Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ମ୍ୟାଚ ଗ୍ରାଉଣ୍ଡରେ ଥାଇ ପତ୍ନୀ ଅନୁଷ୍କାଙ୍କୁ ଫ୍ଲାଇଁ କିସ୍‌ ଦେଲେ

Ritu Das
Browse all articles by Ritu Das
·1 year ago·2 min read
ମ୍ୟାଚ ଗ୍ରାଉଣ୍ଡରେ ଥାଇ ପତ୍ନୀ ଅନୁଷ୍କାଙ୍କୁ ଫ୍ଲାଇଁ କିସ୍‌ ଦେଲେ

Key Points

ମ୍ୟାଚ ପରେ, କୋହଲି ଅନୁଷ୍କାଙ୍କୁ ‘ଫ୍ଲାଇଙ୍ଗ କିସ’ ଦେଇଥିଲେ

RCB ୧୪ ମ୍ୟାଚରେ ୯ମ ବିଜୟ ହାସଲ କରିଛି

ଏକାନାରେ ଗତକାଲିର ମ୍ୟାଚ ଫ୍ୟାନ୍ସଙ୍କ ହୃଦୟ ଜିତିଛି। ସମସ୍ତେ ଆରସିବି ଜିତିବାପରେ ବିରାଟ କୋହଲିଙ୍କ ଖୁସିର ସେଲିବ୍ରେଶନ ଦେଖିବାକୁ ଚାହିଁଛନ୍ତି। ଆଉ ସତରେ ସେ ମୋମେଣ୍ଟ ସତରେ ଏକ୍ସାଇଟିଙ୍ଗ ଥିଲା। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଲକ୍ଷ୍ନୌ ବିପକ୍ଷରେ ଐତିହାସିକ ବିଜୟ ହାସଲ କରି କ୍ୱାଲିଫାୟର ୧ରେ ନିଜର ସ୍ଥାନ ସୁରକ୍ଷିତ କରିଛି। ଲିଗ ପର୍ଯ୍ୟାୟରେ RCBର ଯାତ୍ରା ୨ ନମ୍ବରରେ ଶେଷ ହୋଇଛି। RCB ୧୪ ମ୍ୟାଚରେ ୯ମ ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ସ୍ତ୍ରୀ ଅନୁଷ୍କା ଦଳକୁ ଚିୟର କରିବା ପାଇଁ ଷ୍ଟାଡିୟମରେ ଉପସ୍ଥିତ ଥିଲେ।


ମ୍ୟାଚ ପରେ, କୋହଲି ତାଙ୍କୁ ‘ଫ୍ଲାଇଙ୍ଗ କିସ’ ଦେଇଥିଲେ, ଜବାବରେ ଅନୁଷ୍କା ମଧ୍ୟ ସେହିପରି କରିଥିଲେ, ଯାହାର ଭିଡିଓ ଭାଇରାଲ ହେଉଛି। ଅନୁଷ୍କା ସିଜିନର ପ୍ରାରମ୍ଭିକ ମ୍ୟାଚରେ ଷ୍ଟାଡିୟମକୁ ଆସୁ ନ ଥିଲେ, କିନ୍ତୁ IPL ପୁଣି ଆରମ୍ଭ ହେବା ପରଠାରୁ, ଅନୁଷ୍କା କୋହଲିଙ୍କ ସହିତ ଅଛନ୍ତି। ଏହି ମଧ୍ୟରେ, ଟେଷ୍ଟରୁ ଅବସର ନେବା ପରେ, କୋହଲି ଅନୁଷ୍କାଙ୍କ ସହିତ ବୃନ୍ଦାବନ ଯାଇଥିଲେ। ଅନୁଷ୍କା ଲକ୍ଷ୍ନୌରେ ଖେଳାଯାଇଥିବା RCBର ଦୁଇଟି ମ୍ୟାଚରେ ଷ୍ଟାଡିୟମରେ ପହଞ୍ଚିଥିଲେ। ଏହି ମ୍ୟାଚ ପୂର୍ବରୁ, ଉଭୟେ ଅଯୋଧ୍ୟା ପରିଦର୍ଶନ କରିବାକୁ ମଧ୍ୟ ଯାଇଥିଲେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବିରାଟ କୋହଲି ଲକ୍ଷ୍ନୌ ବିପକ୍ଷ ମ୍ୟାଚ୍‌ ଜିତିବା ପରେ ବହୁତ ଖୁସି ଥିଲେ। ଏହି ବିଜୟ ପରେ, କୋହଲି ମଧ୍ୟ ମଜା କରୁଥିବା ସମୟରେ ସିଡ଼ି ଦେଇ ତଳକୁ ଓହ୍ଲାଇବାର ଦେଖାଯାଇଥିଲା, ଯାହାକୁ ଦେଖି ଅନୁଷ୍କା ଶର୍ମା ମଧ୍ୟ ହସିବାକୁ ଲାଗିଲେ। ମ୍ୟାଚ ଶେଷ ହେବା ପରେ, ବିରାଟ କୋହଲି ପଡ଼ିଆରେ ଥିବାବେଳେ ସେ ଷ୍ଟାଣ୍ଡରେ ବସିଥିବା ଅନୁଷ୍କା ଶର୍ମାଙ୍କୁ ‘ଫ୍ଲାଇଂ କିସ’ ଦେଇଥିଲେ। ଅନୁଷ୍କା ମଧ୍ୟ ତାଙ୍କୁ ‘ଫ୍ଲାଇଂ କିସ’ ମଧ୍ୟ କରିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି। ବିରାଟ କୋହଲି ୧୦ ଚୌକା ସହାୟତାରେ ୩୦ ବଲରେ ୫୪ ରନ କରିଥିଲେ। ସେ ପ୍ରଥମ ଉଇକେଟ ପାଇଁ ଫିଲ ସଲ୍ଟଙ୍କ ସହିତ ୬୧ ରନର ପାର୍ଟନରସିପ କରିଥିଲେ। କୋହଲି RCB ପାଇଁ ୯୦୦୦ ରନ ମଧ୍ୟ ପୂରଣ କରିଥିଲେ, ସେ ଗୋଟିଏ ଫ୍ରାଞ୍ଚାଇଜ ପାଇଁ ସର୍ବାଧିକ ରନ ସ୍କୋରର୍‌ ମଧ୍ୟ।

Sponsored
he-gave-a-flying-kiss-to-his-wife-anushka-while-on-the-match-ground | Argus News