Videos
|
Sports

ନସାଓ କାଉଣ୍ଟିରେ ଭାରତ-ଆମେରିକା ମଧ୍ୟରେ ହାଇଭୋଲଟେଜ ମ୍ୟାଚ

Ritu Das
Browse all articles by Ritu Das
·2 years ago·1 min read
ନସାଓ କାଉଣ୍ଟିରେ ଭାରତ-ଆମେରିକା ମଧ୍ୟରେ ହାଇଭୋଲଟେଜ ମ୍ୟାଚ

ଅର୍ଗସ ବ୍ୟୁରୋ: ଆଉ କିଛି ସମୟ ପରେ ଆରମ୍ଭ ହେବ ହାଇଭୋଲଟେଜ ମ୍ୟାଚ। ଦୁଇ ଦିନ ତଳେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ରୋମାଞ୍ଚକ ଭାବେ ହରାଇଥିବା ଭାରତୀୟ କ୍ରିକେଟ୍ ଦଳ ତା’ର ଟ୍ବେଣ୍ଟି-୨୦ ବିଶ୍ବକପ୍‌ ମ୍ୟାଚ୍‌ରେ ବୁଧବାର ଅନ୍ୟତମ ଆୟୋଜକ ଆମେରିକାକୁ ଭେଟିବ। ଭାରତୀୟ ସମୟ ରାତି ୮ଟାରୁ ମ୍ୟାଚ୍ ଆରମ୍ଭ ହେବ। ଏହି ମ୍ୟାଚ୍‌ରେ ପୂର୍ବ ମୁକାବିଲାର ବ୍ୟାଟିଂ ବିଫଳତାକୁ ଦୂର କରି ଭାରତ ସୁପର-୮ରେ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିବ। 

ଅନ୍ୟପକ୍ଷରେ ପାକିସ୍ତାନ ଭଳି ବଡ଼ ଦଳକୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିବା ଆମେରିକା ଭାରତକୁ ହରାଇ ପ୍ରତିଯୋଗିତାରେ ସବୁଠୁ ବଡ଼ ଓଲଟ ପାଲଟ କରିବା ଯୋଜନାରେ ପଡ଼ିଆକୁ ଓହ୍ଲାଇବ। ଏଥିଲାଗି କିନ୍ତୁ ତାକୁ ସବୁଦୃଷ୍ଟିରୁ ଉଚ୍ଚସ୍ତରୀୟ କ୍ରିକେଟ୍ ଖେଳିବାକୁ ହେବ। କ୍ରିକେଟ୍ ପଡ଼ିଆରେ ଉଭୟ ଦଳ ପ୍ରଥମ ଥର ପାଇଁ ମୁହାଁମୁହିଁ ହେବାକୁ ଯାଉଛନ୍ତି। ସେଥିପାଇଁ ମ୍ୟାଚ୍‌ର ଫଳାଫଳ ଯାହା ହେଉନା କାହିଁକି କ୍ରିକେଟ୍ ପୃଷ୍ଠାରେ ବୁଧବାର ନୂଆ ଇତିହାସ ଲେଖାହେବ।

ସମ୍ଭାବ୍ୟ ଭାରତ: ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଋଷଭ ପନ୍ତ, ସୂର୍ଯ୍ୟକୁମାର ୟାଦବ, ଶିବମ ଦୁବେ, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଅକ୍ଷର ପଟେଲ, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସମ୍ଭାବ୍ୟ ଆମେରିକା: ମୋନାଙ୍କ ପଟେଲ (ଅଧିନାୟକ), ଷ୍ଟିଭେନ୍ ‌ଟେଲର, ଆଣ୍ଡ୍ରିଏସ୍ ଗୌସ୍, ଆରୋନ ଜୋନ୍ସ, ନୀତୀଶ କୁମାର, କୋରି ଆଣ୍ଡରସନ୍, ହର୍ମିତ ସିଂହ, ଯଶଦୀପ ସିଂହ, ନୋସତୁଷ କେଞ୍ଜିଗେ, ସୌରଭ ନେତ୍ରାଭଲକର, ଅଲ୍ଲୀ ଖାନ୍।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
 

High voltage | Argus News