Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଆଇପିଏଲରେ ହ୍ୟାଟ୍ରିକ ହାରିଲା ହାର୍ଦ୍ଦିକଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ

Ritu Das
Browse all articles by Ritu Das
·2 years ago·1 min read
ଆଇପିଏଲରେ ହ୍ୟାଟ୍ରିକ ହାରିଲା ହାର୍ଦ୍ଦିକଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ

ଅର୍ଗସ ବ୍ୟୁରୋ: ୱାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଚଳିତ ଆଇପିଏଲର ୧୪ତମ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚରେ ରାଜସ୍ଥାନ ୬ ୱିକେଟରେ ବିଜୟୀ ହୋଇଥିଲା। ଟୁର୍ଣ୍ଣାମେଣ୍ଟରେ ରାଜସ୍ଥାନର ଏହା କ୍ରମାଗତ ତୃତୀୟ ବିଜୟ । ମୁମ୍ବାଇ ଇଣ୍ଡିଆନ୍ସର ଏହା କ୍ରମାଗତ ତୃତୀୟ ପରାଜୟ । ଘରୋଇ ପଡ଼ିଆରେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଜିତି ପାରିନଥିଲା । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇର ୧୨୬ ରନର ଟାର୍ଗେଟକୁ ରାଜସ୍ଥାନ ୧୫.୩ ଓଭରରେ ୪ ୱିକେଟ ହରାଇ ହାସଲ କରିନେଇଥିଲା।

ବିରାଟଙ୍କ ମହାନତା: ରିଙ୍କୁ ସିଂହଙ୍କୁ ବ୍ୟାଟ ଦେଲେ ଉପହାର

ରାଜସ୍ଥାନ ପକ୍ଷରୁ ରିଆନ ପରାଗ ଚମତ୍କାର ଇନିଂସ ଖେଳିଥିଲେ । ରିୟାନ୍ ୩୯ ବଲରୁ ୫୪ ରନ୍ କରିଥିବା ବେଳେ ଇନିଂସ୍ ସମୟରେ ରିୟାନ୍ ୫ ଚୌକା ଓ ୩ ଛକା ମାରିଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆକାଶ ମାଧୱାଲ ୩ଟି ୱିକେଟ୍ ନେଇଥିଲେ । ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲା । ଏହାପରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୧୨୫ ରନ୍ କରିପାରିଥିଲା । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ବ୍ୟାଟିଂ କରି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୩୪ ଓ ତିଲକ ବର୍ମା ୩୨ ରନ୍ କରିଥିଲେ । ଏହାବ୍ୟତୀତ ଟିମ୍ ଡେଭିଡ୍ ୧୭ ଓ ଇଶାନ କିଶନ ୧୬ ରନ୍ କରିଥିଲେ । ଏହି ମ୍ୟାଚରେ ମୁମ୍ବାଇର ୩ ଜଣ ବ୍ୟାଟ୍ସମ୍ୟାନ୍ ଖାତା ନ ଖୋଲି ଆଉଟ୍ ହୋଇଥିଲେ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hardik-led | Argus News