Videos
|
Sports

ଫ୍ଲୋରିଡାରେ ପ୍ରବଳ ବର୍ଷା: ପାକିସ୍ତାନ ଟିମ ସୁପର ୮ରେ ପହଞ୍ଚିବା ସ୍ବପ୍ନ

Ritu Das
Browse all articles by Ritu Das
·2 years ago·2 min read
ଫ୍ଲୋରିଡାରେ ପ୍ରବଳ ବର୍ଷା: ପାକିସ୍ତାନ ଟିମ ସୁପର ୮ରେ ପହଞ୍ଚିବା ସ୍ବପ୍ନ

ଅର୍ଗସ ବ୍ୟୁରୋ: ଫ୍ଲୋରିଡାରେ ପାକିସ୍ତାନ ଟିମ ଆଜି ତାର ଶେଷ ଲିଗ ମ୍ୟାଚ ଖେଳିବ। ଏହି ମ୍ୟାଚ ପାକିସ୍ତାନ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ। ଆୟର୍ଲାଣ୍ଡ ଟିମ ବିପକ୍ଷରେ ମ୍ୟାଚ ଜିତିବାପରେ ହିଁ ପାକିସ୍ତାନ ଟିମ୍‌କୁ ସୁପର-୮ରେ ପହଞ୍ଚିବାର ସୁଯୋଗ ମିଳିବ। କିନ୍ତୁ ପାକିସ୍ତାନ ଟିମ ସପକ୍ଷରେ ମ୍ୟାଚ ଯାଉନି ବୋଧେ। ଏଭଳି କହିବାର କାରଣ ରହିଛି। 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— CrickSachin (@Sachin_Gandhi7) June 13, 2024

ଫ୍ଲୋରିଡାରେ ପ୍ରବଳ ବର୍ଷା କାରଣରୁ ସଡ଼କରେ ପାଣି ଭର୍ତ୍ତି ହୋଇଛି। ଜୀବନ ପ୍ରତି ବିପଦ ରହିଛି। ପ୍ରବଳ ବର୍ଷାର ତାଣ୍ଡବ। ଏଥିପାଇଁ ସାଉଥ ଫ୍ଲୋରିଡାରେ ଶତାଧିକ ବିମାନ ଏକର୍ଜେନ୍ସି ଲ୍ୟାଣ୍ଡିଂ କରାଯାଇଛି। ସେଥିପାଇଁ ଲାଗୁଛି ପାକିସ୍ତାନ ସହ କନାଡାର ମ୍ୟାଚ ବର୍ଷା ପାଇଁ ରବ୍ଦ ହୋଇପାରେ। ଯଦି ଏମିତି ହୁଏ ତାହାଲେ ପାକିସ୍ତାନର ସୁପର ୮ ସ୍ବପ୍ନ ଅଧାରେ ରହିଯିବ। ଏହିକାରଣରୁ ସୋସିଆଲ ମିଡିଆରେ ଫ୍ୟାନମାନେ ଲଗାତାର ଏହାଉପରେ ମତ ରଖୁଛନ୍ତି। ଏବଂ ବିଭିନ୍ନ ପ୍ରକାର ମିମ୍ସ ଶେୟାର କରୁଛନ୍ତି। ଲୋକେ ଏହାକୁ ପ୍ରକୃତିର ତାଣ୍ଡବ ବୋଲି ଲେଖିଛନ୍ତି। ଆଉ କେହି କେହି ପାକିସ୍ତାନକୁ ଏଭଳି ଦରକାର ବୋଲି କମେଣ୍ଟ କରିଛନ୍ତି। ପ୍ରକୃତି ଚାହୁଁନି ତୁମେ ଖେଳ ବୋଲି ମଧ୍ୟ ଫ୍ୟାନ ମାନେ କମେଣ୍ଟ କରିଛନ୍ତି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ପାକିସ୍ତାନ ଆୟର୍ଲାଣ୍ଡ ମ୍ୟାଚରେ ୯୧ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି। 

ସୂଚନା ଥାଉ କି, ପାକିସ୍ତାନ ଟିମ ଜୁନ ୧୬ରେ ଆୟର୍ଲାଣ୍ଡ ସହିତ କଡ଼ା ଟକ୍କର ହେବାର ଅଛି। ଏହାପୂର୍ବରୁ ୧୫ ଜୁନ ରେ ହିଁ ଫ୍ଲୋରିଡାରେ ଭାରତ ଏବଂ କାନାଡା ମଧ୍ୟରେ ମ୍ୟାଚ ଖେଳାଯିବ।

ପାକିସ୍ତାନ ଟିମକୁ ଟି-୨୦ ବିଶ୍ବକପରେ ନିଜ ପ୍ରଥମ ମ୍ୟାଚରେ ହିଁ ଆମେରିକାଠାରୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପାକିସ୍ତାନ ଟିମକୁ ସୁପର ଓଭରରେ ହିଁ ପରାଜୟ ମିଳିଥିଲା। ଏହାପରେ ଭାରତ ପାକିସ୍ତାନକୁ ହରାଇ ଧମାକା କରିଦେଇଥିଲା। କିନ୍ତୁ ଏହାପରେ ପାକିସ୍ତାନ ଟିମ କାନାଡାକୁ ପରାସ୍ତ କରି ନିଜ ସ୍ଥିତି ସୁଧାରିଛି। କିନ୍ତୁ ସୁପର-୮ରେ ପହଞ୍ଚିବା ପାଇଁ ପାକିସ୍ତାନ ବିଶାଳ ରନରେଟରେ ଆମେରିକାକୁ ହରାଇବାର ଅଛି। ନଚେତ ପାକିସ୍ତାନକୁ ଲଜ୍ଜାର ସହିତ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ପଡ଼ିବ।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Heavy rains in | Argus News