କୋହଲିଙ୍କ ଫର୍ମକୁ ନେଇ ଚିନ୍ତାରେ ହିଟ୍ ମ୍ୟାନ୍

ଅର୍ଗସ ବ୍ୟୁରୋ:ଚେନ୍ନାଇରେ ଭାରତ-ବାଂଲାଦେଶ ବିପକ୍ଷରେ ୨୮୦ ରନ୍ରେ ବିଜୟ ହାସଲ କରି ରେକର୍ଡ କରିଛି ରୋହିତ ସେନା । ମାତ୍ର ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି ଷ୍ଟାର ବ୍ୟାଟର ବିରାଟ କୋହଲି। ଜାରି ରହିଛି ଟେଷ୍ଟରେ ରନ୍ ମେସିନଙ୍କ ଫ୍ଲଫ୍ ସୋ। ଆଗକୁ ଡବ୍ଲ୍ୟୁଟିସି ବା ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ ରହିଥିବାବେଳେ ବିରାଟଙ୍କ ଦୁର୍ବଳ ଫର୍ମ ଉଭୟ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏବଂ ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କ ନିଦ ହଜାଇ ଦେଇଛି । ଦେଖିବାକୁ ଗଲେ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ପ୍ରଥମ ପାଳିରେ କୋହଲି ୬ ଏବଂ ଦ୍ବିତୀୟ ପାଳିରେ ୧୭ ରନ୍ କରି ପ୍ୟାଭିଲିୟନକୁ ଫେରିଥିଲେ ।
ପ୍ରଥମ ୯ ମାସରେ ସେ ଆଶାଜନର ପ୍ରଦର୍ଶନ କରିନପାରିବା ଟିମ୍ ଇଣ୍ଡିଆ ସମେତ କ୍ରିକେଟ ଫ୍ୟାନଙ୍କୁ ମଧ୍ୟ ନିରାଶ କରିଛି । ବିରାଟ ଚଳିତ ବର୍ଷ ତିନୋଟି ଯାକ ଫର୍ମାଟରେ ୧୫ ମ୍ୟାଚ୍ ଖେଳିଛନ୍ତି ୧୭ ପାଳିରେ ମାତ୍ର ୩୧୯ ରନ୍ କରିପାରିଛନ୍ତି। ୨୦୨୪ରେ ୨ଟି ଟେଷ୍ଟ ଖେଳି ମାତ୍ର ୮୧ ରନ୍ କରିକରିଥିଲେ। ବାଂଲାଦେଶ ଟେଷ୍ଟ ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗୋଟି ଟେଷ୍ଟ ଖେଳି ପ୍ରଥମ ପାଳିରେ ୪୬ ଏବଂ ଦ୍ବିତୀୟ ପାଳିରେ କରିଥିଲେ ୧୨ ରନ୍ କରି ଅପରାଜିତ ରହିଥିଲେ । ଯଦିଓ ଭାରତର ସ୍ଥିତି ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ ଫାଇନାଲ୍ ପୂର୍ବରୁ ଦୃଢରହିଛି,ଶେଷ ୧୦ ଟେଷ୍ଟ୍ ଅଭିଯାନ ଚମତ୍କାର ଢଙ୍ଗରେ ଆରମ୍ଭ କରିଛି ଟିମ୍ ଇଣ୍ଡିଆ।
ବାଂଲାଦେଶ ବିପକ୍ଷରେ ପ୍ରଥମ ମ୍ୟାଚ୍ ବିଜୟ ଫଳରେ ଭାରତର ଡବ୍ଲ୍ୟୁଟିସି ପଏଣ୍ଟ ପ୍ରତିଶତ ୭୧.୬୭କୁ ବୃଦ୍ଧି ପାଇଛି। ଅଷ୍ଟ୍ରେଲିଆଠୁ ୯.୧୭ ପଏଣ୍ଟ ପ୍ରତିଶତ ଅଧିକ ପାଇଛି। ଭାରତର ଫାଇନାଲ୍ ସ୍ଥିତି ନିଶ୍ଚିତ କରିବାକୁ ହେଲେ ଅବଶିଷ୍ଟ ୯ ମ୍ୟାଚ୍ରୁ ୪ ବିଜୟ ଆବଶ୍ୟକତା ରହିଛି। ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟ୍ ସହିତ ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଘରୋଇ ଶୃଙ୍ଖଳା ଏବଂ ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ସହିତ ୫ଟି ମ୍ୟାଚ୍ ଖେଳିବ। ଏହାରି ମଧ୍ୟରେ ବିରାଟ ଫର୍ମକୁ ଫେରିବା ସହପୂର୍ବ ଅବତାରରେ ନଜର ଆସିବେ ବୋଲି ଆଶା ରଖିଛି ବିସିସିଆଇ।ପୂର୍ବରୁ ମଧ୍ୟ ଅନେକ ଫାଇନାଲ୍ ମ୍ୟାଚରେ ବିରାଟଜବରଦସ୍ତ ପାରି ଖେଳି ଦଳକୁ ବିଜୟ ଭେଟି ଦେଇଛନ୍ତି,ନିକଟରେ କି ଟି-୨୦ ବିଶ୍ବକପ୍ ରେ ୧୮୦ ରନ୍ ବିଜୟୀ ପାରି ଖେଳି ଦଳକୁ ବିଶ୍ବକପ୍ ଭେଟିଦେଇଥିଲେ ବିରାଟ କୋହଲି।ତଥାପି ଭାରତ ଏଥର ପୂର୍ବଥର ଡବ୍ଲ୍ୟୁଟିସି ଫାଇନାଲରେ କରିଥିବା ଭୁଲକୁ ଦୋହରାଇବାକୁ ଚାହିବ ନାହିଁ,ଦଳ ମଧ୍ୟରେ ଥିବା ଦୋଷ,ତ୍ରୁଟି ସୁଧାରୁ ଆଗକୁ ବଢୁଛି ଟିମ୍ ଇଣ୍ଡିଆ। ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲ ଅନୁସାରେ ଶୀର୍ଷରେ ଥିବା ଦୁଇ ଦଳ ହିଁ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ ଖେଳିବେ,ବିରାଟ ଖେଳିବେ ବିରାଟ ପାରି ଭାରତ ଜିତିବ ଡବ୍ଲ୍ୟୁଟିସି ଫାଇନାଲ ବୋଲି ଆଶା ରଖିଛନ୍ତି କ୍ରିକେଟ୍ ପ୍ରଶଂସକ