Videos
|
Sports

ଫିଲ୍ଡିଂ କରିବାକୁ ଲଙ୍ଗ ଅନ ପଠାଇଲେ ହାର୍ଦ୍ଦିକ: ସ୍ତବ୍ଧ ହୋଇ ଅନାଇଲେ ରୋହିତ

Ritu Das
Browse all articles by Ritu Das
·2 years ago·2 min read
ଫିଲ୍ଡିଂ କରିବାକୁ ଲଙ୍ଗ ଅନ ପଠାଇଲେ ହାର୍ଦ୍ଦିକ: ସ୍ତବ୍ଧ ହୋଇ ଅନାଇଲେ ରୋହିତ

ଅର୍ଗସ ବ୍ୟୁରୋ: ଘର ମାନେ ପାଣ୍ଡ୍ୟାଙ୍କ ଘର ଗୁଜରାଟ। କ୍ୟାପଟେନ ହେଲେ କିନ୍ତୁ ଗୁଜରାଟ ବାସୀଙ୍କୁ ଧୋକା ଦେଲେ ଆଉ ପୁଣି ରୋହିତଙ୍କ କ୍ୟାପଟେନ୍ସି ଛଡ଼ାଇନେଲେ। ରୋହିତଙ୍କୁ ଲଙ୍ଗଅନକୁ ପଠାଇବା ଏବେ ହାର୍ଦ୍ଦିକଙ୍କ ପାଇଁ ମହଙ୍ଗାପଡ଼ିଛି। ଗୋଟିଏପଟେ ଋତୁରାଜ ଗାଏକ୍ବାଡଙ୍କ କଥା କହିବା ଚେନ୍ନାଇ ଏକ୍ସ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀଙ୍କୁ ଏବେବି ପରୋକ୍ଷରେ ଦଳର ନିର୍ଣ୍ଣୟ ନେବାରେ ସାହାଯ୍ୟ ମାଗୁଛନ୍ତି। ସେପଟେ ଆମେ ଆରସିବିର କ୍ୟାପଟେନଙ୍କ କଥା ମଧ୍ୟ କହିପାରିବା ଯିଏ ଏବେବି ବିରାଟ କୋହଲିଙ୍କୁ ଡିସିସନ ନେବାରେ ସାହାଯ୍ୟ ମାଗନ୍ତି। କିନ୍ତୁ ଗତକାଲି ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ଏମଆଇ ପୂର୍ବତନ କ୍ୟାପଟେନ ରୋହିତ ଶର୍ମାଙ୍କ ପ୍ରତି ବ୍ୟବହାରକୁ ନେଇ ଟ୍ରୋଲ ହେବାରେ ଲାଗିଛନ୍ତି। 

ନରେନ୍ଦ୍ର ମାଦୀ ଷ୍ଟାଡିୟମରେ ୨୦୨୪ ଆଇପିଏଲ ମ୍ୟାଚ ରବିବାର ଅନୁଷ୍ଠିତ ହୋଇଯାଇଛି। ଗତକାଲି ସନ୍ଧ୍ୟାରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସର ଏକ୍ସାଇଟେଡ ମ୍ୟାଚ ଥିଲା। ଏହି ମ୍ୟାଚରେ ଗିଲଙ୍କ କ୍ୟାପଟେନ୍ସି ରଙ୍ଗ ଆଣିଥିଲା। ଗୁଜରାଟ ଟିମ ୬ ରନରେ ମ୍ୟାଚ ଜିତିଯାଇଥିଲା। କାଲିର ମ୍ୟାଚରେ କିଛି ଏମିତି ଘଟଣା ଘଟିଛି ଯାହା ଆଜି ସେସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। 

୨୦୨୪ ସିଜନ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ କ୍ୟାପଟେନ ପଦରୁ ହଟାଇବା ପରେ କ୍ରିକେଟ ଜଗତକୁ ଚକିତ କରି ଦେଇଥିଲା। ରୋହିତ ତାଙ୍କ ନେତୃତ୍ବରେ ଟିମକୁ ୫ଟି ଆଇପିଏଲ ଟାଇଟଲ ଜିତାଇଛନ୍ତି। ତେବେ ଗୁଜରାଟରୁ ମୁମ୍ବାଇକୁ ଫେରିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାପଟେନ ଭାବରେ ନିଯୁକ୍ତ କରାଯାଇଥିଲା। ଯେଉଁଥିରେ ପୁରା କ୍ରିକେଟଫ୍ୟାନ ଦୁଃଖୀ। 

ମୁମ୍ବାଇର ଏହି ନିଷ୍ପତ୍ତି ସୋସିଆଲ ମିଡିଆରେ ଫ୍ୟାନଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ସୃଷ୍ଟି କରିଥିଲା। ଅନେକ ମୁମ୍ବାଇ ସମର୍ଥକ ପ୍ରାଞ୍ଚାଇଜର ଖୁସି ନ ଥିଲେ। ଚଳିତ ସିଜନ ପ୍ରଥମ ମ୍ୟାଚରେ ଅହମ୍ମଦାବାଦରେ ହାର୍ଦ୍ଦିକଙ୍କ ବ୍ୟବହାର ସମସ୍ତଙ୍କୁ କହିବାକୁ ସୁଯୋଗ ଦେଉଛି।  ବାରମ୍ବାର ରୋହିତଙ୍କୁ ବର୍ତ୍ତମାନର କ୍ୟାପଟେନ ଦୀର୍ଘ ସମୟ ଧରି ଲଙ୍ଗ ଅନରେ ଫିଲ୍ଡିଂ କରିବାକୁ କହିଥିଲେ। ଇଭେଣ୍ଟ ଗୁଡ଼ିକର ସମାନ କ୍ରମରେ ହାର୍ଦ୍ଦିକ ରୋହିତଙ୍କ ଫିଲ୍ଡିଂ ପୋଜିସନକୁ ଏକାଧିକ ଥର ପରିବର୍ତ୍ତନ କରୁଥିବା ଦେଖିବାକୁ ମିଳିଥିଲା। ଏହି କ୍ଲିପଟି ଇଣ୍ଟରନେଟରେ ଏବେ ଭାଇରାଲ ହେଉଛି। ସବୁଠି ପାଣ୍ଡ୍ୟାଙ୍କୁ ନେଇ ଲୋକେ ଅହଙ୍କାରୀ ବୋଲି କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର