Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଶେଷ ବଲ୍‌‌ରେ ଜିତିଲା ଗୁଜରାଟ: ରାଜସ୍ଥାନର ପ୍ରଥମ ପରାଜୟ

Sports

ଶେଷ ବଲ୍‌‌ରେ ଜିତିଲା ଗୁଜରାଟ: ରାଜସ୍ଥାନର ପ୍ରଥମ ପରାଜୟ

Ritu Das
Browse all articles by Ritu Das
·2 years ago·1 min read
ଶେଷ ବଲ୍‌‌ରେ ଜିତିଲା ଗୁଜରାଟ: ରାଜସ୍ଥାନର ପ୍ରଥମ ପରାଜୟ

ଅର୍ଗସ ବ୍ୟୁରୋ: ଚଳିତ ଆଇପିଏଲ୍‌ରେ ପୂର୍ବବିଜେତା ରାଜସ୍ଥାନ ରୟାଲ୍ସ ପ୍ରଥମ ପରାଜୟ ବରଣ କରିଛି। ଲଗାତାର ୪ ମ୍ୟାଚ୍ ଜିତିଥିବା ଏହି ଦଳକୁ ବୁଧବାର ରୋମାଞ୍ଚକ ଭାବେ ଗୁଜରାଟ ଟାଇଟନ୍ସ ୩ ୱିକେଟ୍‌ରେ ହରାଇ ଷଷ୍ଠ ମ୍ୟାଚ୍‌ରୁ ତୃତୀୟ ବିଜୟ ପାଇଛି। ରାଜସ୍ଥାନ ୧୯୭ ରନ୍‌ର ଆହ୍ବାନପୂର୍ଣ୍ଣ ଲକ୍ଷ୍ୟ ଦେବା ପରେ ଗୁଜରାଟ ୧୫୭ ରନ୍‌ରେ ୬ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ସ୍ପିନର ରସିଦ ଖାନ୍ (୨୪) ଓ ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ରାହୁଲ ତିୱାତିଆ (୨୨) ସାହସ ହରାଇ ନଥିଲେ। ଉଭୟ ଧମାକାଦାର ବ୍ୟାଟିଂ କରି ଗୁଜରାଟ ଆଶା ଉଜ୍ଜୀବିତ ରଖିଥିଲେ। 

ଫଳରେ ଆବଶ୍ୟକ ରନ୍ ଦ୍ରୁତ ଗତିରେ କମିବା ସହ ଶେଷ ଓଭରରୁ ୧୫ ରନ୍‌ର ଦରକାର ଥିଲା। ଆୱେସ ଖାନ୍‌ଙ୍କ ପ୍ରଥମ ୩ ବଲ୍‌ରୁ ରସିଦ ୧୦ ରନ୍ ଅମଳ କରି ନେଇଥିଲେ। ଚତୁର୍ଥ ବଲ୍‌ରେ ସେ ଏକ ରନ୍ କରି ନନ୍‌ଷ୍ଟ୍ରାଇକର୍ ପଟକୁ ଯିବା ପରେ ପଞ୍ଚମ ବଲରୁ ୩ ରନ୍ ନେବା ଲୋଭରେ ତିୱାତିଆ ରନ୍‌ଆଉଟ୍ ହେବା ମ୍ୟାଚ୍‌ର ଉତ୍କଣ୍ଠାକୁ ବଢ଼ାଇଥିଲା। ତେବେ ଶେଷ ବଲ୍‌କୁ ଷ୍ଟାଇଲ୍‌ରେ ସୀମାରେଖା ବାହାରକୁ ପଠାଇ ରସିଦ୍ ହିଁ ଗୁଜରାଟ ବିଜୟର ମୁଣ୍ଡି ମାରିଥିଲେ। ପୂର୍ବରୁ ଅଧିନାୟକ ଶୁବମନ୍ ଗିଲ୍‌ ୭୨ ଓ ସାଇ ସୁଦର୍ଶନ ୩୫ ରନ୍ କରି ଗୁଜରାଟ ପାଇଁ ଦୃଢ଼ ମୂଳଦୁଆ ପକାଇଥିଲେ। ଗିଲ୍ ତାଙ୍କର ଏହି ଅର୍ଦ୍ଧଶତକୀୟ ପାଳି ବଳରେ ଟ୍ବେଣ୍ଟି-୨୦ରେ ୪,୦୦୦ ରନ୍ ପୂରଣ କରିଛନ୍ତି।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gujarat won the last ball | Argus News