Cricket Controversy / ବୈଭବଙ୍କୁ ନେଇ ରାଗିଗଲେ ଗାଭାସ୍କର…ଶୀଘ୍ର ପ୍ଲେଇଂ 11ରେ ସାମିଲ କର ନଚେତ ଅସୁବିଧା ହେବ
·2 months ago·2 min read

Key Points
ଭାରତୀୟ ଦଳର ବିସ୍ମୟ ଖେଳାଳି ତଥା ବେବି ବସଙ୍କୁ ସୁଯୋଗ ମିଳୁ ନଥିବାରୁ ବର୍ଷିଛନ୍ତି ସୁନିଲ ଗାଭାସ୍କର ।
ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳୁନି ଚାନ୍ସ । ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତରେ ସେ ଦଳରେ ସାମିଲ ହୋଇଛନ୍ତି । ହେଲେ ବାରମ୍ବାର ନିରାଶ ହେଉଛନ୍ତି । ପୂର୍ବରୁ ଆୟରଲ୍ୟାଣ୍ଡ ବିପକ୍ଷରେ ତାଙ୍କୁ ସୁଯୋଗ ମିଳିନଥିଲା । ଏହି ସିରିଜରେ ଭାରତ ମାଟି କାମୁଡିଥିଲା । ୨-୦ରେ କ୍ଲିନ୍ ସ୍ୱିପ୍ ହୋଇଥିଲା ଟିମ୍ ଇଣ୍ଡିଆ । ଏହାପରେ ଇଂଲଣ୍ଡ ବିପକ୍ଷ ସିରିଜର ପ୍ରଥମ ଟି୨୦ରେ ମଧ୍ୟ ତାଙ୍କୁ ସୁଯୋଗ ମିଳିନି । ଯାହାକୁ ଅନେକ ସମାଲୋଚନା କରୁଛନ୍ତି।
ଭାରତୀୟ ଦଳର ବିସ୍ମୟ ଖେଳାଳି ତଥା ବେବି ବସଙ୍କୁ ସୁଯୋଗ ମିଳୁ ନଥିବାରୁ ବର୍ଷିଛନ୍ତି ସୁନିଲ ଗାଭାସ୍କର । ସେ କହିଛନ୍ତି ଯେ, ୧୫ ବର୍ଷୀୟ ବାଳକଙ୍କୁ ଏତେ ସମୟ ଧରି ବସାଇବା ଠିକ୍ କଥା ନୁହେଁ । ଏହାଦ୍ୱାରା ତାଙ୍କ ଉପରେ ଚାପ ପଡିବ । ଫ୍ୟାନ୍ସମାନେ ତାଙ୍କଠାରୁ ବଡ ସ୍କୋର ଆଶା କରିବେ । ଯାହା ତାଙ୍କ ଉପରେ ଅତିରିକ୍ତ ଚାପ ପକାଇବ ।
ସେ ଆହୁରି କହିଛନ୍ତି ଯେ, ବୈଭବ ଏବେ ମାତ୍ର ୧୫ ବର୍ଷର ଅଟନ୍ତି । ସେ ଚାପ ବାବଦରେ ଏତେ କିଛି ଜାଣନ୍ତି ନାହିଁ । କିନ୍ତୁ ଅଧିକ ସମୟ ଧରି ବେଞ୍ଚରେ ବସାଇଲେ ସେ ଚିନ୍ତାରେ ରହିବେ । ସେ କେବଳ ସୁଯୋଗ ମିଳିଲେ ନିଜକୁ ତୁରନ୍ତ ପ୍ରମାଣିତ କରିବାକୁ ହେବ ବୋଲି ଭାବିବେ । ଯାହା ତାଙ୍କର ଫର୍ମ୍ ବିଗାଡିପାରେ।
ଯଦି ବୈଭବ ସୂର୍ଯ୍ୟବଂଶୀ ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଟି-୨୦ ସିରିଜରେ ଡେବ୍ୟୁ କରିବାର ସୁଯୋଗ ପାଆନ୍ତି, ତେବେ ସେ ଇତିହାସ ରଚିବେ। ମାତ୍ର ୧୫ ବର୍ଷ ବୟସରେ, ସେ ପୁରୁଷ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ ଖେଳିବାରେ ବିଶ୍ୱର ସବୁଠାରୁ କମ୍ ବୟସ୍କ ଖେଳାଳି ହୋଇଯିବେ। ଏହା ବ୍ୟତୀତ, ବୈଭବ ଅନ୍ତର୍ଜାତୀୟ କ୍ରିକେଟରେ ଭାରତ ପାଇଁ ଡେବ୍ୟୁ କରିଥିବା ସବୁଠାରୁ କମ୍ ବୟସ୍କ ଖେଳାଳି ଭାବରେ କିମ୍ବଦନ୍ତୀ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଦେବେ। କାରଣ ସଚିନ ୧୬ ବର୍ଷ ବୟସରେ ଭାରତ ପାଇଁ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ।
ଏବେ ବୈଭବ ଦଳରେ ରହି ସିନିଅର ଖେଳାଳିଙ୍କଠୁ ବହୁତ କିଛି ଶିଖିବା ଦରକାର । ତାଙ୍କ ବ୍ୟତୀତ ମଧ୍ୟ ଦଳରେ ବହୁତ ଭଲ ଖେଳାଳି ରହିଛନ୍ତି । ସିନିଅର ଖେଳାଳିଙ୍କ ମଧ୍ୟରେ ରହିବା କୌଣସି ଯୁବ କ୍ରିକେଟରଙ୍କ ପାଇଁ ବଡ କଥା । ଏହି ଅନୁଭବ ତାଙ୍କୁ ଭବିଷ୍ୟତରେ ମହାନ ବ୍ୟାଟର ଭାବେ ଗଢି ତୋଳିବ ବୋଲି ଗାଭାସ୍କର କହିଛନ୍ତି ।
- ବୈଭବଙ୍କୁ ନେଇ ଗାଭାସ୍କର ଏମିତି କହିଲେ…

- ସଚିନଙ୍କ ରେକର୍ଡ ଭାଙ୍ଗିଦେବେ ବୈଭବ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ବର୍ଷା କାରଣରୁ ପ୍ରଥମ ମ୍ୟାଚ ବାତିଲ
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ଏକ ବିପର୍ଯ୍ୟୟପୂର୍ଣ୍ଣ ଆରମ୍ଭ କରିଥିଲା, ମାତ୍ର ୬ ରନ୍ ପାଇଁ ଦୁଇଟି ୱିକେଟ୍ ହରାଇଥିଲା। ତଥାପି, ଅଭିଷେକ ଶର୍ମା ଏବଂ ଅଧିନାୟକ ଶ୍ରେୟସ ଆୟର ଏକ ଚମତ୍କାର ଭାଗୀଦାରି କରି ଦଳକୁ ଖେଳକୁ ଫେରାଇ ଆଣିଥିଲେ। ଅଭିଷେକ ଶର୍ମା ୫୯ ରନ୍ କରିଥିଲେ, ଯେତେବେଳେ ଶ୍ରେୟସ ଆୟର ଚମତ୍କାର ୬୮ ରନ୍ କରିଥିଲେ। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୮୯ ରନ୍ କରିଥିଲା। କିନ୍ତୁ ଲଗାତାର ବର୍ଷା ଦ୍ୱିତୀୟ ଇନିଂସ୍ ଆରମ୍ଭ କରିବାରେ ବାଧା ସୃଷ୍ଟି କରିଥିଲା ଏବଂ ମ୍ୟାଚ୍ ବାତିଲ ହୋଇଯାଇଥିଲା।
Related Topics
Explore more stories