Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

IPLରେ ଖାତା ଖୋଲିପାରିନି MI, ସରିୟସ ନୁହନ୍ତି କି ଖେଳାଳି !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
IPLରେ ଖାତା ଖୋଲିପାରିନି MI, ସରିୟସ ନୁହନ୍ତି କି ଖେଳାଳି !

ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ୧୮ ତମ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ଏପର୍ଯ୍ୟନ୍ତ ବିଜୟ ଖାତା ଖୋଲିନାହିଁ। ଶନିବାର ଦିନ, ଆଇପିଏଲ୍ ୨୦୨୫ର ନବମ ମ୍ୟାଚ୍‌ରେ ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ୩୬ ରନ୍‌ରେ ମୁମ୍ବାଇକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଗୁଜୁରାଟ ପ୍ରଥମେ ବ୍ୟାଟିଂ କରି ୧୯୬ ରନ୍ କରିଥିବା ବେଳେ ମୁମ୍ବାଇ ୧୯୭ ରନ୍‌ର ବିଜୟ ଲକ୍ଷ ନେଇ ମଇଦାନକୁ ଓହ୍ଲାଇଥିଲା । ହେଲେ ଦଳ ୧୬୦ ରନ୍‌ରେ ସୀମିତ ରହିଥିଲା । ଦଳ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ୪୮ ରନ ଓ ତିଳକ ବର୍ମା ୩୯ ରନ କରିଥିଲେ । ଗୁଜରାଟ ପକ୍ଷରୁ ମହମ୍ମଦ ସିରାଜ ଓ ପ୍ରସିଦ୍ଧ ବର୍ମା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଗୁଜରାଟ ପକ୍ଷରୁ ସାଇ ସୁଦର୍ଶନ ସର୍ବାଧିକ ୬୩ ରନ କରିଥିବା ବେଳେ ଶୁଭମନ ଗିଲ୍ ୩୮ ରନ ଓ ଜସ୍ ବଟଲର ୩୯ ରନ କରିଥିଲେ । ଦଳର ପ୍ରଥମ ତିନିଜଣ ବ୍ୟାଟ୍ସମ୍ୟାନଙ୍କୁ ଭଲ ପ୍ରଦର୍ଶନ ବଳରେ ଗୁଜରାଟ ଏକ ବଡ଼ ସ୍କୋର ଆଡକୁ ଅଗ୍ରସର ହେଉଥିଲା । କିନ୍ତୁ ମଧ୍ୟକ୍ରମ ଓ ନିମ୍ନକ୍ରମ ବ୍ୟାଟ୍ସମ୍ୟାନଙ୍କ ଖରାପ ପ୍ରଦର୍ଶନ ଯୋଗୁଁ ଦଳ ୨୦୦ ଟପିପାରିନଥିଲା ଓ ୧୯୬ ରନରେ ହିଁ ସୀମିତ ରହିଯାଇଥିଲା ।

ତେବେ ମ୍ୟାଚ୍ ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ନିଜେ ପରାଜୟର ସବୁଠାରୁ ବଡ କାରଣ କହିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ସ୍ୱୀକାର କରିଛନ୍ତି ଯେ, ତାଙ୍କ ଦଳ ଅନେକ ଭୁଲ କରିଛି ଏବଂ ବୃତ୍ତିଗତ ମନୋଭାବ ଦେଖାଇ ନାହିଁ। ଯେଉଁ କାରଣରୁ ଆମେ ବୋଧହୁଏ 20-25 ରନ୍ ହରାଇଥିଲୁ। ଗୁଜୁରାଟ ଟାଇଟାନ୍ସ ଓପନର୍ ପାୱାରପ୍ଲେର ସଠିକ୍ ଫାଇଦା ଉଠାଇଥିଲେ । ସେମାନେ ରିସ୍କ ସଟ୍ ଖେଳିନଥିଲେ, ସେମାନେ ବହୁ ରନ୍ ସ୍କୋର କରିଥିଲେ ଏବଂ ଏହା ଆମକୁ ବ୍ୟାକଫୁଟରେ ରଖିଥିଲା।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ପ୍ରାରମ୍ଭିକ ପର୍ଯ୍ୟାୟ। କିନ୍ତୁ ଆମ ବ୍ୟାଟ୍ସମ୍ୟାନ୍ ମାନଙ୍କୁ ମଧ୍ୟ ଭଲ ପ୍ରଦର୍ଶନ କରିବାକୁ ପଡିବ। ଆଶା କରୁଛି ସେମାନେ ଶୀଘ୍ର ତାହା କରିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hardik Pandya Disaster Continues To Sink Mumbai Indians! | Argus News