୪ ବର୍ଷ ପରେ ଅଲଗା ହେଲେ ହାର୍ଦ୍ଦିକ-ନତାଶା

ଅର୍ଗସ ବ୍ୟୁରୋ: ଅଲଗା ହେଲେ ହାର୍ଦ୍ଦିକ-ନତାଶା। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ନତାଶା ଏହି ସୂଚନା ଦେଇଛନ୍ତି। କଥାରେ ଅଛି ଯେତେବେଳେ ଦୁଃଖ ଆସେ ବନ୍ଧୁ ବାନ୍ଧବ ସମସ୍ତଙ୍କୁ ସାଥୀରେ ନେଇ ଆସେ। ଠିକ ସେମିତି ହାର୍ଦ୍ଦିକଙ୍କ ଜୀବନରେ ଦୁଃଖର ଛାଇ ଖେଳିଯାଇଛି ।ପାଣ୍ଡ୍ୟା ଏବଂ ନତାଶାଙ୍କ ଛାଡପତ୍ର ଖବର ଦୀର୍ଘ ଦିନ ଧରି ଚାଲିଥିଲା। କିନ୍ତୁ ବର୍ତ୍ତମାନ ଉଭୟ ନିଶ୍ଚିତ କରିଛନ୍ତି। ଗୋଟେ ପଟେ ତାଙ୍କ ସ୍ତ୍ରୀଙ୍କ ଠାରୁ ଛାଡପତ୍ର ଅନ୍ୟପଟେ କ୍ୟାପଟେନସିପ୍ ବି ଗଲା। ଟି-୨୦ରେ ଟିମ ଇଣ୍ଡିଆର ଅଧିନାୟକ ହୋଇଛନ୍ତି ସୂର୍ଯ୍ୟ କୁମାର ଯାଦବ। ପୂର୍ବରୁ ରୋହିତଙ୍କ ସ୍ଥାନ ହାର୍ଦ୍ଦିକ ପାଣ୍ଡ୍ୟା ନେବେ ବୋଲି କୁହାଯାଉଥିଲା। ହେଲେ ବିସିସିଆଇ ସୂର୍ଯ୍ୟ କୁମାରଙ୍କୁ କ୍ୟାପ୍ଟେନ କରିଛି। ତେବେ ଏ ଖବର ହାର୍ଦ୍ଦିକଙ୍କ ଫ୍ୟାନ୍ସଙ୍କୁ ଦୁଃଖ ଦେଇଛି।ନତାଶା ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି ଯେ, ଉଭୟ ପାରସ୍ପରିକ ସମ୍ମତି ସହିତ ଅଲଗା ହୋଇଯାଇଛନ୍ତ। ହାର୍ଦ୍ଦିକ ଏବଂ ନତାଶା ୨୦୨୦ରେ ବିବାହ କରିଥିଲେ। କିନ୍ତୁ ବର୍ତ୍ତମାନ ପ୍ରାୟ ୪ ବର୍ଷ ପରେ ଦୁହେଁ ଅଲଗା ହୋଇଯାଇଛନ୍ତି । ନତାଶା ତାଙ୍କ ପୋଷ୍ଟରେ ପୁଅ ଅଗସ୍ତ୍ୟଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି।
ଇନଷ୍ଟାଗ୍ରାମରେ ନତାଶା ଏକ ପୋଷ୍ଟ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ପ୍ରାୟ ୪ ବର୍ଷ ପରେ ହାର୍ଦ୍ଦିକ ଏବଂ ମୁଁ ପାରସ୍ପରିକ ସହମତିରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଆମେ ଦୁହେଁ ଏକାଠି ରହି ନିଜର ଶ୍ରେଷ୍ଠତ୍ୱ ଦେଇଥିଲୁ । କିନ୍ତୁ ବର୍ତ୍ତମାନ ଆମ ଦୁହେଁ ଜଣଙ୍କର ଏହି ନିଷ୍ପତ୍ତି। ଏହା ଆମ ପାଇଁ ବହୁତ କଷ୍ଟସାଧ୍ୟ ନିଷ୍ପତ୍ତି ଥିଲା । ଅଗସ୍ତ୍ୟ ଆମର ଉଭୟ ଜୀବନର ଏକ ଅଂଶ ହୋଇ ରହିବ । ଆମେ ଦୁହେଁ ତାଙ୍କୁ ସମସ୍ତ ସମ୍ଭାବ୍ୟ ସୁଖ ଦେବାକୁ ଚେଷ୍ଟା କରିବୁ ।ହାର୍ଦ୍ଦିକ ଏବଂ ନତାଶା ଇନଷ୍ଟାଗ୍ରାମରେ ସମାନ ପୋଷ୍ଟ ଶେୟାର କରିଛନ୍ତି।
ଅଧିକ ପଢ଼ନ୍ତୁ ଖେଳ ଖବର: