Videos
|
Sports

GTA 6 Launch / GTA-6 ପାଇଁ ଅଫିସରୁ ଛୁଟି ନେଲେ କର୍ମଚାରୀ…୧୩ ବର୍ଷ ପରେ ଫେରିଲା ଭାଇସ୍ ସିଟି

Ritu Das
Browse all articles by Ritu Das
·1 hour ago·2 min read
GTA-6 ପାଇଁ ଅଫିସରୁ ଛୁଟି ନେଲେ କର୍ମଚାରୀ…୧୩ ବର୍ଷ ପରେ ଫେରିଲା ଭାଇସ୍ ସିଟି
India

Key Points

GTA-6 ରିଲିଜ୍ ହେବା ମାତ୍ରେ ହଙ୍ଗାମା… PUBGକୁ ମିଳିବ କଡ଼ା ଟକ୍କର!
ଗେମର୍ସଙ୍କ ପାଇଁ ବଡ଼ ଖୁସିଖବର… ଆସିଗଲା GTA-6, ଜାଣନ୍ତୁ କେଉଁଠି ଖେଳିବେ
ଗେମର୍ସ ମାନଙ୍କ ପାଇଁ ଖୁସିଖବର। ଭାରତ ସମେତ ସାରା ବିଶ୍ବରେ ଗେମର୍ସ ମାନେ ଯେଉଁ ଗେମକୁ ଦୀର୍ଘ ୧୩ବର୍ଷ ହେଲା ଅପେକ୍ଷା କରି ରହିଥିଲେ। ଶେଷରେ ସେହି ପ୍ରତୀକ୍ଷାର ଅନ୍ତ ଘଟିଛି। ରକଷ୍ଟାର ଗେମ୍ସର ଭିଡିଓ Grand Theft Auto 6 (GTA-6) ଲଞ୍ଚ କରିଛି। ଏହି ନୂଆ ଭର୍ସନ ୧୩ବର୍ଷର ଲମ୍ବା ବ୍ୟବଧାନ ପରେ ଲଞ୍ଚ କରିଛି। ବ୍ରିଟେନର ବହୁ ଲୋକ ଏହି ଗେମ ଖେଳିବାଲାଗି ଅଫିସରୁ ଛୁଟି ନେଇଛନ୍ତି। ଆଉ ଇମେଲରେ ଛୁଟିର କାରଣ ମଧ୍ୟ ଜଣାଇଛନ୍ତି।

ଭାରତରେ ନଭେମ୍ବର ୧୯ ତାରିଖରେ ଏହି ଗେମ ଲଞ୍ଚ ହୋଇଛି। ଗେମ କମ୍ପାନୀ କହିଛି ଯେ, ଏହି ଗେମ ସବୁ ଦେଶର ସ୍ଥାନୀୟ ସମୟ ହିସାବରେ ରାତି ୧୨ଟାରେ ଲଞ୍ଚ ହୋଇଯିବ। ଭାରତରେ ଏହି ଗେମ ଲଞ୍ଚ ହୋଇସାରିଛି। କିନ୍ତୁ ନ୍ୟୁଜିଲାଣ୍ଡକୁ ଆରମ୍ଭ ଦେଶମାନଙ୍କ ତାଲିକାରେ ସାମିଲ କରାଯାଇଥିଲା। ଯେଉଁଠି ଗେମର୍ସମାନେ ପ୍ରଥମେ GTA-6 ଖେଳିବାର ସୁଯୋଗ ପାଇଥିଲେ।

GTA-6 ଖେଳାଳିଙ୍କୁ ପୁଣିଥରେ ଭାଇସ ସିଟି ଦୁନିଆରେ ଖେଳିବାକୁ ସୁଯୋଗ ମିଳିବ। ଏଥରେ ଗେମରେ ୨ ନୂଆ ଭୂମିକାକୁ ସାମିଲ କରାଯାଇଛି। ଯାହାର ନାଁ ହେଉଛି ଜାସନ ଦ୍ବିଭାଲ ଏବଂ ଲୁସିଆ କାମିନସ। ଏହି ଦୁଇଜଣଙ୍କ କାହାଣୀ ପୂରା କ୍ରାଇମ ଜଗତରେ ସନସନି ଖେଳାଇବ।

  • କେମିତି ଖେଳିବେ GTA-6?

GTA 6 ଗେମ ଏବେ ପ୍ଲେଷ୍ଟେସନ ୫ ଏବଂ Xbox Series X/S ପାଇଁ ଉପଲବ୍ଧ ହୋଇଛି। କିନ୍ତୁ ଏବେ ପିସି ଭର୍ସନ ଲଞ୍ଚ କରାଯାଇନାହିଁ। ଯାହାପାଇଁ ଆପଣଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • GTA6ର ଫାଇଲ ଷ୍ଟୋରେଜ କାପାସିଟି

GTA-6 ଡାଉନଲୋଡ କରିବାପାଇଁ ଗେମର୍ସଙ୍କୁ ଅଧିକ ଷ୍ଟୋରେଜର ଦରକାର ପଡ଼ିବ। ଏହି ଗେମର ଫାଇଲ ସାଇଜ ପ୍ରାୟ ୨୧୨ ଜିବି ବୋଲି କୁହାଯାଉଛି।

  • GTA-6 ଗେମ କାହାଣୀ ଚାଲନ୍ତୁ ଜାଣିବା

GTA-6 ଗେମରେ ଏକ ରାଜ୍ୟ ଦେଖିବାକୁ ମିଳିବ। ଯାହାର ନାଁ ଲିଓନିଡା ଅଟେ। ଏହି ଗେମ ଆମେରିକାର ଫ୍ଲୋରିଡା ରାଜ୍ୟରୁ ଅନୁପ୍ରାଣୀତ ହୋଇଛି। ଗେମରେ ଫେମସ ଭାଇସ ସିଟି ମିଆମି ଶରଙ୍କର କାଳ୍ପନିକ ରୂପ ଅଟେ।  GTA-6 ଗେମ କାଲି ମଧ୍ୟରାତ୍ରିରେ ଲଞ୍ଚ ହୋଇଛି କିନ୍ତୁ ଏହାର ଟ୍ରେଲର ପୁରା ସୋସିଆଲ ମିଡିଆରେ ଧମାଲ ମଚାଇଥିଲା। ଟ୍ରେଲରକୁ ଜବରଦସ୍ତ ରେସପନ୍ସ ମିଳିଛି। ଟ୍ରେଲର ଲଞ୍ଚିଂର ୨୪ ଘଣ୍ଟା ପରେ ୟୁଟ୍ୟୁବରେ ୯.୩ କୋଟିର ଭ୍ୟୁଜ ଆସିଥିଲା।