Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

୪ ଲକ୍ଷ ଭରଣପୋଷଣକୁ ନେଇ ଖୁସି ନାହାନ୍ତି ହସିନ

Banajyotshna Ray
Browse all articles by Banajyotshna Ray
·1 year ago·1 min read
୪ ଲକ୍ଷ ଭରଣପୋଷଣକୁ ନେଇ ଖୁସି ନାହାନ୍ତି ହସିନ

Key Points

୪ ଲକ୍ଷ ଟଙ୍କା ଭରଣପୋଷଣକୁ ନେଇ ଖୁସି ନାହାନ୍ତି ଶାମିଙ୍କ ପତ୍ନୀ
ମୁଁ ୧୦ ଲକ୍ଷ ଡିମାଣ୍ଡ କରିଥିଲି

ଚର୍ଚ୍ଚାରେ ଭାରତୀୟ କ୍ରିକେଟ ଦଳର ବୋଲର ମହମ୍ମଦ ଶାମିଙ୍କ ପତ୍ନୀ। ଶାମି ମାସକୁ ଯେଉଁ ଟଙ୍କା ଦେଉଥିଲେ ତାଙ୍କ ପତ୍ନୀଙ୍କୁ, ସେ ସେତିକି ଚାହୁଁନଥିଲେ ବୋଲି କହିଛନ୍ତି। ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଯାହାକୁ ନେଇ ଶାମି ଓ ତାଙ୍କ ପତ୍ନୀ ହସିନ ଜାହାଁ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। କୋଲକତା ହାଇକୋର୍ଟ ହସିନଙ୍କ ଆବେଦନର ଶୁଣାଣି କରି କହିଛନ୍ତି ମହମ୍ମଦ ଶାମି ତାଙ୍କ ସ୍ତ୍ରୀ ଏବଂ ଝିଅଙ୍କୁ ମାସିକ ୪ ଲକ୍ଷ ଟଙ୍କା ଭରଣପୋଷଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ କୋର୍ଟର ଏହି ନିଷ୍ପତ୍ତି ଉପରେ ଶାମିଙ୍କ ପତ୍ନୀ ହସିନଙ୍କ ବୟାନ ଆସିଛି।

କହିବାକୁ ଗଲେ ମାର୍ଚ୍ଚ ୨୦୧୮ରେ ହସିନ ମହମ୍ମଦ ଶାମିଙ୍କ ଉପରେ ଘରୋଇ ହିଂସା, ମ୍ୟାଚ୍ ଫିକ୍ସିଂ ଏବଂ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖିବାର ଅଭିଯୋଗ ଲଗାଇଥିଲେ। କିନ୍ତୁ, ଏପର୍ଯ୍ୟନ୍ତ ଏହି ଅଭିଯୋଗ ଗୁଡ଼ିକ ମଧ୍ୟରୁ କିଛି ବି ପ୍ରମାଣିତ ହୋଇନାହିଁ। ଶାମି ଏହି ସମସ୍ତ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
କୋଲକତା ହାଇକୋର୍ଟଙ୍କ ନିର୍ଦ୍ଦେଶ ସମ୍ପର୍କରେ, ଭାରତୀୟ କ୍ରିକେଟର ମହମ୍ମଦ ଶାମିଙ୍କ ଠାରୁ ଅଲଗା ରହୁଥିବା ପତ୍ନୀ ହସିନ କହିଛନ୍ତି ଯେ "ଭରଣପୋଷଣର ପରିମାଣ ସ୍ୱାମୀଙ୍କ ଆୟ ଏବଂ ତାଙ୍କର ସାମାଜିକ ସ୍ଥିତି ଆଧାରରେ ସ୍ଥିର କରାଯାଏ।

ସୁପ୍ରିମକୋର୍ଟର କଠୋର ନିର୍ଦ୍ଦେଶ ଅନୁଯାୟୀ, ଜଣେ ସ୍ୱାମୀଙ୍କୁ ତାଙ୍କ ସ୍ତ୍ରୀ ଏବଂ ପିଲାମାନଙ୍କୁ ବିଳାସପୂର୍ଣ୍ଣ ଜୀବନଶୈଳୀ ଦେବାକୁ ପଡିବ ଯାହା ସେ ଉପଭୋଗ କରନ୍ତି। ତେଣୁ ଶାମିଙ୍କ ବିଳାସପୂର୍ଣ୍ଣ ଜୀବନଶୈଳୀକୁ ବିଚାର କରି, ମୁଁ ବିଶ୍ୱାସ କରେ ଯେ ୪ ଲକ୍ଷ ଟଙ୍କା ବହୁତ କମ୍। ଆମେ ପ୍ରଥମେ ୧୦ ଲକ୍ଷ ଟଙ୍କା ଦାବି କରିଥିଲୁ, ଏବଂ ତାହା ମଧ୍ୟ ସାତ ବର୍ଷ ଚାରି ମାସ ପୂର୍ବେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
hasin-jahan-is-not-satisfied-with-the-indian-rupee4-lakh-monthly-alimony-awarded-by-the-court-she-believes-its-insufficient-and-is-demanding-indian-rupee10-lakh | Argus News