Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଆରସିବି ପାଇଁ ଖୁସିର ଖବର: ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ପହଞ୍ଚିଲା

Ritu Das
Browse all articles by Ritu Das
·1 year ago·1 min read
ଆରସିବି ପାଇଁ ଖୁସିର ଖବର: ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ପହଞ୍ଚିଲା

ବିରାଟ କୋହଲିଙ୍କ ଅର୍ଦ୍ଧଶତକ ଓ ଜୋଶ ହାଜେଲଉଡଙ୍କ ୪ ଉଇକେଟ ସଫଳତା ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୧ ରନ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌)କୁ ପରାସ୍ତ କରିଛି। ଏହା ବେଙ୍ଗାଲୁରୁର ଷଷ୍ଠ ବିଜୟ ହୋଇଥିବା ବେଳେ ରାଜସ୍ଥାନ ଲାଗି ସପ୍ତମ ପରାଜୟ। ଏହି ବିଜୟ ସହ ଆର୍‌ସିବି ୧୨ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନକୁ ଉନ୍ନିତ ହୋଇଛି। ଅନ୍ୟପକ୍ଷେ ଗୁଜରାଟ ଟାଇଟନ୍ସ ୮ଟି ମ୍ୟାଚ୍‌ରେ ୬ଟି ବିଜୟ ସହ ୧୨ ପଏଣ୍ଟ ପାଇ ଟେବୁଲର ପ୍ରଥମ ସ୍ଥାନରେ ରହିଛି। ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ୮ଟି ମ୍ୟାଚ୍‌ରେ ୬ଟି ବିଜୟ ସହ ୧୨ ପଏଣ୍ଟ ପାଇ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି।


ପ୍ରଥମେ ବ୍ୟାଟିଂ କରିଥିବା ଆର୍‌ସିବି ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୨୦୫ ରନ୍‌ କରିଥିଲା। କୋହଲି ୪୨ ବଲରେ ୭୦(୮ ଚୌକା ଓ ୨ ଛକା) ଏବଂ ପଡିକଲ ୨୭ ବଲରେ ୫୦ (୪ ଚୌକା ଓ ୩ ଛକା) ଓ ଫିଲ ସଲ୍ଟ ୨୬ (୪ ଚୌକା) ରନ୍‌ କରିଥିଲେ। ରାଜସ୍ଥାନ ପକ୍ଷରୁ ସନ୍ଦୀପ ଶର୍ମା ଦୁଇଟି ଉଇକେଟ ନେଇଥିଲେ। ଜବାବରେ ରାଜସ୍ଥାନ ୨୦ ଓଭରରେ ୯ ଉଇକେଟ ହରାଇ ୧୯୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଦଳ ପାଇଁ ଯଶସ୍ବୀ ଜୟସ୍ବାଲ ୧୯ ବଲରେ ୪୯ (୭ ଚୌକା ଓ ୩ ଛକା) ଓ ଧ୍ରୁବ ଜୁରେଲ ୪୭(୩ ଲେଖାଏ ଚୌକା ଓ ଛକା) ରନ୍‌ କରିଥିଲେ। ଆର୍‌ସିବି ପକ୍ଷରୁ ଜୋଶ ହାଜେଲଉଡ ୪ଟି ଓ କୃନାଲ ପାଣ୍ଡ୍ୟା ଦୁଇ ଉଇକେଟ ନେବାରେ ସକ୍ଷମ ହୋଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
good-news-for-rcb-reached-third-place-in-the-points-table | Argus News