Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ହାର୍ଦ୍ଦିକଙ୍କ ଜୀବନରେ କିଏ ମାହିକା ଶର୍ମା?

Ritu Das
Browse all articles by Ritu Das
·10 months ago·2 min read
ହାର୍ଦ୍ଦିକଙ୍କ ଜୀବନରେ କିଏ ମାହିକା ଶର୍ମା?

Key Points

ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ନିକଟରେ ହେୟାର କଲରକୁ ନେଇ ବେଶ ଚର୍ଚ୍ଚାରେ ଥିଲେ ପାଣ୍ଡ୍ୟା।

ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ନିକଟରେ ହେୟାର କଲରକୁ ନେଇ ବେଶ ଚର୍ଚ୍ଚାରେ ଥିଲେ ପାଣ୍ଡ୍ୟା। ହାର୍ଦ୍ଦିକ ବର୍ତ୍ତମାନ ଏସିଆ କପରେ ବ୍ୟସ୍ତ ଅଛନ୍ତି। ନିକଟରେ ଏସିଆ କପ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ବିପକ୍ଷରେ ଭଲ ପ୍ରଦର୍ଶନ କରିଛନ୍ତି। ଜଣେ ଭଲ ବ୍ୟାଟ୍ସମ୍ୟାନ ଏବଂ ଜଣେ ଭଲ ବୋଲର ମଧ୍ୟ। ପାକିସ୍ତାନ ବିପକ୍ଷରେ ଭଲ ବୋଲିଂ କରି ଗୋଟିଏ ଓ୍ବିକେଟ ନେବାକୁ ସମର୍ଥ ହୋଇଥିଲେ। ପ୍ରକାଶ ଥାଉ କି, ହାର୍ଦ୍ଦିକ ପାଣ୍ଡ୍ୟା ୨୦୨୦ ମସିହା ମେ' ୩୧ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେହି ବର୍ଷ ଜୁଲାଇ ୩୦ ତାରିଖରେ ହାର୍ଦ୍ଦିକ ନତାଶାଙ୍କ ପୁଅ ଅଗସ୍ତ୍ୟ ଜନ୍ମଗ୍ରହଣ କରିଥିଲେ।


କିନ୍ତୁ ବିବାହର ୪ବର୍ଷ ପରେ ନତାଶା ଏବଂ ହାର୍ଦ୍ଦିକ କୌଣସି କାରଣରୁ ଅଲଗା ହେବାର ନିଷ୍ପତ୍ତି ନେଇଥିଲେ। ୨୦୨୪ ମସିହାରେ ଉଭୟ ଛାଡ଼ପତ୍ର ଘୋଷଣା କରିଥିଲେ। ଏହାପରେ ପାଣ୍ଡ୍ୟାଙ୍କ ନାଁରେ ଆଉ ଜଣେ ଝିଅ ଏଣ୍ଟ୍ରି କରିଥିବା ଶୁଣିବାକୁ ମିଳିଥିଲା। ତାଙ୍କ ନାଁ ହେଲା ଜସ୍ମିନ ଓ୍ବାଲିଆ। କିନ୍ତୁ କିଛିଦିନ ହେଲା ତାଙ୍କ ସହ ବ୍ରେକଅପ୍‌ ହୋଇଥିବା ଖବର ଜଣାପଡ଼ିଥିଲା। କିନ୍ତୁ ଏବେ କିଛି ରିପୋର୍ଟରେ କୁହାଯାଉଛି କି ହାର୍ଦ୍ଦିକଙ୍କ ଲାଇଫରେ ଆଉ ଜଣେ ରୁମର୍ଡ ଗର୍ଲଫ୍ରେଣ୍ଡଙ୍କ ଏଣ୍ଟ୍ରି ହୋଇଛି। ସେ ଜଣେ ମଡେଲ ଏବଂ ଅଭିନେତ୍ରୀ ମଧ୍ୟ। ଶୁଣାଯାଉଛି କି ସେ ମଡେଲ ମାହିକା ଶର୍ମାଙ୍କୁ ଡେଟ କରୁଛନ୍ତି। ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି। ମାହିକା ଶର୍ମା ଜଣେ ଫେମସ ମଡେଲ। ସେ ବଡ଼ ବଡ଼ ଫ୍ୟାସନ ଡିଜାଇନରଙ୍କ ପାଇଁ ରାମ୍ପ ଓ୍ବାର୍କ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ହାର୍ଦ୍ଦିକ ପାଣ୍ଡ୍ୟା ୧୧ ଅକ୍ଟୋବର ୧୯୯୩ରେ ଗୁଜରାଟ୍‌ର ସୁରତରେ ଜନ୍ମଗ୍ରହଣ କରିଥିଲେ। ସେ ଭାରତୀୟ କ୍ରିକେଟ୍‌ରେ ଜଣେ ଆଲ୍-ରାଉଣ୍ଡର୍ ଭାବେ ପରିଚିତ। ସେ ଡାହାଣ ହାତରେ ବ୍ୟାଟିଂ କରନ୍ତି ସହ ମଧ୍ୟମ ଗତିରେ ବୋଲିଂ କରନ୍ତି। ସେ ୨୦୧୬ ମସିହାରେ ଅଷ୍ଟ୍ରେଲିଆ ବିରୋଧରେ T20 ମ୍ୟାଚ୍‌ରେ ଭାରତ ପାଇଁ ଡେବ୍ୟୁ କରିଥିଲେ। ପରେ ସେ ODI ଏବଂ ଟେଷ୍ଟ କ୍ରିକେଟ୍‌ରେ ମଧ୍ୟ ଡେବ୍ୟୁ କରି ଇଣ୍ଡିଆ ଟିମର ଜଣେ ଅଂଶ ହୋଇଥିଲେ। IPL (ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍) ରେ ସେ ୨୦୧୫ରୁ ମୁମ୍ବାଇ ଇଣ୍ଡିଆନ୍‌ସ ପାଇଁ ଖେଳିଥିଲେ ଏବଂ ସେହି ଦଳକୁ ବହୁଥର IPL ଟ୍ରଫି ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ୨୦୨୨ ମସିହାରେ ସେ ଗୁଜରାଟ୍ ଟାଇଟାନ୍ସ ଦଳର କ୍ୟାପଟେନ ହୋଇଥିଲେ। ଗୁଜରାଟ ଟାଇଟାନ୍ସର ପ୍ରଥମ ସିଜନରେ ହିଁ ଦଳକୁ ଆଇପିଏଲ ଟ୍ରଫି ଜିତାଇବାରେ ସକ୍ଷମ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ତାଙ୍କର ଆକ୍ରାମକ ବ୍ୟାଟିଂ, ଫିନିସିଂ କ୍ଷମତା, ଏବଂ ସାହସିକ କ୍ୟାପଟେନ୍ସି ପାଇଁ ପରିଚିତ।

Sponsored
Who is Maahika Sharma in Hardik Pandya’s Life? | Argus News | Argus News