Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଭାଙ୍ଗିଲା 140 କୋଟି ହୃଦୟ, ପୁଣି ଚୁରମାର ହେଲା ବିଶ୍ୱକପ ସ୍ୱପ୍ନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଭାଙ୍ଗିଲା 140 କୋଟି ହୃଦୟ, ପୁଣି ଚୁରମାର ହେଲା ବିଶ୍ୱକପ ସ୍ୱପ୍ନ

ଅର୍ଗସ ବ୍ୟୁରୋ:  ଭାଙ୍ଗିଲା 140 କୋଟି ହୃଦୟ। ପୁଣି ଚୁରମାର ହେଲା ବିଶ୍ୱକପ ସ୍ୱପ୍ନ। ଷଷ୍ଠ ଥର ପାଇଁ ବିଶ୍ବ ବିଜେତା ହେଲା ଅଷ୍ଟ୍ରେଲିଆ। ଅହମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚାଲିଥିବା ଆଇସିସି ବିଶ୍ବକପ ଫାଇନାଲରେ ଭାରତକୁ ୬ ଓ୍ବିକେଟରେ ପରାସ୍ତ କରି ବିଶ୍ୱ ଚାମ୍ପିଅନ ହୋଇଛି ଅଷ୍ଟ୍ରେଲିଆ । ବ୍ୟାଟିଂ, ବୋଲିଂ ଓ ଫିଲଡିଂ ସବୁ ବିଭାଗରେ ଭାରତଠାରୁ ଉନ୍ନତ ଖେଳି ୬ଷ୍ଠ ଥର ପାଇଁ ବିଶ୍ୱକପ ହାତେଇଛି ଅଷ୍ଟ୍ରେଲିଆ ।

ଭାରତ ଦ୍ୱାରା ଅଷ୍ଟ୍ରେଲିଆ ଆଗରେ ୨୪୧ ରନର ଲକ୍ଷ୍ୟ ରଖାଯାଇଥିଲା । ଆରମ୍ଭରୁ ଭାରତୀୟ ବୋଲରମାନେ ୩ଟି ଓ୍ୱିକେଟ ନେଇ ଆଶା ସଂଚାର କରିଥିଲେ । କିନ୍ତୁ ଟ୍ରାଭିସ୍ ହେଡ୍ ଓ ମାର୍ନସ ଲାବୁସଚେନ ଲଢୁଆ ବ୍ୟାଟିଂ କରି ବିଜୟ ଭାରତ ହାତରୁ ଛଡେଇ ନେଇଥିଲେ । ଫାଇନାଲ ପରି ବଡ଼ ମ୍ୟାଚରେ ହେଡ୍ ୧୩୭ ରନ ହାସଲ କରି ବିଜୟରେ ବଡ଼ ଭୂମିକା ଗ୍ରହଣ କରିଥଲେ । ଲାବୁସଚେନ ୫୭ ରନ କରିଥିଲେ । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

କ୍ରୀଡ଼ା ଖବର ଆହୁରି ପଢନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Heartbreak for hosts India as Australia win in final | Argus News