Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Hockey / ହକି ଲିଗରେ ବଢୁଛନ୍ତି ଓଡ଼ିଆ ଖେଳାଳି, ବଢୁଛି ଭିତ୍ତିଭୂମି

Bikash Mohanty
Browse all articles by Bikash Mohanty
·5 months ago·2 min read
ହକି ଲିଗରେ ବଢୁଛନ୍ତି ଓଡ଼ିଆ ଖେଳାଳି, ବଢୁଛି  ଭିତ୍ତିଭୂମି
Hockey

Key Points

ହକିରେ ବଢୁଛି ଓଡ଼ିଆ ଖେଳାଳିଙ୍କ ସଂଖ୍ୟା
ରାଜ୍ୟରେ ବଢ଼ିବାରେ ଲାଗିଛି ହକି ଭିତ୍ତିଭୂମି

ହକି ଲିଗରେ ବଢୁଛି ଓଡ଼ିଆ ଖେଳାଳିଙ୍କ ସଂଖ୍ୟା. ସିଜିନ ପରେ ସିଜିନ ବଢୁଥିବା ବେଳେ ଓଡ଼ିଆ ଖେଳାଳିଙ୍କ ସଂଖ୍ୟା ମଧ୍ୟ ପାଉଛି ବୃଦ୍ଧି. ଖେଳାଳୀଙ୍କୁ ଏହି ଲିଗ ପ୍ରୋତ୍ସାହିତ କରିବା ସହ ସୃଷ୍ଟି କରିବାକୁ ଲାଗୁଛି ନୂଆ ତାରକା.


କଳିଙ୍ଗକୁ ଫେରିଛି ହକି ଫିଭର. ଟାଇଟେଲ ଜିତିବାକୁ ଲଢେଇ କରୁଛନ୍ତି ସମସ୍ତ ଟିମ. ସିଜିନ ପରେ ସିଜିନ ସରିବା ସହ ସୃଷ୍ଟି କରୁଛି ଅନେକ ତାରକା. ଏହି ତାଲିକାରେ ପଛରେ ନାହାନ୍ତି ଓଡ଼ିଆ ପ୍ଲେୟାର. 2013 ମସିହାରେ ସିଜିନ ଆରମ୍ଭ ହେବା ବେଳେ ଛଅ ଜଣ ଓଡ଼ିଆ ଏହି ଲିଗ ଖେଳୁଥିବା ବେଳେ ଏବେ ସଂଖ୍ୟା 12 ରୁ ଉର୍ଦ୍ଧ. ପ୍ରତିଭାବାନ ଖେଳାଳିଙ୍କ ଦକ୍ଷତା ବିକାଶ ପାଇଁ ଏହା ଭଲ ଫ୍ଲାଟଫର୍ମ ହୋଇଥିବା ବେଳେ ସୃଷ୍ଟି କରୁଛି ଫ୍ୟୁଚର ଷ୍ଟାର.


2013 ମସିହାରେ ଆରମ୍ଭ ହୋଇଥିଲା ହକି ଇଣ୍ଡିଆ ଲିଗ. ପ୍ରଥମ ସିଜିନରେ ଅଂଶଗ୍ରହଣ କରିଥିଲେ ପାଞ୍ଚ ଓଡ଼ିଆ ପ୍ଲେୟାର. ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରାଙ୍କ ସମେତ ପାଞ୍ଚ ଜଣ ଓଡ଼ିଆ ଖେଳାଳି ରାଞ୍ଚି ଦଳରେ ସ୍ଥାନ ପାଇଥିବା ବେଳେ ୟୁପି ଦଳରେ ସ୍ଥାନ ପାଇଥିଲେ ସୁରେଶ ଟପ୍ପୋ. ଏବେ ଏହି ସଂଖ୍ୟା ବଢିବା ସହ କେବଳ ହୋମ ଟିମ ବେଦାନ୍ତ କଳିଙ୍ଗ ଲାନର୍ସରେ ସ୍ଥାନ ପାଇଛନ୍ତି ପାଞ୍ଚ ଓଡ଼ିଆ ପ୍ଲେୟାର. ତାମିଲନାଡୁ ଡ୍ରାଗନ ଦଳରେ ଚାରି ଓଡ଼ିଆ ସହ ଅନ୍ୟ ଫ୍ରାଞ୍ଚାଇଜରେ ମଧ୍ୟ ସ୍ଥାନ ପାଇଛନ୍ତି ଓଡ଼ିଆ ପ୍ଲେୟାର. କେବଳ ଖାଲି ସ୍ଥାନ ପାଇ ନାହାନ୍ତି ଅନେକ ମ୍ୟାଚରେ ଭଲ ପ୍ରଦର୍ଶନ କରୁଛନ୍ତି ଓଡ଼ିଆ. ଅମନ ଦୀପ ଲାକ୍ରାଙ୍କ ଠାରୁ ଆରମ୍ଭ ଦୀପକ ପ୍ରଧାନ. ରାଜ୍ୟର ଯୁବ ତାରକା ବି କରୁଛନ୍ତି ପଡିଆରେ କମାଲ। ହକି ଇଣ୍ଡିଆ ଲିଗ ଆୟୋଜନ କାରଣରୁ ଅନେକ ଯୁବ ଓଡ଼ିଆ ହକୀ ଖେଳାଳୀ ନିଜର ଦକ୍ଷତା ପଦର୍ଶନର ସୁଯୋଗ ପାଉଛନ୍ତି। ଆଗାମୀ ଦିନରେ ଓଡ଼ିଆ ଖେଳାଳୀଙ୍କ ଭବିଷ୍ୟତ ନିଶ୍ଚିନ ଉଜ୍ୱଳମୟ ରହିବ କହିଛନ୍ତି ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତୀର୍କୀ


ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ହକି ଭିତିଭୂମି. ହାଇ ପ୍ରଫୋମାନ୍ସ ସେଣ୍ଟର ସହ ତୁଣ ମୂଳ ସ୍ତରର ବିକାଶ ହେବା ଯୋଗୁଁ ସୃଷ୍ଟି ହେବାକୁ ଲାଗିଛନ୍ତି ହକି ଟ୍ୟାଲେଣ୍ଟ.ହକି ଇଣ୍ଡିଆ ଲିଗ 2025-26. ଦୁଇ ଓଡ଼ିଆ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ବଳରେ ମ୍ୟାଚ ଜିତିଲା ହାଇଦ୍ରାବାଦ ତୁଫାନ. ରୋମାଞ୍ଚକର ମ୍ୟାଚରେ ଏଚଆଇଏଲ ଜିସିକୁ 3-2 ଗୋଲରେ ହରାଇଲା ହାଇଦ୍ରାବାଦ ତୁଫାନ. ହାଇଦ୍ରାବାଦ ତୁଫାନକୁ ଆଜିର ମ୍ୟାଚରେ ନିଶ୍ଚିତ ବିଜୟ ଆବଶ୍ୟକ ଥିବା ବେଳେ ମ୍ୟାଚ ଜିତି ନେଇଛି ଦଳ. ଦଳ ପକ୍ଷରୁ ଦୁଇ ଓଡ଼ିଆ ତାରକା ଅମନଦୀପ ଲାକ୍ରା ଏବଂ ଶୀଳାନନ୍ଦ ଲାକ୍ରା ଗୋଟିଏ ଲେଖାଁଏ ଗୋଲ କରି
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hockey | Hockey | Hockey League Sees Rise in Number of Odia Players | Argus News