Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଚିପକ ଟେଷ୍ଟ ଗିଲ୍-ପନ୍ତଙ୍କ ଦମଦାର ଶତକ ଝଡ,ବାଂଲାଦେଶ ବୋଲର ଥରହର

Sports

ଚିପକ ଟେଷ୍ଟ ଗିଲ୍-ପନ୍ତଙ୍କ ଦମଦାର ଶତକ ଝଡ,ବାଂଲାଦେଶ ବୋଲର ଥରହର

Sangram Tripathy
Browse all articles by Sangram Tripathy
·1 year ago·1 min read
ଚିପକ ଟେଷ୍ଟ ଗିଲ୍-ପନ୍ତଙ୍କ ଦମଦାର ଶତକ ଝଡ,ବାଂଲାଦେଶ ବୋଲର ଥରହର

ଅର୍ଗସ ବ୍ୟୁରୋ:ଚିପକ ଟେଷ୍ଟରେ ଗର୍ଜିଛି ଗିଲ୍-ପନ୍ତଙ୍କ ବ୍ୟାଟ୍,ବାଂଲାଦେଶ ବିପକ୍ଷରେ ଖେଳିଛନ୍ତି ଧୁଆଁଦାର ଶତକୀୟ ପାରି,ଥରହର ହୋଇଛନ୍ତି ବାଂଲା ବୋଲର । ଭାରତୀୟ ଷ୍ଟାର ୱିକେଟ୍ କିପର ଋଷଭ ପନ୍ତଙ୍କ ଝଡ଼ ଦେଖିବାକୁ ମିଳିଛି,ଟେଷ୍ଟ କ୍ରିକେଟରେ ଷଷ୍ଠ ତମ ଶତକ ହାସଲ କରିଛନ୍ତି ପନ୍ତ। ଖେଳିଛନ୍ତି ୧୦୯ ରନର ଜବରଦସ୍ତ ପାରି ସେଥିରେ ୧୩ଟି ଚୌକା,୪ଟି ଛକା ସାମିଲ ରହିଛି। ଦୁର୍ଘଟଣା ପରେ ପଦାର୍ପଣ ଟେଷ୍ଟରେ ପନ୍ତଙ୍କ ଶତକୀୟ ଧମାକା ଦେଖିବାକୁ ମିଳିଛି,ଏଥିସହ ବ୍ୟାଟ୍ସମ୍ୟାନ୍ ୱିକେଟ୍ କିପର ଭାବେ ଟେଷ୍ଟରେ ଧୋନିଙ୍କ ଷଷ୍ଠ ତମ ଶତକ ସହ ରେକର୍ଡ ବରାବର କରିଛନ୍ତି।

କେବଳ ପନ୍ତ ନୁହେଁ ଶୁଭମନ ଗିଲ୍ ମଧ୍ୟ ୧୭୬ ବଲରୁ ୧୦ ଚୌକା,୪ ଛକା ସହାୟତାରେ ୧୧୯ ରନର ଅପରାଜିତ ପାରି ଖେଳିଛନ୍ତି,ଟେଷ୍ଟରେ ୫ମ ଶତକ ହାସଲ କରିଛନ୍ତି। ପ୍ରଥମ ଇଂନିସରେ ଗିଲ୍ ଫେଲ୍ ମାରିଥିବାବେଳେ ଦ୍ବିତୀୟ ଇଂନିସରେ ଜଲୱା ଦେଖାଇଥିଲେ। ବାଂଲାଦେଶ  ବିପକ୍ଷ ଟେଷ୍ଟ ପ୍ରଥମ ଇଂନିସ ୩୭୬ ରନରେ ଭାରତ ଅଟକିଥିଲା ଜୟସ୍ୱାଲ ୫୬,ଅଶ୍ବିନ୧୧୩, ଜାଡେଜା୮୬ ରନ୍ ପାରି ଖେଳିଥିଲେ। ବାଂଲାଦେଶ ପକ୍ଷରୁ ହାସନ ମହମୁଦ ସର୍ବାଧିକ ୫ଟି ୱିକେଟ୍ ନେଇଥିଲେ। ବାଂଲାଦେଶ ମାତ୍ର ୧୪୯ ରନ କରି ଅଲଆଉଟ ହୋଇଯାଇଥିଲା। ବୁମରା ସର୍ବାଧିକ ୪ଟି ୱିକେଟ ଦଖଲ କରି ଅନ୍ତର୍ଜାତୀୟ କ୍ରିକେଟରେ ନିଜର ୪୦୧ ୱିକେଟ ପୂରଣ କରିଥିଲେ। ଭାରତ ଦ୍ବିତୀୟ ଇଂନିସରେ ୪ ୱିକେଟ ହରାଇ ୨୮୭ ରନ କରିବା ସହ ୫୧୪ ଲିଡ୍ ଦେଇ ପାଳି ଘୋଷଣା କରିଥିଲେ ଅଧିନାୟକ ରୋହିତ ଶର୍ମା। ବାଂଲାଦେଶ ବିଜୟ ଲାଗି ୫୧୫ ରନ କରିବାକୁ ପଡିବ । ସେପଟେ ଦୁଇଟି ରୁ ଦୁଇଟି ଟେଷ୍ଟ ଜିତିବାକୁ ଲକ୍ଷ୍ୟ ରଖିଛି ରୋହିତ ସେନା 


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gill-Pant's powerful century in the Chipak Test, Bangladesh bowler | Argus News