Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଇଂଲଣ୍ଡକୁ ଧୋଇଲେ ଶୁଭମନ ଗିଲ୍, ଶ୍ରେୟସ ଆୟର ଓ ହର୍ଷିତ ରଣା

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଇଂଲଣ୍ଡକୁ ଧୋଇଲେ ଶୁଭମନ ଗିଲ୍, ଶ୍ରେୟସ ଆୟର ଓ ହର୍ଷିତ ରଣା

Key Points

ନାଗପୁରରେ ୪ ୱକେଟରେ ହାରିଲା ଇଂଲଣ୍ଡ

ରୋହିତ ବାହିନୀ ୧-୦ରେ ଆଗୁଆ

ଅର୍ଗସ ବ୍ୟୁରୋ: ନାଗପୁରରେ ଖେଳା ଯାଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆକୁ ଜିତି ନେଇଛି ଭାରତ । ରୋହିତ ଶର୍ମାଙ୍କ ନେତୃତ୍ଵାଧିନ ଭାରତ, ଇଂଲଣ୍ଡକୁ ୪ ୱିକେଟ୍‌ରେ ହରାଇଛି । ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍ ଜିତି ରୋହିତ ବାହିନୀ ୧-୦ରେ ଆଗୁଆ ରହିଛି ।


ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୨୪୮ ରନ୍‌ରେ ଅଲଆଉଟ୍ ହୋଇଥିଲା । ଜବାବରେ ଭାରତ ୩୮.୪ ଓଭରରେ ୬ ୱିକେଟ୍ ହରାଇ ବିଜୟ ହାସଲ କରିଛି । ଶୁଭମନ ଗିଲ୍ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଶ୍ରେୟସ ଆୟର ୫୯ ଓ ଅକ୍ଷର ପଟେଲ ୫୨ ରନ୍ ସ୍କୋର କରିଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିଭଳି ହର୍ଷିତ ଓ ଜାଡ଼େଦା ୩ଟି ଲେଖାଏଁ ୱିକେଟ୍ ନେଇଛନ୍ତି । ପ୍ରଥମ ମ୍ୟାଚରେ ୯୬ ବଲ୍‌ରେ ୮୭ ରନ୍‌ କରି ଶତକରୁ ବଞ୍ଚିତ ହୋଇଛନ୍ତି ଶୁଭମନ ଗିଲ୍ । ଗିଲ୍ ଓ ଅକ୍ଷର ୧୯୭ ବଲ୍‌ରେ ୧୦୮ ରନର ପାର୍ଟନରସିପ୍ କରିଛନ୍ତି ।


ଇଂଲଣ୍ଡ ପକ୍ଷରୁ ଜୋସ ବଟଲର ସର୍ବାଧିକ ୫୨ ରନ୍ ଓ ଜାକୋବ ବେଥେଲ୍ ୫୧ ରନ୍ କରିଥିବା ବେଳେ ଫିଲ୍ ସଲ୍ଟ ୪୩ ରନ୍ କରିଥିଲେ । ସାକିବ ମହମୁଦ ଓ ଆଦିଲ୍ ରସିଦ୍ ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର୍ କରିଛନ୍ତି ।

Sponsored
Gill, Axar and Iyer knocks take IND to comfortable win in Nagpur | Argus News