ୨୪ ସେପ୍ଟେମ୍ବରରେ ତାର ପରବର୍ତ୍ତୀ ସୁପର ଫୋର୍ ମ୍ୟାଚ୍‌ରେ ବାଂଲାଦେଶକୁ ସାମ୍ନା କରିବ । ଅନ୍ୟପଟେ ପାକିସ୍ତାନ ଟିମ୍ ମଙ୍ଗଳବାର ୨୩ ସେପ୍ଟେମ୍ବରରେ ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମ୍‌ରେ ଶ୍ରୀଲଙ୍କାକୁ ଭେଟିବ । ଯଦି ଭାରତୀୟ ଦଳ ବାଂଲାଦେଶକୁ ପରାସ୍ତ କରେ, ତେବେ ଫାଇନାଲ୍‌ରେ ତାର ସ୍ଥାନ ପ୍ରାୟ ନିଶ୍ଚିତ ହୋଇଯିବ। ପାକିସ୍ତାନ ପାଇଁ, ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍‌ ଜିତିବା ଗୁରୁତ୍ୱପୂର୍ଣ୍ଣ ହେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Asia Cup | Gautam Gambhir's 'Fearless' Instagram Story Goes Viral After Heated India vs Pakistan Clash | Argus News