|
logo
Live

Argus News - ବିଶ୍ବ ଚାମ୍ପିୟନ ସ୍ବଦେଶ ଫେରିବାପରେ ମୁମ୍ବାଇରେ ଗ୍ରାଣ୍ଡ ଓ୍ବେଲକମ

Sports

ବିଶ୍ବ ଚାମ୍ପିୟନ ସ୍ବଦେଶ ଫେରିବାପରେ ମୁମ୍ବାଇରେ ଗ୍ରାଣ୍ଡ ଓ୍ବେଲକମ

Ritu Das
Browse all articles by Ritu Das
·1 year ago·2 min read
ବିଶ୍ବ ଚାମ୍ପିୟନ ସ୍ବଦେଶ ଫେରିବାପରେ ମୁମ୍ବାଇରେ ଗ୍ରାଣ୍ଡ ଓ୍ବେଲକମ

ଅର୍ଗସ ବ୍ୟୁରୋ: ସମୟର ସବୁଠାରୁ ସୁନ୍ଦର ଉପଲବ୍ଧି କଣ ଜାଣନ୍ତି ? ସମୟ ହେଉଛି ପରିବର୍ତ୍ତନଶୀଳ । କଭୀ ଗମ୍, କଭୀ ଖୁସି । କଭୀ ଆସୁଁ, କଭୀ ହସୀ । ନା କଣ କହୁଛନ୍ତି ? ବେଶୀ ନୁହେଁ, ଏଇ ଛଅ ମାସ ତଳର କଥା । ୧୯ ନଭେମ୍ବର ୨୦୨୩ରେ ଥିଲା ଦୁଃଖ, ନିରାଶା, ହତାଶା। 

କିନ୍ତୁ ଆଜି ଖୁସି, ଉତ୍ସାହ ଆଉ ହସର ବେଳ । ୱାନଡେ ୱାର୍ଲ୍ଡ କପରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହେବା ପରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଟିମ୍ ମେମ୍ବରଙ୍କୁ ଡ୍ରେସିଂ ରୁମରେ ଭେଟିଥିଲେ, ଖେଳାଳିମାନେ ବେଶ ଭାଙ୍ଗି ପଡ଼ିଥିଲେ । ପ୍ରଧାନମନ୍ତ୍ରୀ ସମସ୍ତେ ଖେଳାଳି ଓ କୋଚିଂ ଷ୍ଟାଫଙ୍କର  ପିଠି ଥାପୁଡ଼ାଇ ସାହସ ଭରିଥିଲେ । 

ଏବେ ଛଅ ମାସ ପରେ ଯେତେବେଳେ ଭାରତୀୟ ଟିମ୍ ୱାର୍ଲ୍ଡ ଟି୨୦ ଜିତି ସ୍ବଦେଶ ଫେରିଛି ସେମିତି ଏକ ସାକ୍ଷାତ ବି  ହୋଇଛି । ଅବଶ୍ୟ ବିଶ୍ବକପ ବିଜୟ ପରେ ମୋଦି ନିଜେ ଫୋନ୍ କରି ରୋହିତ, ବିରାଟ ଓ କୋଚ୍ ଦ୍ରାବିଡଙ୍କ ସହ କଥା ହୋଇଥିଲେ । ହେଲେ ଆଜି ଟ୍ରଫି ନେଇ କପ୍ତାନ ରୋହିତ ଶର୍ମା ପିଏମ୍ ମୋଦିଙ୍କୁ ଭେଟିବା ପାଇଁ ତାଙ୍କ ସରକାରୀ ଆବାସରେ ପହଞ୍ଚିଥିଲେ । ଟିମ୍ ସହିତ ବିସିସିଆଇ ପ୍ରେସିଡେଣ୍ଟ ରୋଜର ବିନ୍ନି ଓ ସେକ୍ରେଟାରୀ ଜୟ ଶାହ  ମଧ୍ୟ ସାଥିରେ ଥିଲେ। ପ୍ରଧାନମନ୍ତ୍ରୀ ସବୁ ଖେଳାଳିଙ୍କ ସହ କଥାବାର୍ତ୍ତା କରିଥିଲେ ଆଉ ଖେଳାଳିମାନେ ବି ୱାଲର୍ଡ କପ୍ ସ୍ମୃତି ସେୟାର କରିଥିଲେ । କଥାବାର୍ତ୍ତା ବେଳେ ଖେଳାଳି ସହ ବେଶ ହସଖୁସି ହେଉଥିବାର ମଧ୍ୟ ଦେଖିବାକୁ ମିଳିଥିଲେ ମୋଦି । ଖେଳାଳିଙ୍କ ଚେହେରାରେ ବି ଖୁସି ହିଁ ଖୁସି ଝଲକୁଥିଲା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଏହା ପୂର୍ବରୁ ବାତ୍ୟା ପାଇଁ ବାର୍ବାଡୋସରେ ଫସିଥିବା ଟିମ୍ ଇଣ୍ଡିଆ ଆଜି ସକାଳେ ସ୍ବତନ୍ତ୍ର ବିମାନ ଯୋଗେ ଆସି ନୂଆଦିଲ୍ଲୀରେ ପହଞ୍ଚିଥିଲା । ଆଉ ଇଏ ହେଉଛି ସେହି ସମୟର ଦୃଶ୍ୟ। ଏୟାରପୋର୍ଟରୁ ହୋଟେଲ, ପ୍ରିୟ କ୍ରିକେଟରଙ୍କ ସ୍ବାଗତ ପାଇଁ ପୂରା ପ୍ରସ୍ତୁତ ଥିଲେ ଫ୍ୟାନ । ଏତେ ବର୍ଷ ପରେ ୱାର୍ଲଡ କପ୍ ଭାରତ ଲେଉଟୁଥିବାରୁ ଚାରିଆଡ଼େ ଉତ୍ସାହ, ଉଦ୍ଦୀପନା, ଦେଖିବାକୁ ମିଲିଥିଲା । ଖେଳାଳିମାନେ ବି ଡ୍ୟାନ୍ସ କରି ତ ପୁଣି କେକ୍ କାଟି ଖୁସି ମନାଇଥିଲେ।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Sponsored
ବିଶ୍ବ ଚାମ୍ପିୟନ ସ୍ବଦେଶ ଫେରିବାପରେ ମୁମ୍ବାଇରେ ଗ୍ରାଣ୍ଡ ଓ୍ବେଲକମ | Argus News