Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୩ ଦିନ ହେଲା ପେନକିଲର ନେଉଥିଲେ କିନ୍ତୁ କାଲି ମ୍ୟାଚରେ ସାଜିଲେ ହିରୋ

Sports

୩ ଦିନ ହେଲା ପେନକିଲର ନେଉଥିଲେ କିନ୍ତୁ କାଲି ମ୍ୟାଚରେ ସାଜିଲେ ହିରୋ

Ritu Das
Browse all articles by Ritu Das
·2 years ago·1 min read
୩ ଦିନ ହେଲା ପେନକିଲର ନେଉଥିଲେ କିନ୍ତୁ କାଲି ମ୍ୟାଚରେ ସାଜିଲେ ହିରୋ

ଅର୍ଗସ ବ୍ୟୁରୋ: ଚଳିତ ଆଇପିଏଲର ଏକ ମ୍ୟାଚରେ ରାଜସ୍ଥାନ ରୟାଲ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ସଞ୍ଜୁ ସାମସନଙ୍କ ଦଳର ବିଜୟର ହିରୋ ରିୟାନ ପରାଗ ଥିଲେ। ସେ ୪୫ ବଲରେ ୮୫ ରନର ଅପରାଜିତ ଇନିଂସ ଖେଳିଥିଲେ। ଏହି ଚମତ୍କାର ଇନିଂସ ପଶିଁ ଯୁବ ବ୍ୟାଟ୍ସମ୍ୟାନଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା। ମ୍ୟାଚ ପରେ ରିୟାନ ପରାଗ କହିଛନ୍ତି, ମୋ ମା' ମୋର ସଂଘର୍ଷକୁ ଅତି ନିକଟରୁ ଦେଖିଛନ୍ତି। 

ଦିଲ୍ଲୀକୁ ୧୨ ରନରେ ହରାଇଲା ରାଜସ୍ଥାନ ରୟାଲ୍ସ

ବିଶେଷ କରି ଗତ ୩-୪ ବର୍ଷ ମଧ୍ୟରେ ବହୁତ ସଂଘର୍ଷ ହୋଇଛି। ଏହି ସମୟରେ ରିୟାନ ପରାଗ ବହୁତ ଭାବପ୍ରବଣ ଦେଖାଯାଉଥିଲେ। ରିୟାନ ପରାଗ କହିଛନ୍ତି ମୋର ଘରୋଇ ସିଜନ ବହୁତ ଚମତ୍କାର ଥିଲା। ଏହାଦ୍ବାରା ମୁଁ ଆଇପିଏଲରେ ଉପକୃତ ହେଉଛି। ଗତ ୩ ଦିନ ଧରି ମୁଁ ବେଡରେ ଥିଲି କ୍ରମାଗତ ଭାବେ ପେନକିଲର ନେଇଥିଲି, କିନ୍ତୁ ଆଜି ମୁଁ ମୋ ଦଳ ପାଇଁ ଅବଦାନ ରଖିଛି। ତେଣୁ ମୁଁ ବହୁତ ଖୁସି। ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୨ ରନରେ ପରାସ୍ତ କରି କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
He was taking | Argus News