Hardik Mahika statement / ହାର୍ଦ୍ଦିକ କହିଲେ, "ମାହିକା ବଦଳାଇଦେଲେ ମୋ ଜୀବନ"...ମାହିକା କହିଲେ "ତୁମେ ମୋ କିଙ୍ଗ"
·7 months ago·3 min read

Key Points
ହାର୍ଦ୍ଦିକ ଆଗକୁ କହିଥିଲେ, "ମୁଁ ମୋ ପାର୍ଟନରଙ୍କୁ ଏଥିପାଇଁ ସ୍ପେଶାଲି ମେନ୍ସନ କରିବାକୁ ଚାହୁଁଛି। ସେ ଯେବେ ଠୁ ମୋ ଜୀବନରେ ଆସିଛନ୍ତି ମୋ ସହ ସବୁ ଭଲ ହେଉଛି। ବହୁତ ସାରା ଧନ୍ୟବାଦ କହିଛନ୍ତି। କିନ୍ତୁ ମାହିକାଙ୍କ ନାଁ କହିନାହାନ୍ତି।
ମଙ୍ଗଳବାର ଥିଲା କଟକ ବାରବାଟୀ ଷ୍ଟାଡିୟମରେ ଭାରତର ହାଇଭୋଲଟେଜ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ। ଏହି ମ୍ୟାଚରେ ଭାରତୀୟ ଟିମର ଖେଳାଳି ଜବରଦସ୍ତ ପ୍ରଦର୍ଶନ କରିଥିଲେ। କାଲି ବାରବାଟୀରେ ଚମକିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ଧୂଆଁଧାର ବ୍ୟାଟିଂ କରି ୨୮ ବଲରେ ୫୯ ରନ କରି ଅପରାଜିତ ଥିଲେ। ଛଅଟି ଚୌକା ସହ ଚାରୋଟି ଛକା ମାରି ଦର୍ଶକଙ୍କୁ ଖୁବ ଏଣ୍ଟରଟେନ କରିଥିଲେ। ହାର୍ଦ୍ଦିକଙ୍କ ପ୍ଲେୟାର ଅଫ ଦି ମ୍ୟାଚରେ ପୁରସ୍କୃତ କରାଯାଇଥିଲା। ଅନ୍ୟପକ୍ଷେ ହାର୍ଦ୍ଦିକ ଏହି ମୁକାବିଲାରେ ଟି-୨୦ କ୍ୟାରିୟରରେ ୧୦୦ତମ ଛକା ମାରିଥିଲେ।
ଏସିଆକପରେ ହାର୍ଦ୍ଦିକ କ୍ବାଣ୍ଡ୍ରିସେପ୍ସ ମାନେ ଜଂଘରେ ଥିବା ମାଂସପେଶୀରେ ଆଘାତ ପାଇଥିଲେ। ସେଥିପାଇଁ ୨ମାସ ହେଲା ପାଣ୍ଡ୍ୟା ସୁସ୍ଥ ହେବାକୁ କ୍ରିକେଟରେ ଦୂରରେ ଥିଲେ। ଗତକାଲି କଟକରେ ପାଣ୍ଡ୍ୟାଙ୍କର ପ୍ରଥମ ମ୍ୟାଚ ଥିଲା। ଆଉ ଏଥିରେ ସେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ। ପାଣ୍ଡ୍ୟା ମ୍ୟାଚ ସରିବା ପରେ ତାଙ୍କ ଆଘାତ ସମସ୍ୟାକୁ ନେଇ ମଧ୍ୟ ଖୋଲିକି କହିଥିଲେ। ବିସିସିଆଇ ଏହାକୁ ନେଇ ଏକ ଭିଡିଓ ମଧ୍ୟ ଶେୟାର କରିଛି।
ଏହାସହ ପଢ଼ନ୍ତୁ: ମାହିକାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ, ଓଡ଼ିଶାରେ ଥାଇ ସୋସିଆଲ ମିଡିଆ ଉପରେ ବର୍ଷିଲେ ହାର୍ଦ୍ଦିକ
ପାଣ୍ଡ୍ୟା କହିଥିଲେ ଯେ, ଏମିତି ବହୁବାର ଆପଣ ଦେଖିଥିବେ ଯେତେବେଳେ ଆପଣ ଆହତ ହୋଇଥିବେ ତାହା ବାରମ୍ବାର ତୁମର ପରୀକ୍ଷା ନେଉଥିବ। ମାନସିକ ସ୍ଥିତି ମଧ୍ୟ ଠିକ ରୁହେନି ବାରମ୍ବାର ଲାଗେ ଯେ, ମୁଁ ଆଉଥରେ ପ୍ରତ୍ୟାବର୍ତ୍ତନ କରିପାରିବି ତ? ଏଥିପାଇଁ ମୋ ପ୍ରିୟଜନଙ୍କୁ ଧନ୍ୟବାଦ ଦେବାକୁ ଚାହିଁବି। ଯେଉଁମାନେ ମୋତେ ବହୁତ ସପୋର୍ଟ କରିଛନ୍ତି।
