ଅନୁଷ୍କାଙ୍କ ଭଳି ଦେଖାଯାଉଛନ୍ତି ଝିଅ ଭାମିକା

Key Points
ଅନୁଷ୍କାଙ୍କ ଭଳି ଦେଖାଯାଉଛନ୍ତି ଝିଅ ଭାମିକା
ଅନୁଷ୍କା-ବିରାଟଙ୍କ ଝିଅ ଆଉ ପୁଅଙ୍କ ମୁହଁ ଏଯାଏ ରିଭିଲ ହୋଇ ନ ଥିଲା
ବିରାଟଙ୍କ ଝିଅ ଭାମିକାଙ୍କୁ ଦେଖି ଫ୍ୟାନ ବହୁତ ଖୁସି
ଆପଣ ଯଦି ଏହି ଫଟୋ ଦେଖିକି କନଫ୍ୟୁଜ ହେଉଛନ୍ତି
ତେବେ ଜମା ବି କନଫ୍ୟୁଜ ହୁଅନ୍ତୁ ନାହିଁ
ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ଭାରତ ଛାଡ଼ି ଲଣ୍ଡନରେ ସୁନ୍ଦର ଭାବେ ଜୀବନ ବିତାଉଛନ୍ତି। ଉଭୟ ଷ୍ଟାର କପଲ ଦୁଇ ଛୁଆଙ୍କୁ ନେଇ ବିଦେଶକୁ ସବୁଦିନ ପାଇଁ ପଳାଇଯାଇଛନ୍ତି। ସେହିଠାରେ ହିଁ ଉଭୟ ସନ୍ତାନଙ୍କର ଭବିଷ୍ୟତ ଆରମ୍ଭ କରିବେ। ଆଉ ସେହିଠାରେ ହିଁ ରହିବେ। କାରଣ ବିରାଟ ସବୁବେଳେ କୁହନ୍ତି ଭାରତରେ କେବେ ବି ସେ ନର୍ମାଲ ଲାଇଫ ବଞ୍ଚିପାରିବେ ନାହିଁ। କାରଣ ବିରାଟଙ୍କ ଫ୍ୟାନ ଫଲୋଇଙ୍ଗ ସବୁଠୁ ଅଧିକ। କେବେ ବି ସେ ରାସ୍ତା ଉପରେ ପ୍ରୋଟେକ୍ସନ ବିନା ଯାଇପାରିବେ ନାହିଁ। ଅନୁଷ୍କା ଏବଂ ବିରାଟ ନିଜ ଦୁଇ ସନ୍ତାନ ଭାମିକା ଏବଂ ଅକାୟଙ୍କୁ ସାଧାରଣ ଜୀବନ ଦେବାକୁ ଚାହୁଁଥିଲେ। ସେଥିପାଇଁ ସେ ଏପର୍ଯ୍ୟନ୍ତ ତାଙ୍କ ଛୁଆଙ୍କୁ ମିଡିଆ ଲାଇମଲାଇଟ୍ରୁ ଦୂରରେ ରଖିଛନ୍ତି। ଏପର୍ଯ୍ୟନ୍ତ ଅନୁଷ୍କା-ବିରାଟଙ୍କ ଝିଅ ଆଉ ପୁଅଙ୍କ ମୁହଁ ରିଭିଲ ହୋଇନାହିଁ। ବିରାଟ କେବେ ବି ଚାହଁନ୍ତିନି ତାଙ୍କ ପୁଅ ଝିଅକୁ ବିରାଟଙ୍କ ପରିଚୟରୁ ସ୍ପେଶିଆଲ ଫିଲିଙ୍ଗସ ଦିଆଯାଉ।
ସାଧାରଣ ଜୀବନଯାପନ ଦେବାକୁ ଚାହୁଁଛନ୍ତି ଯେମିତି କି ସେମାନେ ନିଜ ପରିଚୟ ନିଜେ ତିଆରି କରିବେ। କୌଣସି ସେଲିବ୍ରିଟି ସନ୍ତାନ ବୋଲି ସେମାନଙ୍କୁ ନ କୁହାଯାଉ। ଏବେ ଅନୁଷ୍କା ଏବଂ ବିରାଟଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାଙ୍କ ସହିତ ଏକ ଛୁଆ ନଜର ଆସୁଛି। ଯାହାଙ୍କୁ ତାଙ୍କ ଝିଅ ଭାମିକା ବୋଲି କୁହାଯାଉଛି। ଝିଅ ଭାମିକା ବିରାଟଙ୍କ କାନ୍ଧ ଉପରେ ବସିଥିବା ଦେଖିବାକୁ ମିଳିଛି। ପୁରା ଅନୁଷ୍କାଙ୍କ ଭଳି ଦେଖାଯାଉଛନ୍ତି। ବିରାଟଙ୍କର ଜଣେ ଫ୍ୟାନ ତାଙ୍କର ଏହି ଫଟୋକୁ ଶେୟାର କରିଛନ୍ତି। ଫଟୋ ଶେୟାର କରିବାପରେ ସେ କୌଣସି କ୍ୟାପସନ ଦେଇନାହାନ୍ତି। କିଛି ୟୁଜର୍ସ ଏହା ଭାମିକାଙ୍କ ପ୍ରଥମ ଝଲକ ବୋଲି କହୁଛନ୍ତି। କିନ୍ତୁ ଆପଣ ବି ଯଦି ଏହି ଫଟୋ ଦେଖିକି କନଫ୍ୟୁଜ ହେଉଛନ୍ତି ତାହେଲେ ଜମା ବି କନଫ୍ୟୁଜ ହୁଅନ୍ତୁ ନାହିଁ।
📱 Get Argus News App
✨ଏହା ହେଉଛି ଭାମିକାଙ୍କର AI ଫଟୋ। ସତରେ ଇଏ ଭାମିକା ନୁହଁନ୍ତି।
ସୂଚନା ଥାଉ କି, ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ୨୦୧୭ ମସିହା ଡିସେମ୍ବର ମାସରେ ଇଟାଲୀରେ ହଠାତ ବିବାହ କରିଥିଲେ। ଏହି ବିବାହ ଫଙ୍କସନରେ କେବଳ ତାଙ୍କ ପରିବାର ସଦସ୍ୟ ଏବଂ କିଛି କ୍ଲୋଜ ଫ୍ରେଣ୍ଡସ ଉପସ୍ଥିତ ଥିଲେ। ୨୦୨୧ ମସିହାରେ ତାଙ୍କ ଝିଅ ଭାମିକା ଜନ୍ମଗ୍ରହଣ କରିଥିବାବେଳେ ୨୦୨୪ ମସିହାରେ ପୁଅ ଅକାୟ ଜନ୍ମ ନେଇଥିଲେ।