Videos
|
Sports

ଝିଅ ବାର୍ଥଡେ ଗିଫ୍ଟ ପ୍ୟାକ କଲାବେଳେ ‌କୋଟିପତି ହେଲି

Ritu Das
Browse all articles by Ritu Das
·2 years ago·1 min read
ଝିଅ ବାର୍ଥଡେ ଗିଫ୍ଟ ପ୍ୟାକ କଲାବେଳେ ‌କୋଟିପତି ହେଲି

ଅର୍ଗସ ବ୍ୟୁରୋ: ନ୍ୟୁଜିଲାଣ୍ଡର ଶ୍ରେଷ୍ଠ ଖେଳାଳି ଡେରିଲ ମିଚେଲଙ୍କୁ ଆଇପିଏଲ ନିଲାମ ସମୟରେ ୧୪କୋଟି ଟଙ୍କାରେ କିଣିଯାଇଥିଲା। ଏହି ଘଟଣାକୁ ନେଇ ଡେରିଲ କହିଛନ୍ତି,  ଆଇପିଏଲରେ ଚୟନ ଚାଲିଥିବା  ସମୟରେ ମୁଁ ମୋ ଝିଅର ଜନ୍ମଦିନ ପାଇଁ ଗିଫ୍ଟ ପ୍ୟାକିଂ କରୁଥିଲୁ। ଏହି ସମୟରେ ଟେଲିଭିଜନରେ ମୋର ନାମ  ଶୁଣିବାକୁ ମିଳିଥିଲା। ପୂରା ପରିବାର ଏକାଠି ହୋଇ ଟେଲିଭିଜନ ସାମ୍ନାରେ ବସି ଯାଇଥିଲୁ। କିଛିସମୟ ପରେ ଯେମିତି ଲାଗିଲା ମୋର ଦୁନିଆ ବଦଳି ଗଲା। ଅନେକ ଦିନରୁ ଅପେକ୍ଷା ଥିବା ଖୁସି ମୋତେ ମିଳିଗଲା। ଏହା ମୋ ସହିତ ମୋ ପରିବାର ପାଇଁ ସ୍ବତନ୍ତ୍ର ରାତି ଥିଲା। ଏହି ଦିନକୁ ମୁଁ କେବେ ଭୁଲି ପାରିବି ନାହିଁ। ଜୀବନର ଅଭୁଲା ସ୍ମୃତିରେ ଛାପି ହୋଇ ରହିଗଲା।

କାରଣ ବିଶ୍ୱକପ୍‌ରେ ଭଲ ପ୍ରଦର୍ଶନ ଯୋଗୁଁ ମୋତେ ୧୪.୨୫ କୋଟି ଟଙ୍କାରେ ଚେନ୍ନାଇ ସୁପର କିଙ୍ଗ୍ସ କିଣି ନିଜ ଦଳରେ ସାମିଲ କରିଥିଲା। ନିଲାମ ପରେ ଚେନ୍ନାଇ ଟିମ ଏକ ଭିଡିଓ ପୋଷ୍ଟ କରିଥି‌ଲା। ଯେଉଁଥିରେ ମିଚେଲ କହିଥିଲେ, ‘ନମସ୍କାର ଚେନ୍ନାଇର ଫ୍ୟାନ୍ସ। ମୁଁ  ଡେରିଲ ମିଚେଲ। ସର୍ବପ୍ରଥମେ ମୋତେ ଏହାର ଅଂଶ କରିବା ସହିତ ହଳଦିଆ ଜର୍ସି ପିନ୍ଧିବାକୁ ଅନୁମତି ଦେଇଥିବାରୁ ଧନ୍ୟବାଦ। ଏହି ଟିମରେ ସାମିଲ ଥିବା ଖେଳାଳିଙ୍କ ସହ ଖେଳିବାକୁ ମୁଁ ଅନେକ ଦିନରୁ ଉତ୍ସାହିତ ଥିଲି।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Girl becomes | Argus News