ଏଭଳି କହିସାରିବାପରେ ତୁରନ୍ତ ହାର୍ଦ୍ଦିକ ଆଗକୁ କହିଥିଲେ, "ମୁଁ ମୋ ପାର୍ଟନରଙ୍କୁ ଏଥିପାଇଁ ସ୍ପେଶାଲି ମେନ୍ସନ କରିବାକୁ ଚାହୁଁଛି। ସେ ଯେବେ ଠୁ ମୋ ଜୀବନରେ ଆସିଛନ୍ତି ମୋ ସହ ସବୁ ଭଲ ହେଉଛି। ବହୁତ ସାରା ଧନ୍ୟବାଦ କହିଛନ୍ତି। କିନ୍ତୁ ମାହିକାଙ୍କ ନାଁ କହିନାହାନ୍ତି।
ମାହିକା ଦେଲେ ହାର୍ଦ୍ଦିକଙ୍କ ଭିଡିଓର ପ୍ରତିକ୍ରିୟା
BCCI ଦ୍ବାରା ଜାରି ହୋଇଥିବା ହାର୍ଦ୍ଦିକଙ୍କ ଏହି ଭିଡିଓରେ ପାଣ୍ଡ୍ୟାଙ୍କ ଗର୍ଲଫ୍ରେଣ୍ଡ ମାହିକା ଶର୍ମା କ୍ୟୁଟ ପ୍ରତିକ୍ରିୟା ଦେଇଛନ୍ତି। ତେବେ ଏହି କଥାରୁ ସ୍ପଷ୍ଟ ହେଉଛି ଯେ, ଦୁହେଁ ଖୁବ ନିକଟତର ସମ୍ପର୍କରେ ଅଛନ୍ତି। ମାହିକା ବିସିସିଆଇର ଏହି ପୋଷ୍ଟରେ ଏକ ଇମୋଜୀ ଶେୟାର କରିଛନ୍ତି। ଆଉ ଲେଖିଛନ୍ତି ତୁମ ଭଳି କେହି ନାହାନ୍ତି ରାଜା। ନିକଟରେ ହାର୍ଦ୍ଦିକ-ମାହିକାଙ୍କୁ ବହୁ ସ୍ଥାନରେ ଏକାଠି ଦେଖାଯାଇଛି। ସେପଟେ ହାର୍ଦ୍ଦିକ ବି ମାହିକାଙ୍କ ସହ ବହୁ ସାରା ଫଟୋ ଶେୟାର କରିଛନ୍ତି। କିଛି ୟୁଜର୍ସ ମଧ୍ୟ ଏହି କମେଣ୍ଟକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି। ତୁମେ ଦ୍ବିତୀୟ ବିବାହ କଲେ କୌଣସି ଅସୁବିଧା ନାହିଁ ତୁମେ ଟିମ ଇଣ୍ଡିଆ ପାଇଁ ଏମିତି ଖେଳୁଥାଅ।
ଏହାସହ ପଢ଼ନ୍ତୁ: ବାରବାଟୀରେ ଟିମ୍ ଇଣ୍ଡିଆର 'ବିରାଟ ବିଜୟ', ଶତକ ହାସଲ କଲେ ହାର୍ଦ୍ଦିକ-ବୁମରା
ମାହିକା ଶର୍ମା କିଏ?
ମାହିକା ଶର୍ମା ହେଉଛନ୍ତି ଜଣେ ଫେମସ ଅଭିନେତ୍ରୀ। ସେ ବହୁ ବଡ଼ ବଡ଼ ଫ୍ୟାସନ ଡିଜାଇନର୍ସଙ୍କ ପାଇଁ ରାମ୍ପ ଓ୍ବାକ କରିଛନ୍ତି। ଏହାବ୍ୟତୀତ ସେ ବହୁ ମ୍ୟୁଜିକ ଭିଡିଓ ଏବଂ କ୍ଷୁଦ୍ର ଚଳଚ୍ଚିତ୍ରରେ କାମ କରିଛନ୍ତି। ବହୁ ବଡ଼ ବଡ଼ ବ୍ରାଣ୍ଡ ସହ କାମ କରିଛନ୍ତି। ଇଣ୍ଡିଆନ ଫ୍ୟାସନ ଆଓ୍ବାର୍ଡରେ ମଡେଲ ଅଫ ଦି ଇୟର ବି ମାହିକା ହୋଇଛନ୍ତି। ମାହିକାଙ୍କ ପୂର୍ବରୁ ହାର୍ଦ୍ଦିକଙ୍କ ନାଁ ଜସ୍ମିନ ଓ୍ବାଲିଆଙ୍କ ସହ ବି ଯୋଡା ହୋଇଥିଲା।
ପ୍ରକାଶ ଥାଉ କି, ମଡେଲ ନତାଶା ଷ୍ଟାନକୋଭିକଙ୍କୁ ହାର୍ଦ୍ଦିକ ୨୦୨୦ ମସିହା ମେ' ୩୧ରେ ବିବାହ କରିଥିଲେ। ସେହିବର୍ଷ ଜୁଲାଇ ୩୦ରେ ନତାଶା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ଯାହାର ନାଁ ହେଲା ଅଗସ୍ତ୍ୟ। ଦୀର୍ଘ ୪ ବର୍ଷ ପରେ ୨୦୨୪ ମସିହାରେ ନତାଶା ଏବଂ ହାର୍ଦ୍ଦିକଙ୍କର ବିବାହ ଭାଙ୍ଗିଯାଇଥିଲା। କୌଣସି କାରଣରୁ ଦୁହେଁ ଅଲଗା ହୋଇଯାଇଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories