ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଠାରୁ ୪କୋଟି ୩୦ ଲକ୍ଷ ଟଙ୍କା ଠକେଇ

ଅର୍ଗସ ବ୍ୟୁରୋ: ଟିମ୍ ଇଣ୍ଡିଆ କ୍ରିକେଟର ତଥା ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା ଠକେଇର ଶିକାର । ତାଙ୍କ ଠାରୁ ୪କୋଟି ୩୦ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ତାଙ୍କ ସାବତ ଭାଇ ବୈଭବ ପାଣ୍ଡ୍ୟାଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ । କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା ଓ ତାଙ୍କ ସାବତ ଭାଇ ବୈଭବ ମିଶି ତିନିବର୍ଷ ତଳେ ଏକ ପଲିମର ଫାର୍ମ କରିଥିଲେ । ଏଥିରେ ହାର୍ଦ୍ଦିକ ଓ କ୍ରୁନାଲଙ୍କ ୪୦ ପ୍ରତିଶତ ଲେଖାଏଁ ଅଂଶଧନ ଥିବା ବେଳେ ବୈଭବଙ୍କ ୨୦ ପ୍ରତିଶତ ଅଂଶଧନ ରହିଥିଲା ।
କିନ୍ତୁ ବୈଭବ ଚଞ୍ଚକତା କରି ପ୍ରାୟ ୪କୋଟି ୩୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି । ଘଟଣାର ତଦନ୍ତ କରି ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା ବୈଭବଙ୍କୁ ଗିରଫ କରିଛି । ଏନେଇ କିନ୍ତୁ ହାର୍ଦ୍ଦିକ କିମ୍ବା କ୍ରୁନାଲ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି । ହାର୍ଦ୍ଦିକ ଏବେ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ ଥିବା ବେଳେ କ୍ରୁନାଲ ଲକ୍ଷ୍ମୌ ସୁପର ଜାଏଣ୍ଟସ ପାଇଁ ଖେଳୁଛନ୍ତି ।
ଅଧିକ ପଢ଼ନ୍ତୁ ଖେଳ ଖବର:
📱 Get Argus News App
✨